Masthead

ରାଉରକେଲାରେ ଚାଲିଛି ପିଲା ବିକ୍ରି ରାକେଟ୍

ରାଉରକେଲା(ବଡ଼ ଖବର ବ୍ୟୁରୋ): ପିଲା ବିକ୍ରି ରାକେଟ୍ ପର୍ଦାଫସ କରିଛି ରାଉରକେଲା ପ୍ଲାଣ୍ଟ ସାଇଟ ପୋଲିସ । ରାଉରକେଲାର ଭଦ୍ରମୁଖା ପିନ୍ଧା କେତେକ ମହିଳା ପିଲା ବିକ୍ରି କରିବା ରାକେଟ୍ ଚଳାଉଥିଲେ । ଏହି ଘୃଣ୍ୟ କାର୍ଯ୍ୟରେ କେତେଜଣ ପୁରୁଷ ମଧ୍ୟ ସାମିଲ ଥିଲେ । ଦାରିଦ୍ର୍ୟତା ସୁଯୋଗ ନେଇ ଲୋକଙ୍କୁ ଅର୍ଥ ଲାଳସା ଦେଖାଇ ସେମାନଙ୍କ ସମ୍ପର୍କୀୟଙ୍କ ପିଲାଙ୍କୁ କିଣି ବକୁଥିଲେ । ଦୁଇଜଣ ମହିଳା ସୀମା ଖୁଣ୍ଟିଆଙ୍କୁ ତିନି ଲକ୍ଷ ଟଙ୍କା ଲୋଭ ଦେଖାଇ ପିଲା ଆଣିବାକୁ କହିଥିଲେ ।

ଲୋଭରେ ସୀମା ନିଜ ନାତୁଣୀକୁ ନେଇ ସେମାନଙ୍କ ଏଜେଣ୍ଟଙ୍କୁ ହସ୍ତାନ୍ତର କରିଥିଲେ । ମାତ୍ର ଟଙ୍କା ନଦେଇ ଉକ୍ତ ମହିଳାମାନେ ପିଲାକୁ ନେଇ ପଳାଇଥିଲେ । ପରେ ସୀମା ଖୁଣ୍ଟିଆ ପ୍ଲାଣ୍ଟସାଇଟ ଥାନାରେ ଖବର ଦେବାପରେ ପୋଲିସ ପାଞ୍ଚ ଜଣ ମହିଳାଙ୍କ ସମେତ ସାତ ଜଣଙ୍କୁ ଗିରଫ କରିଛି । ଏହି ପିଲା ବିକ୍ରି ରାକେଟରେ ଦୁଇଜଣ ପୁରୁଷ ମଧ୍ୟ ସାମିଲ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା