Masthead

ଗାନ୍ଧି ଜୟନ୍ତୀରେ କଳାହାଣ୍ଡିବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି

ବଡ଼ ଖବର ବ୍ୟୁରୋ: ଗାନ୍ଧି ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡିବାସୀଙ୍କୁ ଦେଇଛନ୍ତି ବିଜୁଳି ଭେଟି । ଜୟପାଟଣା ବ୍ଲକ ବାନରାଠାରେ ୨୨୦କେଭି କ୍ଷମତା ସମ୍ପନ ବିଦ୍ୟୁତ ଗ୍ରୀଡକୁ ଭିଡିଓ କନଫରେନ୍ସିଂ ଜରିଆରେ ଲୋକାର୍ପଣ କରିଛନ୍ତି ମୁଖମନ୍ତ୍ରୀ । ଏହି ପ୍ରକଳ୍ପ ଦ୍ୱାରା ଜୟପାଟଣ. କୋଲସରା ଓ କଲମପୁର ବ୍ଲକର ୧୨୦ଟି ଗାଁର ୪୫ହଜାର ଉପଭୋକ୍ତା ଉପକୃତ ହେବେ । ୨୦୧୬ ମସିହାରେ ୯୮କୋଟି ଟଙ୍କା ବ୍ୟୟ ଅଟକଳରେ ୧୯ ଏକର ଜାଗାରେ ଏହାର ନିର୍ମାଣ ଆରମ୍ଭ ହୋଇଥିଲା । ଏହି ଗ୍ରୀଡରୁ ୬ଶହ ମେଗାୱାଟ ବିଜୁଳି ଉତ୍ପାଦନ ହେବାର ଲକ୍ଷ୍ୟ ରଖାଯାଇଛି । ଏହି ଗ୍ରୀଡ କାର୍ଯ୍ୟକ୍ଷମ ହେବା ପରେ ଚଳିତ ବର୍ଷ ଜାନୁଆରୀଠାରୁ ଇନ୍ଦ୍ରାବତୀ ମେଗାଲିପ୍ଟକୁ ସଂଯୋଗ କରାଯାଇ ୬ହଜର ଜମିକୁ ଜଳଯୋଗାଣ ସମ୍ଭବ ହୋଇପାରିଛି ।

କଳାହାଣ୍ଡିର ତକ୍ରାଳୀନ ମହାରାଜ ପ୍ରତାପ କେଶରୀ ଦେବ ଇନ୍ଦ୍ରାବତୀ ପ୍ରକଳ୍ପର ପରିକଳ୍ପନା କରିଥିଲେ । ୧୯୭୮ ମସିହାରେ ଏହାର ଶିଳାନ୍ୟାସ ହେବା ପରେ ୧୯୯୯ ମସିହାରେ ଇନ୍ଦ୍ରାବତୀ ପ୍ରକଳ୍ପରୁ ବିଦୁତ ଉତ୍ପାଦନ ଆରମ୍ଭ ହୋଇଥିଲା । ତେବେ ଦୀର୍ଘ ୨୦ବର୍ଷ ପରେ ବିଜୁଳି ପାଇବେ କଳାହାଣ୍ଡିବାସୀ । ପୁର୍ବରୁ ଇନ୍ଦ୍ରାବତୀ ପ୍ରକଳ୍ପରୁ ଥେରୁବାଲି ଗ୍ରୀଡକୁ ୧୩୨କେଭି ବିଦ୍ୟୁତ ପରିବହନ ହେଉଥିଲା । ସେଠାରୁ ବିଦ୍ୟୁତ ଆସିବା ପରେ ଜିଲ୍ଲାବାସୀ ଉପକୃତ ହେଉଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା