Masthead

ଓଡ଼ିଶାରେ ବାଂଲାଦେଶ ଆତଙ୍କବାଦୀ ଆଶଙ୍କା

କୋଲକତା (ବଡ଼ ଖବର ବ୍ୟୁରୋ): କୋଲକତାରୁ ୩ ବାଂଲାଦେଶୀ ଆତଙ୍କବାଦୀଙ୍କୁ ଗିରଫ କରିବା ପରେ ଏକ ବଡ଼ ଧାରଣର ଷଡ଼ଯନ୍ତ୍ରର ସୁରାକ ପାଇଛି ପଶ୍ଚିମବଙ୍ଗ ପୋଲିସର ସ୍ୱତନ୍ତ୍ର ଟାସ୍କ ଫୋର୍ସ ବା ଏସଟିଏଫ । ବାଂଲାଦେଶରେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଜମାତ-ଉଲ୍-ମୁଜାହିଦ୍ଦିନ ଜେଏମବିର ସଦସ୍ୟ ଏବେ ଓଡ଼ିଶାରେ ଲୁଚିଛନ୍ତି ।

ଏହି ସଂଗଠନର ୩ ଜଣ ସଦସ୍ୟ ଗଲା ରବିବାର ଦିନ କୋଲକାତା ପୁଲିସର ଏସଟିଏଫ ଦ୍ୱାରା ଗିରଫ ହେବା ପରେ ସେମାନଙ୍କ ସହଯୋଗୀ ଓଡ଼ିଶାକୁ ଆସିଥିବା ସୂଚନା ମିଳିଛି । ଏହାକୁ ନେଇ କୋଲକାତା ପୁଲିସ ଓଡ଼ିଶା ପୁଲିସ ସହ ଯୋଗାଯୋଗରେ ଥିବା ବେଳେ ପୁଲିସ ପକ୍ଷରୁ ଏବେ ବ୍ୟାପକ ସତର୍କତା ଅବଲମ୍ବନ କରାଯାଉଛି । ସୂଚନା ଅନୁଯାୟୀ, କୋଲକାତାରେ ଗିରଫ ହୋଇଥିବା ୩ ଜଣ ଆତଙ୍କବାଦୀଙ୍କୁ ମିଶାଇ ମୋଟ ୧୫ ଜଣ ସଦସ୍ୟ ବାଂଲାଦେଶରୁ ଭାରତକୁ ଚଳିତ ବର୍ଷ ଆସିଥିଲେ ।

ସେମାନଙ୍କ ମଧ୍ୟରୁ ୫ଜଣ ପଶ୍ଚିମବଙ୍ଗରେ ଥିଲେ । ଅନ୍ୟ ୧୦ଜଣ ଓଡ଼ିଶା ସମେତ ବିହାର ଓ ଜାମ୍ମୁ କାଶ୍ମୀର ଯାଇଥିବା ସୂଚନା ମିଳିଛି । ଏହି ଗୋଷ୍ଠୀ ୨୦୧୦ରେ ପୁଣେରେ ଏକ ବିସ୍ଫୋରଣ ମାମଲାରେ ସମ୍ପୃକ୍ତ ଥିବା କୁହାଯାଉଛି । ଅତୀତରେ ଅନେକ ଆତଙ୍କବାଦୀ ଓଡ଼ିଶାରେ ଆସି ଲୁଚି ଥିବାବେଳେ ଧରାପଡ଼ିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି