Masthead

ସଂସଦ କାର୍ଯ୍ୟ ପାଇଁ ଖର୍ଚ୍ଚ ହେଲାଣି ୫୩.୮୫ କୋଟି, କିନ୍ତୁ ସପ୍ତାହେ ମଧ୍ୟରେ ମାତ୍ର ୧୨ଘଣ୍ଟା ପାଇଁ ଚାଲିଛି ଗୃହ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସଂସଦର ମୌସୁମୀ ଅଧିବେଶନର ଦ୍ୱିତୀୟ ସପ୍ତାହ ସରିବାକୁ ଯାଉଛି । ପେଗାସସ, କୃଷି ଆଇନ, ମହଙ୍ଗା କୁ ନେଇ ଶାସକ-ବିରୋଧୀ ତାତି ଥମିବାର ନାଁ ନେଉନି । ଗୃହରେ ହଟ୍ଟଗୋଳ ବି ଜାରି ରହିଛି । ତେବେ ଜୁଲାଇ ୧୯ରୁ ଆରମ୍ଭ ହୋଇଥିଲା ସଂସଦର ମୌସୁମୀ ଅଧିବେଶନ । ଆଉ ଏବେ ମଧ୍ୟରେ କେବଳ ୯ ଦିନ ହିଁ ଚାଲି ପାରିଛି ସଂସଦ । ଆଉ ଗତ ୭ ଦିନ ମଧ୍ୟରେ ସଂସଦ ମାତ୍ର ୧୨ ଘଣ୍ଟା ପାଇଁ ଚାଲିଛି ।

ଗତ ସପ୍ତାହ ମଧ୍ୟରେ ଲୋକସଭା ମାତ୍ର ୪ଘଣ୍ଟା ପାଇଁ ସଂସଦ ସୁରୁଖୁରୁରେ ଚାଲିପାରିଥିବା ବେଳେ ରାଜ୍ୟସଭା କେବଳ ୮.୨ ଘଣ୍ଟା ପାଇଁ ସୁରୁଖୁରୁରେ ଚାଲିଛି । ହଟ୍ଟଗୋଳ ପାଇଁ ଲୋକସଭାକୁ ଏକ ସପ୍ତାହ ଭିତରେ ୩୮ଘଣ୍ଟା ପାଇଁ ମୁଲତବୀ କରାଯାଇଥିବା ବେଳେ ରାଜ୍ୟସଭାକୁ ୩୩.୮ଘଣ୍ଟା ପାଇଁ ମୁଲତବୀ କରାଯାଇଛି । ସଂସଦର ୧ଘଣ୍ଟା କାର୍ଯ୍ୟକାଳ ପାଇଁ ପ୍ରାୟ ଅଢ଼େଇ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥାଏ । ଆଉ ଏହି ସପ୍ତାହେ ମଧ୍ୟରେ ୫୩.୮୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ସଂସଦ ଠିକରେ ଚାଲିପାରିନି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ