Masthead

ନକଲି ସାର୍ଟିଫିକେଟ୍ ମାଧ୍ୟମରେ ପତ୍ନୀଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେପି ବିଧାୟକଙ୍କୁ ଜେଲ୍‌ ପଠାଇଲେ କୋର୍ଟ

ଜୟପୁର (ବଡ଼ ଖବର ବ୍ୟୁରୋ): ଜାଲ୍‌ ସାର୍ଟିଫିକେଟ୍‌ ଦେଇ ପତ୍ନୀଙ୍କୁ ନିର୍ବାଚନ ଲଢ଼ାଇଥିବା ମାମଲାରେ ଉଦୟପୁର ସଲୁମ୍ୱର ବିଧାନସଭା ମଣ୍ଡଳର ବିଜେପି ବିଧାୟକ ଅମୃତ ଲାଲ୍‌ ମୀନାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଯାଇଛି । ଅମୃତ ଲାଲ୍ ୨୦୧୫ରେ ଜାଲ୍‌ ସାର୍ଟିଫିକେଟ୍‌ ଦେଇ ତାଙ୍କ ପତ୍ନୀ ଶାନ୍ତି ମୀନାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଛିଡ଼ା କରିଥିଲେ । ଏହି ମାମଲାରେ ତାଙ୍କ ପତ୍ନୀଙ୍କୁ ଗିରଫ କରାଯାଇଥିଲା । ଯାଞ୍ଚ ସମୟରେ ବିଧାୟକଙ୍କର ଏଥିରେ ହାତ ଥିବା ଜଣାପଡ଼ିଥିଲା ।

ଯାହାକୁ ନେଇ ପୋଲିସ୍‌ ତାଙ୍କୁ ଗିରଫ କରିଥିଲା । ଏହାର ବିଚାର କରି କୋର୍ଟ ତାଙ୍କ ଜାମିନ୍‌ ଖାରଜ୍‌ କରିଦେଇଥିବା ବେଳେ ବିଚାର ବିଭାଗୀୟ କୋର୍ଟକୁ ତାଙ୍କୁ ପଠାଇ ଦିଆଯାଇଛି । ବିଧାୟକଙ୍କୁ ଗିରଫ କରିବା ନେଇ କୋର୍ଟ ପୂର୍ବରୁ ଆଦେଶ ଦେଇଥିଲେ । କୋର୍ଟଙ୍କ ଏପରି ନିର୍ଦ୍ଦେଶ ବିରୋଧରେ ବିଧାୟକ ଏଡିଜେ କୋର୍ଟରେ ଆବେଦନ କରିବେ ବୋଲି କହିଛନ୍ତି । ସୋମାରୀର ସରପଞ୍ଚ ଶାନ୍ତିଦେବୀ ବିରୋଧରେ ଏଜିଏମ୍‌ କୋର୍ଟରେ ପଦ ରଦ୍ଦ କରିବା ନେଇ ଆବେଦନ କରାଯାଇଥିଲା । ଏଥିରେ ସେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିବା ନେଇ ଜାଲ୍‌ ମାର୍କସିଟ୍‌ ଦାଖଲ କରାଯାଇଥିବା ଦର୍ଶାଯାଇଥିଲା । ଏଥିରେ ବିଧାୟକଙ୍କ ସଂପୃକ୍ତି ଥିବା ଜଣାପଡ଼ିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ