Masthead

ଉତ୍ତରାଖଣ୍ଡରେ କେଜ୍ରିୱାଲଙ୍କ ପ୍ରତିଶ୍ରୁତି, କ୍ଷମତାକୁ ଆସିଲେ ୩୦୦ ୟୁନିଟ ବିଜୁଳି ଫ୍ରି

ଡେରାଡୁନ(ବଡ଼ ଖବର ବ୍ୟୁରୋ): ୨୦୨୨ରେ ହେବ ଉତ୍ତରାଖଣ୍ଡ ନିର୍ବାଚନ । ଏଥିପାଇଁ ରାଜନୈତିକ ଦଳମାନେ ଆରମ୍ଭ କରିସାରିଛନ୍ତି ରଣନୀତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମି ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏବେ ଉତ୍ତରାଖଣ୍ଡ ଗସ୍ତରେ । ତେବେ ଆସୁଥିବା ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଯେଉଁଥିରେ ସେ ବିଦ୍ୟୁତ ଦରଦାମକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଉତ୍ତରାଖଣ୍ଡରେ ଯଦି ଆପ୍ ସରକାରକୁ ଆସେ ତେବେ ୩୦୦ ୟୁନିଟ ମାଗଣା ବିଜୁଳି ଯୋଗାଇ ଦିଆଯିବ । ତେବେ କେବଳ ସେତିକି ନୁହେଁ କୃଷକ ମାନଙ୍କୁ ମାଗଣା ବିଜୁଳି ସହିତ ବକେୟା ଥିବା ବିଜୁଳି ଦର ମଧ୍ୟ ଛାଡ଼ କରାଯିବ ।

ଉତ୍ତରାଖଣ୍ଡରେ ବିଜୁଳି କାଟ ଉପରେ ରୋକ ଲଗାଯିବ । ଡେରାଡୁନରେ ସାମ୍ବାଦିକ ସମ୍ମିଳନୀ କରି ଏହି ଘୋଷଣା କରିଛନ୍ତି କେଜ୍ରିୱାଲ । ଏହାଛଡ଼ା ବିଜେପି ଓ କଂଗ୍ରେସକୁ ମଧ୍ୟ ଟାର୍ଗେଟ କରିଛନ୍ତି । ଉତ୍ତରାଖଣ୍ଡର ଜନସାଧାରଣ ଦୁଇଟି ଚକିରେ ଗହମ ପେଶୀ ହେବା ଭଳି ପେଶି ହୋଇଯାଇଛନ୍ତି । ସେପଟେ ବିଜେପିକୁ ଟାର୍ଗେଟ କରି କେଜ୍ରିୱାଲ କହିଛନ୍ତି କି, ବିନା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀରେ ପାଳି କରି ଦଳ ଏଠାରେ ଶାସନ କରୁଛି । ଉତ୍ତରାଖଣ୍ଡରେ ଅଧିକ ମାତ୍ରାରେ ବିଜୁଳି ଉତ୍ପାଦନ ହେଉଛି । ରାଜ୍ୟ ଅନ୍ୟ ରାଜ୍ୟ ମାନଙ୍କୁ ମଧ୍ୟ ବିଜୁଳି ବିକୁଛି । ତଥାପି ରାଜ୍ୟର ଲୋକ ମାନଙ୍କୁ ଏଠାରେ ହଇରାଣ ହେବାକୁ ପଡ଼ୁଛି । ତେବେ ଆପ ଆସିଲେ ଏହି ସମସ୍ୟା ଆଉ ହିବନି ବୋଲି ପ୍ରତିଶ୍ରୁତି ଦେଇଛନ୍ତି କେଜ୍ରିୱାଲ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼