Masthead

ବଚ୍ଚନଙ୍କୁ ଧମକ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ) : ଅମିତାଭ ବଚ୍ଚନଙ୍କୁ ଧମକ । ଘର ଉଡ଼ାଇବାକୁ ଦେଲେ ଧମକ । ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ ଘର ଉପରେ ହେବ ବୋମା ମାଡ଼। ବୋମା ମାଡ଼ କରି ଉଡାଇଦେବେ ବିଗ୍‌ ବିଙ୍କ ଘର ବୋଲି ଧମକ ଆସିଛି । କେବଳ ବିଚ୍ଚନଙ୍କ ଘର ନୁହେଁ ମୁମ୍ବାଇର ତିନି ପ୍ରମୁଖ ରେଳ ଷ୍ଟେସନ ଉପରେ ମଧ୍ୟ ହେବ ବୋମ ବିସ୍ଫୋରଣ। ଯାହା ଜଣେ ଦୁର୍ବୃତ୍ତ ଫୋନରେ ମୁମ୍ବାଇ ପୋଲିସକୁ ଏଭଳି ଧମକ ଦେଇଛି।

ଧମକ ପରେ ଚାଲିଛି ମୁମ୍ବାଇର ତିନି ପ୍ରମୁଖ ରେଳ ଷ୍ଟେସନ ସମେତ ଅମିତାଭ ବଚ୍ଚନଙ୍କ ଘରର ସୁରକ୍ଷା ପାଇଁ ଚିନ୍ତା । ବଢ଼ାଇ ଦିଆଯାଇଛି ସୁରକ୍ଷାବଳ । ତେବେ ସର୍ଚ୍ଚ ଅପରେସନରେ ଏଯାଏଁ ବୋମା କିମ୍ବା କୌଣସି ବିସ୍ଫୋଟକ ସାମଗ୍ରୀ ମିଳିନାହିଁ।ଏହି ମାମଲାରେ ଦୁଇ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି ପୋଲିସ । ଗିରଫ ଦୁଇ ଜଣ ହେଲେ ରାଜୁ କାଙ୍ଗନେ ଏବଂ ରମେଶ ଶିରସାଠ।

ଏହି ଧମକପୂର୍ଣ୍ଣ ଫୋନ୍‌ କଲ୍‌ ନେଇ ସେମାନଙ୍କୁ ପୋଲିସ ପଚରାଉଚରା କରୁଛି।ପୋଲିସ ଅଧିକାରୀଙ୍କ କହିବା ମୁତାବକ, ଶୁକ୍ରବାର ରାତିରେ ମୁମ୍ବାଇ ପୋଲିସର ମୁଖ୍ୟ ନିୟନ୍ତ୍ରଣ କକ୍ଷକୁ ଏକ ଫୋନ୍‌ କଲ୍‌ ଆସିଥିଲା। ଫୋନ୍‌ କରିଥିବା ବ୍ୟକ୍ତି କହିଥିଲା, ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ, ଭାୟଖଲା, ଦାଦର ରେଲୱେ ଷ୍ଟେସନ ଏବଂ ଜୁହୁ ସ୍ଥିତ ଅମିତାଭ ବଚ୍ଚନଙ୍କ ବଙ୍ଗଳାରେ ବୋମା ବିସ୍ଫୋରଣ ହେବ। ଏହି ସବୁ ସ୍ଥାନରେ ବୋମା ରଖା ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ