Masthead

ଆସନ୍ତା ସପ୍ତାହରୁ ଶିଶୁଙ୍କ ‘କୋଭାକ୍ସିନ’ ଦ୍ୱିତୀୟ ଡୋଜ ପରୀକ୍ଷଣ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି ଶିଶୁଙ୍କ ‘କୋଭାକ୍ସିନ’ ଟିକାର ଦ୍ୱିତୀୟ ଡୋଜ ପରୀକ୍ଷଣ । ଦିଲ୍ଲୀ ଏମ୍‌ସରେ ଏଥିପାଇଁ ସମସ୍ତ ପ୍ରସ୍ତୁତି ହୋଇଛି। ପରୀକ୍ଷଣ ଏମ୍‌ସ ସମେତ ଦେଶର ୬ଟି କେନ୍ଦ୍ରରେ ହେଉଛି । ତେବେ ଏହାର ଫଳାଫଳ ସେପ୍ଟେମ୍ବରରେ ହିଁ ଆସିପାରିବ ବୋଲି ଜଣାପଡ଼ିଚି। ଡ. ରଣଦୀପ ଗୁଲେରିଆ କହିଛନ୍ତି ଯେ ସେପ୍ଟେମ୍ବର ଶେଷ ସୁଦ୍ଧା ୧୮ ବର୍ଷରୁ କମ୍‌ ବୟସର ପିଲାଙ୍କ ପାଇଁ ଟିକା ଉପଲବ୍ଧ ହୋଇପାରେ।

ଭାରତ ବାୟୋଟେକ ୨ ରୁ ୬ ବୟସର ଶିଶୁଙ୍କ ପାଇଁ ପ୍ରସ୍ତୁତ କରିଥିବା ‘କୋଭାକ୍ସିନ’ ଟିକାର ଦ୍ବିତୀୟ ଡୋଜ୍‌ର ପରୀକ୍ଷଣ ହୋବାକୁ ଯାଉଛି। କୋଭିଡ ମହାମାରୀର ତୃତୀୟ ଲହର ଆସିବା ପୂର୍ବରୁ ଭାରତରେ ଟିକାକରଣ ବାବଦ ସମସ୍ତ ଜରୁରୀ ପ୍ରକ୍ରିୟା ଶେଷ କରିବାକୁ ଏମ୍ସ ଲକ୍ଷ ରଖିଛନ୍ତି । ଅନ୍ୟପକ୍ଷେ ପୂର୍ବରୁ ସରକାରଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟକୁ ଦିଆଯାଇଥିବା ସୂଚନା ଅନୁସାରେ ଜାଇଡସ୍ କ୍ୟାଡିଲା ଏହାର ଡିଏନ୍ଏ ଆଧାରିତ କୋଭିଡ ଟିକା ‘ଜାଇକୋଭ୍-ଡି’ର ୧୨ ରୁ୧୮ ବୟସ ଶ୍ରେଣୀ ପାଇଁ କ୍ଲିନିକାଲ୍ ପରୀକ୍ଷା ଶେଷ କରିଛି। ଆଇନଗତ ମଂଜୁରି ମିଳିବା ପରେ ଏହା ଭବିଷ୍ୟତରେ ଉପଲବ୍ଧ ହୋଇପାରେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ!