ଓଡ଼ିଶାରେ ବାଂଲାଦେଶ ଆତଙ୍କବାଦୀ ଆଶଙ୍କା

କୋଲକତା (ବଡ଼ ଖବର ବ୍ୟୁରୋ): କୋଲକତାରୁ ୩ ବାଂଲାଦେଶୀ ଆତଙ୍କବାଦୀଙ୍କୁ ଗିରଫ କରିବା ପରେ ଏକ ବଡ଼ ଧାରଣର ଷଡ଼ଯନ୍ତ୍ରର ସୁରାକ ପାଇଛି ପଶ୍ଚିମବଙ୍ଗ ପୋଲିସର ସ୍ୱତନ୍ତ୍ର ଟାସ୍କ ଫୋର୍ସ ବା ଏସଟିଏଫ । ବାଂଲାଦେଶରେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଜମାତ-ଉଲ୍-ମୁଜାହିଦ୍ଦିନ ଜେଏମବିର ସଦସ୍ୟ ଏବେ ଓଡ଼ିଶାରେ ଲୁଚିଛନ୍ତି ।

ଏହି ସଂଗଠନର ୩ ଜଣ ସଦସ୍ୟ ଗଲା ରବିବାର ଦିନ କୋଲକାତା ପୁଲିସର ଏସଟିଏଫ ଦ୍ୱାରା ଗିରଫ ହେବା ପରେ ସେମାନଙ୍କ ସହଯୋଗୀ ଓଡ଼ିଶାକୁ ଆସିଥିବା ସୂଚନା ମିଳିଛି । ଏହାକୁ ନେଇ କୋଲକାତା ପୁଲିସ ଓଡ଼ିଶା ପୁଲିସ ସହ ଯୋଗାଯୋଗରେ ଥିବା ବେଳେ ପୁଲିସ ପକ୍ଷରୁ ଏବେ ବ୍ୟାପକ ସତର୍କତା ଅବଲମ୍ବନ କରାଯାଉଛି । ସୂଚନା ଅନୁଯାୟୀ, କୋଲକାତାରେ ଗିରଫ ହୋଇଥିବା ୩ ଜଣ ଆତଙ୍କବାଦୀଙ୍କୁ ମିଶାଇ ମୋଟ ୧୫ ଜଣ ସଦସ୍ୟ ବାଂଲାଦେଶରୁ ଭାରତକୁ ଚଳିତ ବର୍ଷ ଆସିଥିଲେ ।

ସେମାନଙ୍କ ମଧ୍ୟରୁ ୫ଜଣ ପଶ୍ଚିମବଙ୍ଗରେ ଥିଲେ । ଅନ୍ୟ ୧୦ଜଣ ଓଡ଼ିଶା ସମେତ ବିହାର ଓ ଜାମ୍ମୁ କାଶ୍ମୀର ଯାଇଥିବା ସୂଚନା ମିଳିଛି । ଏହି ଗୋଷ୍ଠୀ ୨୦୧୦ରେ ପୁଣେରେ ଏକ ବିସ୍ଫୋରଣ ମାମଲାରେ ସମ୍ପୃକ୍ତ ଥିବା କୁହାଯାଉଛି । ଅତୀତରେ ଅନେକ ଆତଙ୍କବାଦୀ ଓଡ଼ିଶାରେ ଆସି ଲୁଚି ଥିବାବେଳେ ଧରାପଡ଼ିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ