Masthead

ଦୈନିକ ଭାସ୍କରର ବିଭିନ୍ନ ରାଜ୍ୟ ଅଫିସରେ ଆୟକର ବିଭାଗର ରେଡ୍

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ଦେଶର ଅନ୍ୟତମ ଗଣମାଧ୍ୟମ ଦୈନିକ ଭାସ୍କରରେ ରେଡ଼ କରିଛି ଆୟକର ବିଭାଗ । କର ଚୋରି ଅଭିଯୋଗରେ ଦେଶର ବିଭିନ୍ନ ରାଜ୍ୟରେ ଥିବା ଏହି ଗଣମାଧ୍ୟମ ସଂସ୍ଥା ଅଫିସରେ ରେଡ୍ କରିଛି । ଯେଉଁ ଖବରକୁ ନେଇ ଏବେ ସଂସଦରେ ବି ହୋ ହାଲ୍ଲା ଆରମ୍ଭ ହୋଇଛି । ଏହାକୁ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ବୋଲି ମଧ୍ୟ କହିଛନ୍ତି ବିରୋଧୀ । ତେବେ ଏହି ପ୍ରସଙ୍ଗକୁ ନେଇ କିଛି ସମୟ ପର୍ଯ୍ୟନ୍ତ ସଂସଦକୁ କିଛି ସମୟ ସ୍ଥଗିତ କରାଯାଇଥିଲା । ଗୁରୁବାର ସକାଳୁ ମହାରାଷ୍ଟ୍ର, ଗୁଜୁରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଦିଲ୍ଲୀ କାର୍ଯ୍ୟାଳୟରେ ଏହି ରେଡ୍ ହୋଇଛି ।

ତେବେ କରୋନାର ଦ୍ୱିତୀୟ ଲହର ସମୟରେ ଏହି ଗଣମାଧ୍ୟମ ସଂସ୍ଥା ସରକାରଙ୍କ କୋଭିଡ଼ ପରିଚାଳନାକୁ ନେଇ ପ୍ରଶ୍ନ କରିଥିଲା । ତେଣୁ କେନ୍ଦ୍ର ସରକାର ଏପରି କରିଥିବା କଂଗ୍ରେସ ଅଭିଯୋଗ କରିଛି । ଆୟକର ବିଭାଗ ରେଡ୍ କରିବା ବେଳେ ଦୈନିକ ଭାସ୍କରର ମୁଖ୍ୟ ସମ୍ପାଦକ ଏଲପି ପନ୍ତ ଟ୍ୱିଟ୍ କରି ଗୋଟିଏ ଶାୟରୀ ଲେଖିଛନ୍ତି, ‘ ସତ ବଢ଼ୁ କିମ୍ବା କମୁ ସତ୍ୟ ରହିବ ନାହିଁ, ହେଲେ ମିଛର ଅନ୍ତ ନାହିଁ।’ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସମେତ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ଘଟଣାକୁ ନିନ୍ଦା କରି ଟ୍ୱିଟ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା