Masthead

ଫ୍ୟାକ୍ଟ୍ରିରେ ନିଆଁ ଲାଗି ୪୦ ମୃତ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବାଂଲାଦେଶ ରାଜଧାନୀ ଢାକା ଅଞ୍ଚଳରେ ଏକ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯିବା କାରଣରୁ ୪୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଗୁରୁତର ହୋଇଛନ୍ତି । ଶୁକ୍ରବାର ଦିନ ଏଭଳି ଖବର ମିଳିଛି । ଖବର ମୁତାବକ ଗୁରୁବାର ଦିନ ସନ୍ଧ୍ୟାରେ ନାରାୟଣଗଂଜ ନିକଟରେ ଥିବା ଶୋଜାନ ଜୁସ୍ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲ।। ଦମକଳ ବାହିନୀର ସୂଚନା ମୁତାବକ ଫ୍ୟାକ୍ଟ୍ରିର ତଳ ତାଲାରେ ନିଆଁ ଲାଗିଥିଲା । ଫ୍ୟାକ୍ଟ୍ରି ଭିତରେ ପ୍ଲାଷ୍ଟିକ ବୋତଲ ଓ ରାସାୟନିକ ସମାଗ୍ରୀ ଥିବାରୁ ନିଆଁ ଖୁବଶୀଘ୍ର ପୁରା ଫ୍ୟାକ୍ଟ୍ରିକୁ ଘେରି ଯାଇଥିଲା ।

ଜାତୀୟ ଗଣମାଧ୍ୟମ ଏଏନଆଇର ସୂଚନା ମୁତାବକ ଏହି ଅଗ୍ନିକାଣ୍ଡରେ ୪୦ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୩୦ ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । କୁହାଯାଇଛି କି ଭୀଷଣ ନିଆଁର ବଞ୍ଚିବା ପାଇଁ କିଛି ଶ୍ରମିକ ଛାତ ଉପରୁ ତଳକୁ ଡେଇଁ ପଡିଥିଲେ । ହୋସେନ ଫୁଡସ ଲିମିଟେଡ କମ୍ପାନୀରୁ ନିଆଁ ଲିଭାଇବାକୁ ୧୮ ଟି ଦମକଳ ଲାଗିଛି । ଅନ୍ୟପଟେ ଫ୍ୟାକ୍ଟ୍ରିରେ କାମ କରୁଥିବା ଲୋକଙ୍କ ସନ୍ଧାନ ନେବାକୁ ପରିଜନମାନେ ଫ୍ୟାକ୍ଟ୍ରି ନିକଟରେ ଭିଡ ଜମାଇଛନ୍ତି । ଏହାସହ ଉଦ୍ଧାର ହୋଇଥିବା ମୃତକଙ୍କ ମଧ୍ୟରୁ କିଛି ଲୋକଙ୍କର ପରିଚୟ ମିଳିଥିବା ବେଳେ ଅନେକ ମୃତଦେହର ପରିଚୟ ମିଳିପାରି ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ