Masthead

ପୋଲିସଙ୍କୁ ପିଟିଲେ ଲୋକେ

ଭଦ୍ରକ (ବଡ଼ ଖବର ବ୍ୟୁରୋ): ଭଦ୍ରକ ସାବରଙ୍ଗ ଥାନା ଅଧିନସ୍ଥ ଗୋରାମାଟି ପଞ୍ଚାୟତର ତୋରଣ ପଦା ଗ୍ରାମର କିଛି ଦିନ ତଳେ ଜମିବାଡ଼ିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହି ସଂଘର୍ଷର ଭିଡିଓ ସିସିଟିଭିରେ କଏଦ ହୋଇଛି । ସଂଘର୍ଷର ଗୋଟିଏ ପକ୍ଷ ଲୋକମାନେ ଥାନାରେ ଏଫଆଇଆର ଦାୟର କରିଥିଲେ ।

ସେହି ଘଟଣାକୁ ନେଇ ଆଜି ସାବରଙ୍ଗ ପୋଲିସ ପକ୍ଷରୁ ଏକ ୪ ଜଣିଆ ଟିମ ସେହି ଗ୍ରାମକୁ ଯାଇଥିଲା । ପରେ ଏତଲା କ୍ରମେ ସେହି ଗ୍ରାମର କରୁଣାକରଙ୍କ ଘର କବାଟ ବାଡେଇବାରୁ ପୂର୍ବ ପ୍ରସ୍ତୁତ ହୋଇଥିବା କରୁଣାକର ଓ ତାଙ୍କ ସମର୍ଥକମାନେ ପୋଲିସ ଉପରକୁ ଅତର୍କିତ ଭାବେ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ସାବରଙ୍ଗ ପୋଲିସର ୪ ଜଣ କନେଷ୍ଟବଳ ଆହତ ହୋଇଥିଲେ ।

ତାଙ୍କ ମଧ୍ୟରୁ ଜଣେ ମହିଳା କନେଷ୍ଟବଳ ଥିବା ବେଳେ ୩ ଜଣ ପୁରୁଷ କନେଷ୍ଟବଳ ଆହତ ହୋଇଛନ୍ତି । ଏହି ଘଟଣାରେ ୨ ଜଣ କନେଷ୍ଟବଳ ଗୁରୁତର ହୋଇ ଭଦ୍ରକ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ସେପଟରେ ସାବରଙ୍ଗ ପୋଲିସ ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼