ଚିନ୍ତା ବଢ଼ାଇଲାଣି କାପ୍ପା ଭ୍ୟାରିଆଣ୍ଟ

ଲକ୍ଷ୍ନୌ (ବଡ଼ ଖବର ବ୍ୟୁରୋ): ଡେଲ୍ଟା ଭ୍ୟାରିଆଣ୍ଟ ପରେ ଏବେ କାପ୍ପା ଭ୍ୟାରିଆଣ୍ଟକୁ ନେଇ ବଢ଼ିଲାଣି ଚିନ୍ତା । ଉତ୍ତରପ୍ରଦେଶରେ ଜିନୋମ ସିକ୍ୱେନ୍ସ ସମୟରେ କରୋନାର ଏହି ନୂଆ ପ୍ରଜାତି ଚିହ୍ନଟ ହୋଇଛି । ୨ଜଣ କରୋନା ରୋଗୀ ଏହି କାପ୍ପା ଭ୍ୟାରିଆଣ୍ଟ ଦ୍ୱାରା ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଏବେ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇସାରିଛି । ୟୁପିର କିଙ୍ଗ ଜର୍ଜ ମେଡିକାଲ ବିଶ୍ୱବିଦ୍ୟାଳୟରେ ୧୦୯ଟି ନମୁନାର ଜିନୋମ ସିକ୍ୱେନ୍ସ କରାଯାଇଥିଲା । ସେଥିମଧ୍ୟରୁ ୧୦୭ଟି ଡେଲ୍ଟା ଭ୍ୟାରିଆଣ୍ଟ ଚିହ୍ନଟ ହୋଇଥିଲା । ଓ ଦୁଇଟି କାପ୍ପା ଭ୍ୟାରିଆଣ୍ଟ ଚିହ୍ନଟ ହୋଇଥିଲା । ଏହାପରେ ଏବେ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଛି ।

ରାଜ୍ୟରେ ଆଉ କାପ୍ପା ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛନ୍ତି କି ନାହିଁ ସେ ବାବଦରେ ଯାଞ୍ଚ ଆରମ୍ଭ କରିଦେଇଛି ସ୍ୱାସ୍ଥ୍ୟ ବିଭାଗ । ସେପଟେଚିହ୍ନଟ ହୋଇଥିବା ଦୁଇଜଣଙ୍କ ଟ୍ରାଭେଲ ହିଷ୍ଟ୍ରି ମଧ୍ୟ ଯାଞ୍ଚ କରୁଛି ସ୍ୱାସ୍ଥ୍ୟ ବିଭାଗ । କରୋନାର ଏହି ଭିନ୍ନ ଭିନ୍ନ ପ୍ରଜାତି ଦେଶରେ ତୃତୀୟ ଲହର ଆଣିବ କି ନା ସେ ନେଇ ବି ବିଶେଷଜ୍ଞ ମାନେ ଅନୁଧ୍ୟାନ କରିବା ଆରମ୍ଭ କରିଦେଇଛନ୍ତି । ଏହି ଭାଇରସ ପ୍ରତି ଏତେ ଭୟ ନଥିବା ବି କହିଛି ସ୍ୱାସ୍ଥ୍ୟ ବିଭାଗ । ତେବେ ଏହି କାପ୍ପା ଭ୍ୟାରିଆଣ୍ଟ ୟୁକେରୁ ଚିହ୍ନଟ ହୋଇଥିବା ବେଳେ ଏହାକୁ ଘାତକ ବୋଲି ଘୋଷଣା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’