Masthead

୪ ବର୍ଷର ଆରଭ୍‌ କଲେ ରେକର୍ଡ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆମ ଦେଶ ତଥା ରାଜ୍ୟରେ ପ୍ରତ୍ୟେକ ଦିନ କିଛି ନା କିଛି ଆଶ୍ଚର୍ଯ୍ୟଜନକ ଘଟଣା ସବୁ ଦେଖିବାକୁ ମିଳେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ । ଏହି ସବୁ ଘଟଣା ଗୁଡିକ କିନ୍ତୁ ଖୁବ କମ୍ ଦେଖିବାକୁ ମିଳେ । ବେଳେବେବେ ଏହି ସବୁ ଘଟଣା ଚମକ୍ରାର ଭଳି ଲାଗେ । ଲୋକମାନେ ଏହାକୁ ଭଗବାନଙ୍କ କୃପା ତଥା ଆଶିର୍ବାଦ ବୋଲି ଭାବନ୍ତି । ତେବେ ଆପଣମାନେ ସମସ୍ତେ ଦେଖିଥିବେ ପିଲା ଜନ୍ମ ହେଲାବେଳେ ସେଥିରୁ ଅନେକ ପିଲା ବହୁତ ଆଶ୍ଚର୍ଯ୍ୟଜନକ ହୋଇଥାନ୍ତି । ଯାହା ଲୋକମାନଙ୍କୁ ଅନେକ ଚକିତ କରିଥାଏ । ଆଉ ଏମିତି ବହୁତ ପିଲା ଅଛନ୍ତି ଯେଉଁମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ଆଉ ସେମାନଙ୍କୁ ଦେଶ ଦୁନିଆର ସମସ୍ତ କଥା ଜଣାଥାଏ । ଯାହା ଲୋକେ ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇଥାନ୍ତି । ଏମିତି ପିଲା ବହୁତ କମ୍ ଦେଖିବାକୁ ମିଳେ ତେବେ ଏହିଭଳି ପିଲା ଭଗବାନଙ୍କ ଦୟା ବୋଲି ମଧ୍ୟ କୁହାଯାଏ । ଆଜି ଆମେ ସେହିପରି ଗୋଟିଏ ପିଲା ବିଷୟରେ କହିବାକୁ ଯାଉଛୁ । ଏପରି ପିଲାମାନେ ସାରା ଦେଶ ତଥା ରାଜ୍ୟ ପାଇଁ ବହୁତ ଗର୍ବ ଆଣି ଦିଅନ୍ତି । ଏଭଳି ପିଲା ଦେଖିବାକୁ ମିଳେ ଯେଉଁମାନେ ଅତି କମ ବୟସରୁ ସବୁକିଛି ଜାଣି ନେଇଥାନ୍ତି ଏବଂ ବହୁତ ଶିଘ୍ର ମନେ ରଖନ୍ତି । ତେବେ ଏହା ସତରେ ବହୁତ ଆଶ୍ଚର୍ଯ୍ୟଜନକ ହୋଇଥାଏ ।

ତେବେ ଏହି ଆଶ୍ଚଜନକ ଘଟଣା ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଦେଖିବାକୁ ମିଳିଛି । ବନ୍ୟା ପଟ୍ଟନାୟକ ଏବଂ ସିଦ୍ଧାର୍ଥ ଶଙ୍କର ଏସ ଦାସଙ୍କ ଠାରୁ ଜନ୍ମ ହୋଇଛି ଗୋଟିଏ ପୁଅ ସିଏ ବହୁତ ବୁଦ୍ଧିମାନ । ସେହି ପୁଅର ନାମ ଆରଭ୍‌ ପଟ୍ଟନାୟକ ଦାଶ । ଆରଭ୍‌ କୁ ମାତ୍ର ୪ ବର୍ଷ । କିନ୍ତୁ ୪ବର୍ଷ ବୟସରେ ସେ ସମସ୍ତ କଥାକୁ ବହୁତ ଶୀଘ୍ର ମନେ ରଖି ପାରୁଛନ୍ତି । ଏତେ କମ ବୟସରେ ସେ ଶୂନ୍ୟସ୍ଥାନ ପୂରଣ କରିବା, ପ୍ରଶ୍ନ, ଅନେକ ଶବ୍ଦର ବନାନ, ମୌଳିକ ଗଣିତ ସମାଧାନ ଏବଂ ଲେଖା ପାଇଁ ପ୍ରଶଂସିତ ହେବା ସହିତ ଇଂରାଜୀ ବର୍ଣ୍ଣମାଳାକୁ ସଠିକ କ୍ରମରେ ଏବଂ ଓଲଟା କ୍ରମରେ ବୋଲି ପାରନ୍ତି । ଏହା ସହିତ ୩୦ରୁ ଅଧିକ ରାଇମ ମନେରଖିଛନ୍ତି ଆରଭ୍‌ । ୧ରୁ ୧୦୦ ଏବଂ ୧୦୦ରୁ ୧ ପର୍ଯ୍ୟନ୍ତ ବୋଲିବା ସହିତ ୩୦ରୁ ଅଧିକ ସାଧାରଣ ଜ୍ଞାନ ପ୍ରଶ୍ନର ଉତ୍ତର ମନେରଖି ପାରିଛନ୍ତି ଆରଭ୍‌ । ଏହା ସହିତ ଖୁବ କମ ବୟସରୁ ସେ ଇଣ୍ଡିଆ ବୁକ୍ ଅଫ ରେକର୍ଡ ୨୦୨୧ ରେ ନିଜ ନାମ ସ୍ଥାପନ କରି ପାରିଛନ୍ତି । ଏହା ଆମ ରାଜ୍ୟ ପାଇଁ ଅତନ୍ତ ଗର୍ବର ବିଷୟ । ତାଙ୍କ ବାପା-ମା’ ଆରଭ୍‌ କୁ ନେଇ ବହୁତ ଗର୍ବିତ । ଆଗକୁ ତାଙ୍କ ପୁଅ ବହୁତ ଆଗକୁ ଯାଇ ଓଡ଼ିଶାର ନାଁ ଗର୍ବିତ କରିବ ବୋଲି ଆଶା ରଖିଛନ୍ତି ବାପା ମା’ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ