Masthead

ଅଗଷ୍ଟରେ ତୃତୀୟ ଲହର !

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତରେ କରୋନାର ଦ୍ୱିତୀୟ ଲହର ଶେଷ ହୋଇନଥିବା ବେଳେ ତୃତୀୟ ଲହରକୁ ନେଇ ଚେତାବନୀ ଦେଇଛନ୍ତି ବିଶେଷଜ୍ଞ । ବିଶେଷଜ୍ଞଙ୍କ ସୂଚନା ମୁତାବକ, ଅଗଷ୍ଟରେ କରୋନାର ତୃତୀୟ ଲହର ଆସିବାର ସମ୍ଭାବନା ରହିଛି । ଏଥିରେ ପ୍ରତ୍ୟେକ ଦିନ ୧ ଲକ୍ଷ ମାମଲା ସାମ୍ନାକୁ ଆସିପାରେ । ପରିସ୍ଥିତି ଆହୁରି ସଙ୍କଟା ପନ୍ନ ରହିବ । ଦ୍ବିତୀୟ ଲହର ମେ ୭ରେ ଦୈନିକ ସଂକ୍ରମଣ ରେକର୍ଡ ୪୦୦,୦୦୦ରୁ ଅଧିକ ହୋଇଥିଲା ଏବଂ ଏହାପରେ ଦ୍ରୁତ ହ୍ରାସ ପାଇଥିଲା। ଏହି ପୂର୍ବାନୁମାନ ଭାରତକୁ ଏହାର ଟିକାକରଣ ଅଭିଯାନକୁ ତ୍ୱରାନ୍ୱିତ କରିବା ।

ମହାରାଷ୍ଟ୍ର ଏବଂ ଉତ୍ତର-ପୂର୍ବ ଅଞ୍ଚଳ ସମେତ ୧୦ଟି ରାଜ୍ୟକୁ ‌ସତର୍କ କରାଇ ଦିଆଯାଇଥିବା ବେଳେ ରବିବାର ଦିନ ଭାରତରେ ୪୧,୮୩୧ ନୂତନ ସଂକ୍ରମଣ ଏବଂ ୫୪୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୪୦ ହଜାର ତଳକୁ ଖସୁନି ସଂକ୍ରମଣ । ଦେଶରେ ସଂକ୍ରମଣ ପୁଣି ବଢ଼ିଛି। ଚଳିତ ମାସରେ ତୃତୀୟ ଲହର ଆସିଯିବ ବୋଲି ବିଶେଷଜ୍ଞମାନେ ସତର୍କ କରାଇ ସାରିଥିବାବେଳେ ଗତ କିଛି ଦିନ ହେବ ଦେଶରେ ସଂକ୍ରମଣ ଯେଉଁଭଳି ବଢ଼ୁଛି ତାହା ଚିନ୍ତା ବଢ଼ାଇଛି।

ମେ’ ମଧ୍ୟଭାଗ ପରେ ପ୍ରଥମ ଥର ପାଇଁ ଦେଶର ସାପ୍ତାହିକ ସଂକ୍ରମଣରେ ବୃଦ୍ଧି ହୋଇଛି। ରବିବାର ୧୭ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଦୈନିକ ସଂକ୍ରମଣ ବଢ଼ିଛି। କେରଳରେ ଲଗାତାର ସଂକ୍ରମଣ ବଢ଼ୁଛି। ମହାରାଷ୍ଟ୍ରରେ ମଧ୍ୟ ସଂକ୍ରମଣ ବଢ଼ୁଛି। ତେବେ ଗତ ସପ୍ତାହରେ ଦେଶରେ ମୋଟ୍‌ ୨,୭୬,୫୩୪ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ପୂର୍ବ ସପ୍ତାହ ତୁଳନାରେ ଗତ ସପ୍ତାହରେ ସଂକ୍ରମଣ ଅଧିକ ରହିଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି