Masthead

ପୋଲିସଙ୍କୁ ପିଟିଲେ ଲୋକେ

ଭଦ୍ରକ (ବଡ଼ ଖବର ବ୍ୟୁରୋ): ଭଦ୍ରକ ସାବରଙ୍ଗ ଥାନା ଅଧିନସ୍ଥ ଗୋରାମାଟି ପଞ୍ଚାୟତର ତୋରଣ ପଦା ଗ୍ରାମର କିଛି ଦିନ ତଳେ ଜମିବାଡ଼ିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହି ସଂଘର୍ଷର ଭିଡିଓ ସିସିଟିଭିରେ କଏଦ ହୋଇଛି । ସଂଘର୍ଷର ଗୋଟିଏ ପକ୍ଷ ଲୋକମାନେ ଥାନାରେ ଏଫଆଇଆର ଦାୟର କରିଥିଲେ ।

ସେହି ଘଟଣାକୁ ନେଇ ଆଜି ସାବରଙ୍ଗ ପୋଲିସ ପକ୍ଷରୁ ଏକ ୪ ଜଣିଆ ଟିମ ସେହି ଗ୍ରାମକୁ ଯାଇଥିଲା । ପରେ ଏତଲା କ୍ରମେ ସେହି ଗ୍ରାମର କରୁଣାକରଙ୍କ ଘର କବାଟ ବାଡେଇବାରୁ ପୂର୍ବ ପ୍ରସ୍ତୁତ ହୋଇଥିବା କରୁଣାକର ଓ ତାଙ୍କ ସମର୍ଥକମାନେ ପୋଲିସ ଉପରକୁ ଅତର୍କିତ ଭାବେ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ସାବରଙ୍ଗ ପୋଲିସର ୪ ଜଣ କନେଷ୍ଟବଳ ଆହତ ହୋଇଥିଲେ ।

ତାଙ୍କ ମଧ୍ୟରୁ ଜଣେ ମହିଳା କନେଷ୍ଟବଳ ଥିବା ବେଳେ ୩ ଜଣ ପୁରୁଷ କନେଷ୍ଟବଳ ଆହତ ହୋଇଛନ୍ତି । ଏହି ଘଟଣାରେ ୨ ଜଣ କନେଷ୍ଟବଳ ଗୁରୁତର ହୋଇ ଭଦ୍ରକ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ସେପଟରେ ସାବରଙ୍ଗ ପୋଲିସ ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ