Masthead

ଭିତରକନିକାରେ କମୁଛି କୁମ୍ଭୀର ବସା

ରାଜନଗର (ବଡ଼ ଖବର ବ୍ୟୁରୋ): ବିଶ୍ୱପ୍ରସିଦ୍ଧ ଜାତୀୟ ଉଦ୍ୟାନ ଭିତରକନିକାରେ କମୁଛି କୁମ୍ଭୀର ବସା । କୁମ୍ଭୀର ବସା ଚିହ୍ନଟ ପ୍ରକ୍ରିୟା ଶେଷ ହେବା ପରେ ଏହି ସୂଚନା ମିଳିଛି । ବାତ୍ୟା ୟାଶ ପ୍ରଭାବରେ କୁମ୍ଭୀର ବସା ସଂଖ୍ୟା କମିଥିବା ବନବିଭାଗ କହିଛି । ଚଳିତବର୍ଷ ରାଜନଗର ବନଖଣ୍ଡର ୪ଟି ରେଞ୍ଜରେ କୁମ୍ଭୀର ବସା ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି । ବନଖଣ୍ଡରେ ମୋଟ ୮୪ଟି ବସା ଚିହ୍ନଟ ହୋଇଥିବା ବେଳେ ରାଜନଗର ରେଞ୍ଜରେ ୧୦,ମହାକାଳପଡାରେ ୨,ଗହିରମଥାରେ ୨ ଓ କନିକା ରେଞ୍ଜରେ ସର୍ବାଧିକ ୭୦ଟି ବସା ଚିହ୍ନଟ କରାଯାଇଛି । ଗତବର୍ଷ ତୁଳନାରେ ଚଳିତ ବର୍ଷ ୧୯ଟି ବସା କମ ଚିହ୍ନଟ ହୋଇଛି । ଗତ ବର୍ଷ ୧୦୩ଟି ବସା ଚିହ୍ନଟ ହୋଇଥିବା ବେଳେ ଚଳିତବର୍ଷ ୮୪ଟି ବସା ଚିହ୍ନଟ ହୋଇଛି ।


ଏପ୍ରିଲ ମାସ ଆରମ୍ଭରୁ କୁମ୍ଭୀରମାନଙ୍କର ମିଳନ ପର୍ବ ଆରମ୍ଭ ହୋଇଥାଏ । ପରେ ମା କୁମ୍ଭୀର ହେନ୍ତାଳ,ନାଳୀଆ ଓ ଖରଖରୀ ପତ୍ରରେ ଜୁଆର ମାଡୁନଥିବା ସ୍ଥାନରେ ବସା ବାନ୍ଧିଥାଏ । ମା କୁମ୍ଭୀର ଅଣ୍ଡାଦେବା ପରେ ଛୁଆ ଫୁଟିବା ପର୍ୟ୍ୟନ୍ତ ବସାକୁ ଯଗି ରହିଥାଏ । ଚଳିତବର୍ଷ ମେ ମାସର ଶେଷ ସପ୍ତାହରେ ବାତ୍ୟା ୟାସ ଉପକୂଳ ଓଡିଶାରେ ତାଣ୍ଡବ ରଚିଥିଲା । ବାତ୍ୟା ୟାସ ପ୍ରଭାବରେ ନଦୀରେ ଉଚ୍ଚ ଜୁଆର ଆସିବାରୁ ନଦୀ ପଠାଗୁଡିକ ବୁଡି ରହିଥିଲା । ଉଚ୍ଚ ଜୁଆର ଯୋଗୁ କୁମ୍ଭୀର ବସା ଗୁଡିକ ନଷ୍ଟ ହୋଇଯାଇଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୧୯୭୫ ମସିହାରେ ବଉଳା କୁମ୍ଭୀର ବିଲୁପ୍ତ ପ୍ରାଣୀ ତାଲିକାରେ ଆସିବା ପରେ ମିଳିତ ଜାତିସଂଘ ସହଯୋଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ପ୍ରଥମ ବଉଳା କୁମ୍ଭୀର ଚାଷ ପ୍ରକଳ୍ପ କେନ୍ଦ୍ରାପଡାର ରାଜନଗର ଡାଙ୍ଗମାଳ ଠାରେ ଆରମ୍ଭ କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା