Masthead

ପଡ଼ିଆ ପ୍ରସ୍ତୁତ, ଖେଳାଳି ବି ପ୍ରସ୍ତୁତ…

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଲକଡାଉନ କାରଣରୁ ଖେଳାଳିମାନେ ପଡ଼ିଆରେ ଖେଳିପାରୁନଥିଲେ । ଦୁଇ ମାସରୁ ଅଧିକ ସମୟ ଧରି ଖେଳାଳିଙ୍କ ପାଦ ପଡ଼ିଆରେ ପଡ଼ିପାରୁନଥିଲା । ଖେଳ ପଡ଼ିଆର ସ୍ଥିତି ଖରାପ ଆଡକୁ ଗତି କରୁଥିଲା । ତେବେ ଲକଡାଉନ କୋହଳ ହେବା ପରେ ଖେଳ ପଡ଼ିଆକୁ ଫେରିଛନ୍ତି ଖେଳାଳି। ଆସନ୍ତା ୨୫ ତାରିଖରୁ ଓଡ଼ିଶା କ୍ରିକେଟ ଆସୋସିଏସନର ଘରୋଇ ସିଜିନ ଆରମ୍ଭ ହେଉଛି। ଏଥି ସହିତ ଜାତୀୟ ସ୍ତରର ପ୍ରତିଯୋଗିତା ପାଇଁ ମଧ୍ୟ ବିଭିନ୍ନ କ୍ରୀଡ଼ାସୂଚୀ ପ୍ରକାଶ ପାଇଛି।

କ୍ରିକେଟ୍ ପଡ଼ିଆ ହେଉ କି ଫୁଟବଲ ଫିଲ୍ଡ, ସବୁ ଘାସରେ ଭରପୁର । ଏବେ ଅନୁମତି ମିଳିବା ପରେ ପଡ଼ିଆରେ ଆରମ୍ଭ ହୋଇଛି ଘାସ ବଛା। ସଫା ହେଉଛି ଗ୍ରାଉଣ୍ଡ। ପଡ଼ିଆ ପ୍ରସ୍ତୁତ ଆଉ ଖେଳାଳି ବି ପ୍ରସ୍ତୁତ। ମୈଦାନକୁ ଓହ୍ଲାଇଛନ୍ତି ଜାତୀୟ ସ୍ତରର ଖେଳାଳି। ରାଜଧାନୀ ଭୁବନେଶ୍ୱରରେ ଥିବା ୧୫ରୁ ଅଧିକ କ୍ରିକେଟ୍ କ୍ଲବ ଏବଂ ୨୦ରୁ ଅଧିକ ଫୁଟବଲ କ୍ଲବର ଖେଳାଳି ଏବେ ଖେଳିବାକୁ ପ୍ରସ୍ତୁତ ଅଛନ୍ତି। ଆଉ ଦୀର୍ଘ ଦିନ ପରେ ଖେଳ ପଡ଼ିଆକୁ ଓହ୍ଲାଇବା ପରେ ଖେଳାଳିଙ୍କ ଖୁସି କହିଲେ ନସରେ।

ଆଉଟ୍‌ଡୋର ସହ ଇନଡୋର ଗେମ୍ସକୁ ବି ମିଳିଛି ଅନୁମତି। ଏହାପରେ ଆରମ୍ଭ ହୋଇଯାଇଛି ଅଭ୍ୟାସ। ବ୍ୟାଡମିଣ୍ଟନ, କରାଟେ, ଜୁଡୋ, ତାଇକୋଣ୍ଡ ଏବଂ ସନ୍ତରଣ ବର୍ଗରେ ଖେଳାଳି ପ୍ରାକ୍ଟିସକୁ ଫେରିଛନ୍ତି। ତେବେ କୋଭିଡ କଟକଣାକୁ ଆଖି ଆଗରେ ରଖି ରାଜ୍ୟ ସରକାର ସମସ୍ତ ସ୍ପୋର୍ଟସ ହଷ୍ଟେଲର ଅନ୍ତେବାସୀଙ୍କୁ ନିଜ ନିଜ ଘରକୁ ପଠାଇଦେଇଥିଲେ। ଏବେ କଟକଣା କୋହଳ ହେବା ପରେ ଖୁବଶୀଘ୍ର ସମସ୍ତେ ନିଜ ନିଜ ହଷ୍ଟେଲକୁ ଫେରିବେ ଏବଂ ପୁଣି କୋଳାହଳମୟ ହେବ ଷ୍ଟାଡିୟମ୍।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି