Masthead

‘ବଡ଼ ଖବର’ର ବଡ଼ ପ୍ରଭାବ: ପାରାମେଡିକାଲ ଷ୍ଟାଫଙ୍କୁ ସାମୂହିକ ଆଶ୍ୱସ୍ତି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବଡ଼ ଖବରର ବଡ଼ ପ୍ରଭାବ ପଡ଼ିଛି । ବଡ଼ ଖବରର ଏଡିଟୋରିଆଲ ସୋରେ ପାରାମେଡିକାଲ କର୍ମଚାରୀଙ୍କୁ ଛଟେଇ ନେଇ ଖବର ପ୍ରସାରଣ ହେବାର କିଛି ଘଣ୍ଟା ମଧ୍ୟରେ ସରକାର ନିଷ୍ପତ୍ତି ବଦଳାଇଛନ୍ତି । ସ୍ୱାସ୍ଥ୍ୟ ବିଭାଗର ଏସିଏସ ପିକେ ମହାପାତ୍ର ଦେଇଥିବା ଏହି ଚିଠିରେ କୋଭିଡ୍ ପରିଚାଳନାରେ ମ୍ୟାନ ପାୱାର ଡିପ୍ଲେୟମେଣ୍ଟ ନେଇ ଚିଠି କରାଯାଇଛି ।

୫୦ ପ୍ରତିଶତରୁ ଅଧିକ ବେଡ ଥିବା ସ୍ଥାନରେ ସମସ୍ତ ମ୍ୟାନପାୱାର ପୂର୍ବଭଳି ରହିବେ । ଯେଉଁଠି ୫୦ରୁ କମ ବେଡ୍ ଅଛି ସେଠି ୫୦ ପ୍ରତିଶତ ପାରାମେଡିକାଲ ଷ୍ଟାଫ ରହିବେ ଏବଂ ଅନ୍ୟ କର୍ମଚାରୀ ବିଦା ହେବେ । ଯେଉଁମାନେ ବିଦା ହେବେ ସେମାନଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଦା କରାଯିବ ବୋଲ ଚିଠିରେ ଉଲ୍ଲେଖ ରହିଛି ।

ମନ ଇଚ୍ଛା ରାଜ୍ୟ ସରକାର ବର୍ତ୍ତମାନ ସେମାନଙ୍କୁ କାଢିପାରିବେ ନାହିଁ । ତୃତୀୟ ଲହରକୁ ଆଖିରେ ରଖି ଏମାନଙ୍କୁ ବିଦା କରାଯାଇନାହିଁ । ଏହି ନିର୍ଦ୍ଦେଶ ୧ ଅଗଷ୍ଟ ୨୦୨୧ ଠାରୁ ତିନି ମାସ ପର୍ୟ୍ୟନ୍ତ ଜାରି ରହିବ। ଗତକାଲି ମୁଖ୍ୟ ସମ୍ପାଦକ ବଡ଼ ଖବର କାର୍ୟ୍ୟକ୍ରମରେ ପାରାମେଡିକାଲ କର୍ମଚାରୀଙ୍କୁ ଛଟେଇ ନେଇ ସରକାରଙ୍କ ନୀତି ଉପରେ ତଥ୍ୟ ରଖିଥିଲେ । କେଉଁ ଭଳି ପରିସ୍ଥିତିରେ ରାଜ୍ୟ ସରକାର ଦରକାର ବେଳେ କୋଭିଡ୍ ଯୋଦ୍ଧାଙ୍କୁ ନିୟୋଜିତ କଲେ ଏବଂ ଯେତେବେଳେ କୋଭିଡ୍ ଲହର ଥମିବା ପରେ ତାଙ୍କୁ ପୁଣି ବିଦା କରିଥିଲେ ସେନେଇ ତଥ୍ୟ ରଖିଥିଲେ । ସରକାରଙ୍କ ଏହି ନୀତିକୁ ପାରାମେଡିକାଲ କର୍ମଚାରୀ ବିରୋଧ କରିବା ସହ ସେମାନଙ୍କୁ ନ୍ୟାୟ ଦେବା ପାଇଁ କହିଥିଲେ ।

ଏହା ସହ ସରକାର ବାରମ୍ବାର କହିଆସୁଛନ୍ତି ଯେ ଆମେ ଯେତିକି ସମ୍ବଳ ଅଛି ସେତିକିରେ କୋଭିଡ୍ର ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ପୂରା ପ୍ରସ୍ତୁତ ଅଛୁ । ସେତିକି ବେଳେ ପାରାମେଡିକାଲ ଷ୍ଟାଫଙ୍କୁ ବିଦା କରି ସରକାର କେଉଁଭଳି ପ୍ରସ୍ତୁତ ଅଛନ୍ତି ବୋଲି ପ୍ରଶ୍ନ କରିଥିଲେ ମୁଖସମ୍ପାଦକ । ଏହା ପରେ ସ୍ୱାସ୍ଥ୍ୟ ବିଭାଗ ଏହି ଚିଠି ସମସ୍ତ ଜିଲ୍ଲାପାଳ, କ୍ୟାପିଟାଲ ହସପିଟାଲ ସହ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଚିଠି କରିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ