Masthead

ଇଞ୍ଜିନିୟରରୁ ମୁଖ୍ୟମନ୍ତ୍ରୀ

(ବଡ଼ ଖବର ବ୍ୟୁରୋ): କର୍ଣ୍ଣାଟକର ବିଦାୟୀ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରପ୍ପାଙ୍କ ଏକାନ୍ତ ବିଶ୍ୱସ୍ତ ବାସବରାଜ୍ ବୋମାଇ କର୍ଣ୍ଣାଟକର ୨୦ତମ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି । ଭେଟରାନ୍ ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ.ଆର. ବୋମାଇଙ୍କ ପୁଅ ବାସବରାଜ୍‌ ବିଜେପିର ଜଣେ ଟାଣୁଆ ନେତା । ବାସବରାଜ୍‌ ବୋମାଇ । କର୍ଣ୍ଣାଟକ ରାଜନୀତିରେ ବେଶ ଚର୍ଚ୍ଚିତ ଚେହେରା । କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ.ଆର. ବୋମାଇଙ୍କ ପୁଅ ବାସବରାଜ୍‌ ବିଜେପିର ଜଣେ ଟାଣୁଆ ଓ ବିଶ୍ୱସ୍ତ ନେତା । ଇଞ୍ଜିନିୟରରୁ ମୁଖ୍ୟମନ୍ତ୍ରୀ ।

୧୯୬୦ ଜାନୁଆରୀରେ ଜନ୍ମ ଗ୍ରହଣ କରିଥିବା ବାସବରାଜ୍‌ ୧୯୮୨ ମସିହାରେ ଭୁମାରାଦ୍ଦୀ କଲେଜ୍ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିରୁ ଇଞ୍ଜିନିୟରିଂରେ ବିଇ ଡ୍ରିଗୀ ହାସଲ କରିଥିଲେ । ମେକାନିକାଲ ଇଞ୍ଜିନିୟର ଥିବା ବୋମାଇ ପୂର୍ବରୁ ସଂଯୁକ୍ତ ଜନତା ଦଳର ସଦସ୍ୟ ଥିଲେ । ୧୯୯୮ରୁ ୨୦୦୪ ଯାଏଁ ସେ କର୍ଣ୍ଣାଟକ ବିଧାନ ପରିଷଦର ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୮ରେ ସେ ବିଜେପିରେ ଯୋଗଦେଇଥିଲେ । ୟେଦ୍ୟୁରପ୍ପା ସରକାରରେ ଗୃହ, ଆଇନ୍ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଥିଲେ ବାସବରାଜ୍‌ । ୨୦୦୮ ଜୁନ୍ ୮ରୁ ୨୦୧୩ ମେ ୧୩ ତାରିଖ ଯାଏ ଜଳସମ୍ପଦ ମନ୍ତ୍ରୀ ।

୨୦୧୯ ସେପ୍ଟେମ୍ବର ୧୭ରୁ ୨୦୨୦ ଫେବୃଆରୀ ୬ ପର୍ଯ୍ୟନ୍ତ ସମବାୟ ମନ୍ତ୍ରୀ । ୨୦୧୯ ଅଗଷ୍ଟ ୨୬ରୁ ୨୦୨୧ ଜୁଲାଇ ୨୬ ଯାଏଁ ଗୃହମନ୍ତ୍ରୀ ଓ ଚଳିତବର୍ଷ ଜାନୁଆରୀ ୨୧ରୁ ଜୁଲାଇ ୨୬ ଯାଏ ଆଇନ୍ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି ବାସବରାଜ୍ । ସିଗାଓଁ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ବୋମାଇ । ଅନେକ ଜନକଲ୍ୟାଣକାରୀ ଯୋଜନା, ଜଳସେଚନ ଯୋଜନା କରି ଲୋକପ୍ରିୟତା ହାସଲ କରିଛନ୍ତି । ନିଜ ନିର୍ବାଚନ ମଣ୍ଡଳୀରେ ୧୦୦ ପ୍ରତିଶତ ପାଇପ ଜଳ ଜଳସେଚନ ବ୍ୟବସ୍ଥା କରି ଦେଶରେ ସେ ବେଶ୍ ଚର୍ଚ୍ଚିତ ।

ପିଏମ୍ ମୋଦିଙ୍କର ଅତି ନିକଟତର ବାସବରାଜ୍‌ ଲିଙ୍ଗାୟତ ସଂପ୍ରଦାୟରୁ ଆସିଛନ୍ତି । କର୍ଣ୍ଣାଟକରେ ଲିଙ୍ଗାୟତ ସଂପ୍ରଦାୟର ଏକ ବଡ ଭୋଟ୍ ବ୍ୟାଙ୍କ ରହିଛି । ଏଣୁ ବାସବରାଜଙ୍କୁ ମୁଖ୍ୟମନ୍ତ୍ରୀ କରି ବିଜେପି ଆଗାମୀ ଦିନରେ ଦଳକୁ ମଜବୁତ କରିବା ପାଇଁ ଚେଷ୍ଟା କରିଛି । ୟେଦ୍ୟୁରପ୍ପାଙ୍କ ଇସ୍ତଫା ପରେ ବାସବରାଜ ହିଁ ଥିଲେ ଏକ ମାତ୍ର ପ୍ରତିନ୍ଦ୍ୱନ୍ଦ୍ୱୀ । ଲିଙ୍ଗାୟତ ସମ୍ପ୍ରଦାୟରୁ ଆସିଥିବାରୁ ବିଧାୟକ ଦଳ ବୈଠକରେ ତାଙ୍କୁ ହିଁ ମିଳିଥିଲା ସମର୍ଥନ । ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହେବା ପରେ ବାସବରାଜ ହୋଇଛନ୍ତି କର୍ଣ୍ଣାଟକର ୨୦ତମ ମୁଖ୍ୟମନ୍ତ୍ରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ