Masthead

ଜାଣିଛନ୍ତି କି କସ୍ତୁରବା ଥିଲେ ମହାତ୍ମା ଗାନ୍ଧୀଙ୍କଠାରୁ ବଡ଼

ଭୁବନେଶ୍ୱର: ଆଜି ଗାନ୍ଧୀ ଜୟନ୍ତୀ । ଗାନ୍ଧିଜୀ ଗୁଜରାଟର ପୋରବନ୍ଦରରେ ୧୮୬୯ ଅକ୍ଟୋବର ୨ରେ ଜନ୍ମଗ୍ରହଣ କରିଥିଲେ । ତେବେ ଆପଣ ହୁଏତ ଜାଣି ନ ଥିବେ ଯେ ଗାନ୍ଧିଜୀ ତାଙ୍କ ସ୍ତ୍ରୀ କସ୍ତୁରବା ଗାନ୍ଧୀଙ୍କଠାରୁ ବୟସରେ ସାନ ଥିଲେ । ଗାନ୍ଧିଜୀଙ୍କ ବାପା କରମଚାନ୍ଦ ଉତ୍ତମଚାନ୍ଦ ଗାନ୍ଧୀ ତତ୍କାଳୀନ ପୋରବନ୍ଦର ରାଜ୍ୟର ଦିୱାନ ଥିଲେ । କରମଚାନ୍ଦ ୪ ଜଣଙ୍କୁ ବିବାହ କରିଥିଲେ । ପ୍ରଥମ ଦୁଇ ସ୍ତ୍ରୀଙ୍କର ଯୁବାବସ୍ଥାରେ ମୃତ୍ୟୁ ହୋଇଥିଲା । ସେମାନଙ୍କର ଗୋଟିଏ ଲେଖାଏଁ ଝିଅ ଥିଲେ । ତୃତୀୟ ସ୍ତ୍ରୀ ଥିଲେ ନିଃସନ୍ତାନ ।

୧୮୫୭ରେ ସେ ସ୍ୱାମୀ କରମଚାନ୍ଦଙ୍କୁ ଚତୁର୍ଥ ବିବାହ କରିବା ପାଇଁ ପ୍ରବର୍ତ୍ତାଇଥିଲେ । ତୃତୀୟ ସ୍ତ୍ରୀଙ୍କ ପ୍ରେରଣା ଓ ଅନୁରୋଧ କ୍ରମେ କରମଚାନ୍ଦ ଗୁଜରାଟ ଜୁନାଗଡ଼ର ପୁତୁଲି ବାଈଙ୍କୁ ଚତୁର୍ଥ ସ୍ତ୍ରୀ ରୂପେ ଗ୍ରହଣ କରିଥିଲେ । ପୁତୁଲି ବାଈ ୪ ସନ୍ତାନର ଜନନୀ ହୋଇଥିଲେ । ସେମାନେ ହେଉଛନ୍ତି କ୍ରମାନ୍ୱୟରେ ବଡ଼ ପୁୁଅ ଲକ୍ଷ୍ମୀଦାସ, ଝିଅ ରାଲିଆତ ବେନ, ମଝିଆ ପୁଅ କର୍ଷନଦାସ ଓ ସାନ ପୁଅ ମୋହନଦାସ । ଶ୍ରୀମଦ୍ ଭଗବତ ଗୀତାର ଆଦର୍ଶରେ ପୁତୁଲି ବାଈ ଅନୁପ୍ରାଣୀତ ହୋଇଥିଲେ । ଏହାର ପ୍ରଭାବ ମୋହନଦାସଙ୍କ ଉପରେ ପଡ଼ିଥିଲା ।

୧୮୭୪ରେ ପରିବାର ସହ କରମଚାନ୍ଦ ପୋରବନ୍ଦର ଛାଡ଼ି ରାଜକୋଟରେ ଚାକିରି ଆରମ୍ଭ କଲେ । ୯ ବର୍ଷ ବୟସରେ ରାଜକୋଟରେ ମୋହନଦାସଙ୍କ ପ୍ରାଥମିକ ଶିକ୍ଷା ଆରମ୍ଭ ହେଲା । ଲାଜକୁଳା ସ୍ୱଭାବର ମୋହନଦାସ ଗ୍ରନ୍ଥକୀଟ ଥିଲେ । ମାତ୍ର ୧୩ ବର୍ଷ ବୟସରେ ସେ କସ୍ତୁରବାଈ ମଖାନଜୀ କାପୋଡ଼ିଆ (କସ୍ତୁରବା ଗାନ୍ଧୀ)ଙ୍କୁ ବିବାହ କରିଥିଲେ । କସ୍ତୁରବା ଥିଲେ ମୋହନଦାସଙ୍କଠାରୁ ବୟସରେ ୧ ବର୍ଷ ବଡ଼ । ତତ୍କାଳୀନ ରୀତିନୀତି ଅନୁସାରେ ଉଭୟ ପରିବାରର ସହମତିରେ ଏହି ବିବାହ ସମ୍ପନ୍ନ ହୋଇଥିଲା ।

୧୬ ବର୍ଷ ବୟସରେ ଗାନ୍ଧିଜୀ ବାପା ହୋଇଥିଲେ । କିିନ୍ତୁ ତାଙ୍କର ଏହି ପ୍ରଥମ ସନ୍ତାନ ଅଧିକ ଦିନ ବଞ୍ଚି ରହି ନ ଥିଲେ । ପରେ ଆଉ ଏକ ସନ୍ତାନର ମଧ୍ୟ ମୃତ୍ୟୁ ହୋଇଥିଲା । ପରେ ଗାନ୍ଧୀ ଦମ୍ପତି ପ୍ରାୟ ୪ ବର୍ଷ ଅନ୍ତରରେ ଗୋଟିଏ ଲେଖାଏଁ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ଏହିପରି ତାଙ୍କର ୪ ପୁଅ ଥିଲେ । ସେମାନେ ହେଲେ ହରିଲାଲ (୧୮୮୮), ମଣିଲାଲ (୧୮୯୨), ରାମଦାସ (୧୮୯୭) ଓ ଦେବଦାସ (୧୯୦୦) ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ