Masthead

ଧାରା ୬୬(କ)ର ସବୁ ମାମଲା ପ୍ରତ୍ୟାହାର କର: କେନ୍ଦ୍ର ଗୃହମନ୍ତ୍ରାଳୟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଇଟି ଆକ୍ଟ-୨୦୦୦ର ଧାରା ୬୬ (କ)ରେ ପୁଲିସ କରିଥିବା ସମସ୍ତ ମାମଲାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ରାଜ୍ୟ ମୁଖ୍ୟ ସଚିବ ଓ ପୁଲିସ ଡିଜିଙ୍କୁ ବୁଧବାର କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପରାମର୍ଶ ଦେଇଛି । ସୁପ୍ରିମକୋର୍ଟ ୨୦୧୫ ମସିହା ମାର୍ଚ୍ଚ ୨୪ ତାରିଖରେ ଆଇଟି ଆକ୍ଟର ଏହି ଧାରାକୁ ଅକାମୀ କରିବା ପରେ ପୁଲିସ ଦ୍ୱାରା ଏହି ଧାରାରେ ମାମଲା ରୁଜୁ କରାଯାଉଥିବା ନେଇ କେନ୍ଦ୍ର ସରକାର ଉଦବେଗ ବ୍ୟକ୍ତ କରିବା ସହ ତୁରନ୍ତ ଏଭଳି ମାମଲା ପ୍ରତ୍ୟାହାର ପାଇଁ କହିଛନ୍ତି ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଉପସଚିବ ଶୈଳେନ୍ଦ୍ର ବିକ୍ରମ ସିଂ ବୁଧବାର ଓଡ଼ିଶା ସମେତ ସମସ୍ତ ରାଜ୍ୟର ମୁଖ୍ୟ ସଚିବ ଓ ପୁଲିସ ଡିଜିଙ୍କୁ ଚିଠି ଲେଖି ସୁପ୍ରିମକୋର୍ଟ ନିରସ୍ତ୍ର କରିଥିବା ଏହି ପ୍ରବଧାନ ସମ୍ପର୍କରେ ପୁଲିସକୁ ଆବଶ୍ୟକ ସଚେତନ ପାଇଁ ଗୃହ ମନ୍ତ୍ରଣାଳୟ ଏକାଧିକ ଥର ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଛନ୍ତି ବୋଲି ଉଲ୍ଲେଖ କରିଛନ୍ତି ।

କିନ୍ତୁ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନରୁ ଜଣାପଡିଛି ଯେ, ଏବେବି ଅନେକ ପୁଲିସ ଅଧିକାରୀ ଆଇଟି ଆକ୍ଟ-୨୦୦୦ର ଧାରା ୬୬କ ପ୍ରାବଧାନ ଆଧାରରେ ମାମଲା ରୁଜୁ କରୁଛନ୍ତି । ତେଣୁ ଏହି ପ୍ରାବଧାନ ଆଧାରରେ ମାମଲା ରୁଜୁ କରୁଛନ୍ତି । ତେଣୁ ଏହି ପ୍ରାବଧାନ ଉଛେଦ ହୋଇସାରିଥିବାରୁ କୌଣସି ପୁଲିସ ଥାନାରେ ଯେଭଳି ଉକ୍ତ ପ୍ରାବଧାନ ଅନ୍ତର୍ଗତ ମାମଲା ପଞ୍ଜିକୃତ ନହୁଏ, ତାହା ସୁନିଶ୍ଚିତ କରିବାକୁ ରାଜ୍ୟଗୁଡିକୁ ପରାମର୍ଶ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼