Masthead

ଦିନେ ଜୋତା କିଣିବାକୁ ଅର୍ଥ ନଥିଲା, ସେ ଖେଳିବାକୁ ଯାଉଛନ୍ତି ଟୋକିଓ ଅଲମ୍ପିକ୍ସ

(ବଡ଼ ଖବର ବ୍ୟୁରୋ): ମଣିଷ ଇତିହାସ ସୃଷ୍ଟି କରେ ତାର କଷ୍ଟ, ଆବେଗ, ଦାରିଦ୍ରକୁ ପଛରେ ପକାଇ ରକ୍ତ ଓ ଝାଳ ବୁହାଇ । ଜୋତା କିଣିବାକୁ ଯିଏ ଦିନେ ଟଙ୍କା ପାଉନଥିଲେ, ସେ ଖେଳିବାକୁ ଯାଉଛନ୍ତି ଟୋକିଓ ଅଲମ୍ପିକ୍ସ । ଏହା ହେଉଛି ଆମ ଦେଶର ଝିଅ ରେବତୀ ବିରାମଣୀଙ୍କ କଥା । ତାଙ୍କ ପାଇଁ ଏହି ଯାତ୍ରା ସହଜ ନଥିଲା । ଘରେ ଥିଲା ଦାରିଦ୍ର । ହେଲେ ହାର ମାନିନଥିଲେ ରେବତୀ ବିରାମଣୀ ।

ତାଙ୍କୁ ୭ ବର୍ଷ ହୋଇଥିଲା ବେଳେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା । ୧ ବର୍ଷ ପରେ ତାଙ୍କ ମା’ଙ୍କର ମଧ୍ୟ ଦେହାନ୍ତ ହୋଇଥିଲା । ସେ ପିଲାଦିନରୁ ଜେଜେମାଙ୍କ ପାଖରେ ରହି ବଡ଼ ହୋଇଛନ୍ତି । ଜେଜେମା ମୂଲ ଲାଗି ତାଙ୍କୁ ପାଠ ପଢ଼ାଇବା ସହିତ ବଡ଼ କରିଥିଲେ । ଏତେ ଦରିଦ୍ର ଅବସ୍ଥା ଥିଲା ଯେ, ତାଙ୍କ ପାଖରେ ଜୋତା କିଣିବାକୁ ଟଙ୍କା ନଥିଲା ।

ସେ ଖାଲି ପାଦରେ ଦୌଡୁଥିଲେ । ବହୁ ବର୍ଷ ସଂଘର୍ଷ କରିବା ପରେ ସେ ଦକ୍ଷିଣ ରେଳବାଇରେ ଚାକିରି ପାଇଲେ । ସେ ୪ଶହ ମିଟର ଦୌଡକୁ ୫୩.୫୫ ସେକେଣ୍ଡରେ ସମାପ୍ତ କରିଥିଲେ । ଏବେ ସେ ଦ୍ରୁତତମ ୪୦୦ ମିଟର ରିଲେ ଟୋକିଓ ଅଲମ୍ପିକ୍ସ ପାଇଁ ମନୋନୀତ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ