Masthead

ବଲାଙ୍ଗିରର ଗୋଟିଏ ଗାଁ, ଲାଗୁ ହୋଇଛି ୩୭୦ ଭଳି ଧାରା

ବଲାଙ୍ଗିର(ବଡ଼ ଖବର ବ୍ୟୁରୋ): ପ୍ରଜାକୋର୍ଟର କଠୋର ନିଷ୍ପତ୍ତି । ନିଜ ପୈତୃକ ଜମିରେ ଘର ନିର୍ମାଣ କରିବାକୁ ବି ମନା । କାଶ୍ମରୀରୁ ଧାରା ୩୭୦ ଉଠିଥିଲେ ବି ଜୁରୀଆ ଭଲି ଅନୁନ୍ନତ ଗାଁ ଲୋକେ ବେଆଇନ ଭାବେ ୩୭୦ ଧାରା ଲାଗୁ କରିଛନ୍ତି । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଜୁରୀଆ ଗାଁରୁ । ଖପ୍ରାଖୋଲ ବ୍ଲକ ଜୁରିଆ ଗାଁର କନ୍ଦର୍ପ ସୁଆର । ଦୀର୍ଘ ବର୍ଷ ଧରି ଜୁରିଆ ମଣ୍ଡି ସାମ୍ନାରେ ଥିବା ନିଜ ପୌତୃକ ଜମିରେ ଘର କରିବାକୁ ନିଅଁ ଖୋଳିଥିଲେ । ଏହାକୁ ସହ୍ୟ କରି ପାରିନଥିଲେ ଗାଁର କିଛି ଖଳ ପ୍ରକୃତିର ବ୍ୟକ୍ତି ।

ଘର ନିର୍ମାଣ କରାଇ ନଦେବା ପାଇଁ ଗାଁ କମିଟି ପକ୍ଷରୁ ପ୍ରଜାକୋର୍ଟ କରାଯାଇଥିଲା । ଘର ତିଆରି କରି ପାରିବେ ନାହିଁ ବୋଲି ପ୍ରଜାକୋର୍ଟରେ ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରଜାକୋର୍ଟ ରାୟ ବିରୋଧରେ ଲରମ୍ଭା ଥାନାର ଦ୍ୱାରସ୍ଥ ହୋଇଥିଲେ କନ୍ଦର୍ପ । ଗାଁର କିଛି ଲୋକ କନ୍ଦର୍ପଙ୍କ ଦୋକାନକୁ ଆସି ଗାଳିଗୁଳଜ କରୁଛନ୍ତି । ଦୋକାନ ବନ୍ଦ କରିବାକୁ ଧମକ ଦେଉଛନ୍ତି । ଦୀର୍ଘ ୭୦ ବର୍ଷ ହେବ ଗାଁରେ କୌଣସି ବାହାର ବ୍ୟକ୍ତି ଘରଡିହ କିଣି ପାରିବେ ନାହିଁ । ଘର ତିଆରି କରି ପାରିବେ ନାହିଁ । ଗାଁର ଯୁବବାହିନୀ ଗ୍ରାମ୍ୟ କମିଟିର ଉଦ୍ଧ୍ୱର୍ରେ ରହି ପ୍ରସ୍ତୁତ କରିଛି ଏଭଳି ସ୍ୱତନ୍ତ୍ର ନିୟମ ।

କନ୍ଦର୍ପଙ୍କ ଅଭିଯୋଗ ପରେ ଗ୍ରାମ୍ୟକମିଟିର ବାବଜୀ ମେହେର , ଦିନବନ୍ଧୁ ମେହେର , ହରେକୃଷ୍ଣ ମେହେର , ଗୋପାଳ ମେହେର ଭକ୍ତବନ୍ଧୁ ମେହେରଙ୍କ ସହ ଅନେକ ଲୋକଙ୍କୁ ନୋଟିସ ଜାରି କରିଛି ପୋଲିସ । ଘଟଣାର ଆପୋଷ ସମାଧାନ ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି । ତେଣେ ଗାଁ କମିଟି ସଦସ୍ୟ କହିଛନ୍ତି ଏଭଳି ନିୟମ ପୁର୍ବରୁ ରହିôଥଲା । ଅନ୍ୟପକ୍ଷରେ ଲରମ୍ଭା ପୋଲିସ ଧାରା ୧୦୭ ରୁଜୁ କରି କୋର୍ଟକୁ କେଶ ହସ୍ତାନ୍ତର କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ