Masthead

ଉପନିର୍ବାଚନ: ପ୍ରଚାର ଉପରେ ପାହାର

ଚିନ୍ମୟ ପତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶାର ଦୁଇଟି ବିଧାନସଭା ଆସନରେ ହେବ ଉପନିର୍ବାଚନ । ୩୮ ବାଲେଶ୍ୱର ଓ ୧୦୨ ତିର୍ତ୍ତୋଲ ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ନାମାଙ୍କନପତ୍ର ଦାଖଲଠାରୁ ଭୋଟ ଗଣତି ପର୍ଯ୍ୟନ୍ତ ତାରିଖ ବି ସ୍ପଷ୍ଟ ହୋଇ ସାରିଛି । ବିଜ୍ଞପ୍ତି ପରେ ସବୁ ଦଳ ବି ପ୍ରସ୍ତୁତି ଆରମ୍ଭ କରିଛନ୍ତି । ହେଲେ ଏଥର ଉପନିର୍ବାଚନ ହେବ ସବୁଠୁ ଭିନ୍ନ । ଆଗଭଳି ନିର୍ବାଚନ ବେଳେ ହେବନାହିଁ ହୋହଲ୍ଲା, ଗହଳିଚହଳି । ଦଳ ଦଳ ହୋଇ ବୁଲିବେନି ସମର୍ଥକ କି ଦଳୀୟ କର୍ମୀ ।

ଏକାଠି ହେବେ ନାହିଁ ସମର୍ଥକ । ପ୍ରାର୍ଥୀ ବି ଦଳ ବଳ ଧରି ଯାଇପାରିବେ ନାହିଁ । ସଭାସମିତି ଉପରେ ବି କଟକଣା ଲଗାଯାଇଛି । ଇତିମଧ୍ୟରେ ରାଜ୍ୟ ନିର୍ବାଚନ ଅଧିକାରୀ ଉଭୟ ବାଲେଶ୍ୱର ଓ ଜଗତସିଂହପୁର ଜିଲ୍ଲା ପ୍ରଶାସନ ସହ ଆଲୋଚନା ବି କରି ସାରିଛନ୍ତି । ସବୁ ରାଜନୈତିକ ଦଳଗୁଡ଼ିକୁ ଡାକି ବୈଠକ ବି କରିଛନ୍ତି । ଏହି ଆଲୋଚନା କାଳରେ ବୁଝାଇ ଦେଇଛନ୍ତି ନେତା ଓ ସମର୍ଥକଙ୍କ ପାଇଁ ଲାଗୁ ହୋଇଥିବା ଲକ୍ଷ୍ମଣରେଖା । ଶୁଣାଇ ଦେଇଛନ୍ତି ରୋକଠୋକ ଚେତାବନୀ । ପ୍ରଥମତଃ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ ଶୋଭାଯାତ୍ରା ହେବନାହିଁ । ପ୍ରାର୍ଥୀଙ୍କ ସହ କେବଳ ୨ଜଣ ଯାଇପାରିବେ ।

ନାମାଙ୍କନପତ୍ର ଦାଖଲ ପରେ ପ୍ରଚାର ଉପରେ ବି ଲାଗିଛି ଶକ୍ତ ପାହାର । କୌଣସି ରାଜନୈତିକ ଦଳ ସର୍ବାଧିକ ୧୦୦ରୁ ଅଧିକ ସମର୍ଥକଙ୍କୁ ଏକଜୁଟ କରିପାରିବେ ନାହିଁ । କୌଣସି ହଲରେ ବୈଠକ ହେଲେ ହଲ୍ କ୍ଷମତାର ୫୦% ସମର୍ଥକ ରହିପାରିବେ । ଡୋର କ୍ୟାମ୍ପେନିଂରେ ସର୍ବାଧିକ ୫ଜଣ ସମର୍ଥକ ଯିବେ । ଏହାର ଖିଲାପ ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା