Masthead

ଗାନ୍ଧି ଜୟନ୍ତୀରେ କଳାହାଣ୍ଡିବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି

ବଡ଼ ଖବର ବ୍ୟୁରୋ: ଗାନ୍ଧି ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡିବାସୀଙ୍କୁ ଦେଇଛନ୍ତି ବିଜୁଳି ଭେଟି । ଜୟପାଟଣା ବ୍ଲକ ବାନରାଠାରେ ୨୨୦କେଭି କ୍ଷମତା ସମ୍ପନ ବିଦ୍ୟୁତ ଗ୍ରୀଡକୁ ଭିଡିଓ କନଫରେନ୍ସିଂ ଜରିଆରେ ଲୋକାର୍ପଣ କରିଛନ୍ତି ମୁଖମନ୍ତ୍ରୀ । ଏହି ପ୍ରକଳ୍ପ ଦ୍ୱାରା ଜୟପାଟଣ. କୋଲସରା ଓ କଲମପୁର ବ୍ଲକର ୧୨୦ଟି ଗାଁର ୪୫ହଜାର ଉପଭୋକ୍ତା ଉପକୃତ ହେବେ । ୨୦୧୬ ମସିହାରେ ୯୮କୋଟି ଟଙ୍କା ବ୍ୟୟ ଅଟକଳରେ ୧୯ ଏକର ଜାଗାରେ ଏହାର ନିର୍ମାଣ ଆରମ୍ଭ ହୋଇଥିଲା । ଏହି ଗ୍ରୀଡରୁ ୬ଶହ ମେଗାୱାଟ ବିଜୁଳି ଉତ୍ପାଦନ ହେବାର ଲକ୍ଷ୍ୟ ରଖାଯାଇଛି । ଏହି ଗ୍ରୀଡ କାର୍ଯ୍ୟକ୍ଷମ ହେବା ପରେ ଚଳିତ ବର୍ଷ ଜାନୁଆରୀଠାରୁ ଇନ୍ଦ୍ରାବତୀ ମେଗାଲିପ୍ଟକୁ ସଂଯୋଗ କରାଯାଇ ୬ହଜର ଜମିକୁ ଜଳଯୋଗାଣ ସମ୍ଭବ ହୋଇପାରିଛି ।

କଳାହାଣ୍ଡିର ତକ୍ରାଳୀନ ମହାରାଜ ପ୍ରତାପ କେଶରୀ ଦେବ ଇନ୍ଦ୍ରାବତୀ ପ୍ରକଳ୍ପର ପରିକଳ୍ପନା କରିଥିଲେ । ୧୯୭୮ ମସିହାରେ ଏହାର ଶିଳାନ୍ୟାସ ହେବା ପରେ ୧୯୯୯ ମସିହାରେ ଇନ୍ଦ୍ରାବତୀ ପ୍ରକଳ୍ପରୁ ବିଦୁତ ଉତ୍ପାଦନ ଆରମ୍ଭ ହୋଇଥିଲା । ତେବେ ଦୀର୍ଘ ୨୦ବର୍ଷ ପରେ ବିଜୁଳି ପାଇବେ କଳାହାଣ୍ଡିବାସୀ । ପୁର୍ବରୁ ଇନ୍ଦ୍ରାବତୀ ପ୍ରକଳ୍ପରୁ ଥେରୁବାଲି ଗ୍ରୀଡକୁ ୧୩୨କେଭି ବିଦ୍ୟୁତ ପରିବହନ ହେଉଥିଲା । ସେଠାରୁ ବିଦ୍ୟୁତ ଆସିବା ପରେ ଜିଲ୍ଲାବାସୀ ଉପକୃତ ହେଉଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମିଳିଲା ଡାଏରି, ଖୋଲିବ ଜ୍ୟୋତିଙ୍କ ଗୁମର 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଜୁନ୍ ୨୩ରେ ପଞ୍ଚାୟତ ଉପନିର୍ବାଚନ 🔴 ଆଜି ପ୍ରକାଶ ପାଇବ +୨ ରେଜଲ୍ଟ 🔴 ମୁମ୍ବାଇରେ କରୋନାରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ 🔴 ‘ଟ୍ରକ ଟ୍ରକ ଚିଟଫଣ୍ଡ ନଥିପତ୍ର ବୋହି ନେଇଛି ବିଜେଡି’ 🔴 ପାଣି ପାଇଁ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ 🔴 ବ୍ଲେଡ ମାରି ଲୁଟିଲେ, ବାଇକ୍‌ ପୋଡ଼ିଦେଲେ 🔴 ଟ୍ରମ୍ପ୍-ପୁଟିନ୍‌ଙ୍କ ଯୁଦ୍ଧ ବିରତି ଆଲୋଚନା 🔴 ୨୧ରୁ ୨୩ ତାରିଖ ଯାଏ କାଳବୈଶାଖୀ 🔴 ମିଳିଲା ଡାଏରି, ଖୋଲିବ ଜ୍ୟୋତିଙ୍କ ଗୁମର 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଜୁନ୍ ୨୩ରେ ପଞ୍ଚାୟତ ଉପନିର୍ବାଚନ 🔴 ଆଜି ପ୍ରକାଶ ପାଇବ +୨ ରେଜଲ୍ଟ 🔴 ମୁମ୍ବାଇରେ କରୋନାରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ 🔴 ‘ଟ୍ରକ ଟ୍ରକ ଚିଟଫଣ୍ଡ ନଥିପତ୍ର ବୋହି ନେଇଛି ବିଜେଡି’ 🔴 ପାଣି ପାଇଁ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ 🔴 ବ୍ଲେଡ ମାରି ଲୁଟିଲେ, ବାଇକ୍‌ ପୋଡ଼ିଦେଲେ 🔴 ଟ୍ରମ୍ପ୍-ପୁଟିନ୍‌ଙ୍କ ଯୁଦ୍ଧ ବିରତି ଆଲୋଚନା 🔴 ୨୧ରୁ ୨୩ ତାରିଖ ଯାଏ କାଳବୈଶାଖୀ