Masthead

ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ସେବା କରିବି: ସୋନୁ ସୁଦ୍

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜି ସୋନୁଙ୍କର ୪୮ତମ ଜନ୍ମଦିବସ । ଆଜିର ଦିନରେ କୋଟିକୋଟି ଲୋକ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। କରୋନା ସମୟରେ ଲୋକଙ୍କୁ ଭିନ୍ନ ଭିନ୍ନ ପ୍ରକାରର ସାହାର୍ୟ୍ୟ କରିଛନ୍ତି ଦେବଦୂତ ପାଲଟିଛନ୍ତି ସୋନୁ ସୁଦ୍ । କାହାକୁ ଲକଡାଉନରେ ବାହାର ରାଜ୍ୟରୁ ନିଜ ଘରକୁ ସୁରକ୍ଷିତ ପଠାଇଛନ୍ତି ତ ପୁଣି କାହାକୁ ହସ୍ପିଟାଲରେ ପହଞ୍ଚାଇ ଚିକିତ୍ସା କରାଇଛନ୍ତି । ଯିଏ କେହି ନିଜର ଗୁହାରି ସନୁଙ୍କ ପାଖରେ ବଖାଣିଛି ତାର ସାହାର୍ୟ୍ୟ କରିବାକୁ ଆଗେଇ ଆସିଛନ୍ତି ସନୁ। ଆଜି ତାଙ୍କ ଜନ୍ମଦିନ ଅବସରରେ ସନୁ ଏହିଭଳି କିଛି କଥା କହିଛନ୍ତି ଯାହାକୁ ଜାଣିଲେ ଯେ କେହି ତାଙ୍କର ପ୍ରଶଂସା ନ କରି ରହିପାରିବନି । ସୋନୁ ସୁଦ୍ ନିଜ ଜନ୍ମଦିନରେ ନିଜ ପାଇଁ ନୁହଁ ବରଂ ନିଜ ଦେଶର ଛାତ୍ରଛାତ୍ରୀଙ୍କ ପାଇଁ ସ୍କୋଲାରସିପ୍ ଏବଂ ଗରିବ ରୋଗୀମାନଙ୍କ ପାଇଁ ବେଡ୍ ମିଳୁ ବୋଲି ନିଜର ଇଚ୍ଛା ପ୍ରକାଶ କରିଛନ୍ତି ।

ସୋନୁ ସୁଦ୍ ଆହୁରି ମଧ୍ୟ କହିଛନ୍ତି- ଏହା ବହୁତ ବଡ କଥା ଯେ ମୋ ଉପରେ ମୋ ପ୍ରଶଂସକ ଓ ଦେଶରଜନତା ଅସରନ୍ତି ଭଲପାଇବା ଅଜାଡି ଦେଇଛନ୍ତି । ଯାହା ଦେଖି ମୁଁ ବହୁତ ଖୁସି । ଲୋକଙ୍କର ସାହାର୍ୟ୍ୟ କରିବା ପାଇଁ ମୁଁ ଯେଉଁ କ୍ୟାମ୍ପେନ ଆରମ୍ଭ କରିଛି ତାହା କେଉଁ ଗାଁ କିମ୍ବା ସହରରେ ସୀମିତ ନ ରହି ସାରା ଦେଶବାସୀଙ୍କ ପାଖରେ ପହଞ୍ଚୁ । ସେଥିପାଇଁ ଏହାକୁ ଆହୁରୀ ବିଶାଳ କରିବାକୁ ଆପଣ ମାନଙ୍କ ପାଖରେ ପହଂଚିବାକୁ ମୁଁ ଚାହେଁ । ଆଗାମୀ ଦିନରେ ପିଲାଙ୍କୁ ମାଗଣା ଶିକ୍ଷା ମିଳୁ ବୋଲି ମୋର ଚେଷ୍ଟା ରହିବ । ମୋତେ ଭଲପାଉଥିବା ଅନେକ ଲୋକ ବିଭିନ୍ନ ପ୍ରାନ୍ତରୁ ସାଇକେଲ ଓ ମୋଟର ବାଇକରେ ମୁମ୍ବାଇ ଆସୁଛନ୍ତି । ସେମାନଙ୍କ ଭଲପାଇବାକୁ ଦେଖି ମୁଁ ଚାହେଁ ଆରବର୍ଷ ମୋ ଜନ୍ମଦିନ ବେଳକୁ ପ୍ରତ୍ୟେକ ହସ୍ପିଟାଲରେ ଗରିବ ଲୋକଙ୍କ ପାଇଁ ବେଡ୍ ଓ ଛାତ୍ରଛାତ୍ରୀଙ୍କ ପାଇଁ ୧୦ଗୁଣା ଅଧିକ ଛାତ୍ରବୃତ୍ତିର ବ୍ୟବସ୍ଥା ହୋଇପାରିବ । ସୋନୁସୁଦଙ୍କର ଏହିଭଳି ମହତ୍ ଚିନ୍ତାଧାରାକୁ ସବୁ ମାହୋଲରୁ ପ୍ରଶଂସା କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି