ଆସାମ-ମିଜୋରାମ ସୀମାରେ ଉତ୍ତେଜନା: ଶାନ୍ତି ବଜାୟ ରଖିବାକୁ ନିବେଦନ

(ବଡ଼ ଖବର ବ୍ୟୁରୋ): ଆସାମ-ମିଜୋରାମ ସୀମାରେ ଲାଗିରହିଛି ଉତ୍ତେଜନା । ସୋମବାର ଉଭୟ ରାଜ୍ୟର ପୋଲିସଙ୍କ ମଧ୍ୟରେ ତୁମୁଳ ସଂଘର୍ଷ ଘଟିଥିଲା । ଏହି ସଂଘର୍ଷରେ ଆସାମ ପୋଲିସର ୬ ଜଣ ଅଫିସରଙ୍କ ମୃତ୍ୟୁ ଘଟିଛି । ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଉତ୍ତେଜନା ପ୍ରବଣ ଅଞ୍ଚଳରେ ସିଆରପିଏଫ ଯବାନ ମୁତୟନ ହୋଇଛନ୍ତି । ଘଟଣା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସାମ ଓ ମିଜୋରାମ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ସ୍ଥିତି ସମୀକ୍ଷା କରିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି, ଆସାମ ପୋଲିସ ବିରୋଧରେ ମିଜୋରାମ ପୋଲିସ ଏପରିକି ହାଲୁକା ମେସିନଗନର ବ୍ୟବହାର କରିବା ଯୋଗୁ ସ୍ଥିତି ବିଗିଡିଛି।

ସେପଟେ ଆସାମର କାଚର ଜିଲ୍ଲା ଏସପିଙ୍କ ଦେହରେ ଗୁଳି ଲାଗିବାରୁ ସେ ଗୁରୁତର ହୋଇଛନ୍ତି। ଲୈଲାପୁରରେ ସଂରକ୍ଷିତ ଜଙ୍ଗଲକୁ ନଷ୍ଟ କରି ମିଜୋରାମ ଏକ ସଶସ୍ତ୍ର ଶିବିର ନିର୍ମାଣ କରିବାକୁ ନେଇ ଏହି ସଂଘର୍ଷ ଉପୁଜିଛି। ଶିବିର ପ୍ରତିଷ୍ଠାକୁ ଆସାମ ପୋଲିସ ବିରୋଧ ପରେ ମିଜୋରାମ ପକ୍ଷରୁ ଗୁଳିଚାଳନା କରାଯାଇଥିଲା ବୋଲି ଆସାମ ସରକାର ଅଭିଯୋଗ କରିଛନ୍ତି। ସେପଟେ ଆସାମ ବିରୋଧରେ ପାଲଟା ଅଭିଯୋଗ କରିଛି ମିଜୋରାମ। କୋଲାସିବଠାରେ ଏକ ପୋଲିସ ଶିବିର ଉପରେ ଆସାମ ପ୍ରଥମେ ଆକ୍ରମଣ କରିଛି ବୋଲି ମିଜୋରାମ ଅଭିଯୋଗ କରିଛି।

ଶିଲଂରେ ସମସ୍ତ ଉତ୍ତରପୂର୍ବ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଆଲୋଚନା କରିବାର ଦୁଇଦିନ ପରେ ଏହି ସଂଘର୍ଷ ଚିନ୍ତାର କାରଣ ହୋଇଛି। ଆସାମର କାଚର, ହେଲକାଣ୍ଡି ଓ କରିମଗଞ୍ଜ ଜିଲ୍ଲା ସହ ମିଜୋରାମର ଆଇଜଲ, କୋଲାସିବ ଓ ମାମିତ ଜିଲ୍ଲାର ସୀମା ଲାଗିଛି। ଶାନ୍ତି ବଜାୟ ରଖିବା ପାଇଁ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ତେଣେ କଂଗ୍ରେସ ଏହି ଘଟଣାକୁ ନିନ୍ଦା କରିଛି । ଘଟଣାର ତଦନ୍ତ ଦାବି କରିଛି କଂଗ୍ରେସ । ଲୋକସଭାରେ କଂଗ୍ରେସର ଉପନେତା ଗୌରବ ଗୋଗେଇ କହିଛନ୍ତି ସଂଘର୍ଷ ବେଳେ ଏଲଏମ୍ଜି ବ୍ୟବହାର କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ