Masthead

ସାଟେଲାଇଟ ମିଶନ ଫେଲ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଫେଲ ହେଲା ଇସ୍ରୋ ମିଶନ । ଶେଷ ସମୟରେ ୧୦ ସେକେଣ୍ଡ ପୂର୍ବରୁ ହେଲା ଖରାପ । ସକାଳ ୫ଟା ୪୫ରେ ଅର୍ଥ ଅବଜରବେଶନ ସାଟେଲାଇଟ୍ ଇଓଏସ୍-୩କୁ ଜିଏସ୍ଏଲଭି-ଏଫ୍ ୧୦ ରକେଟରେ ଉତକ୍ଷେପଣ କରାଯାଇଥିଲା । ହେଲେ ମିଶନ ସମୟର ୧୦ ସେକେଣ୍ଡ ପୂର୍ବରୁ ଖରାପ ହୋଇଯାଇଥିଲା । ମିଶନ କଂଟ୍ରୋଲ ସେଂଟରକୁ ରକେଟର ତୃତୀୟ ଷ୍ଟେଜରେ ଲାଗିଥିବା କ୍ରାୟୋଜେନିକ୍ ଇଂଜନ ସହ ୧୮.୨୯ ମିନିଟରେ ସିଗନାଲ ମିଳିବା ବନ୍ଦ ହୋଇଯାଇଥିଲା ।

କ୍ରାୟୋଜେନିକ୍ ଇଂଜନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ମିଶନ ଫେଲ ହୋଇଥିବା ଜଣାପଡ଼ିଛି । ଇଓଏସ୍-୩କୁ ଜିୟୋସିଂକ୍ରୋସନ୍ ସାଟେଲାଇଟ୍ ଲଂଚ ଭେହିକିଲ୍ ଏଫ୍-୧୦ ଦ୍ୱାରା ଲଂଚ କରାଯାଇଥିଲା । ଏହି ରକେଟର ଉଚ୍ଚତା ୫୨ ମିଟର ଏବଂ ଓଜନ ୪୧୪.୭୫ ଟନ୍ । ଏହା ୨ ହଜାର ୫୦୦ କିଲୋଗ୍ରାମ୍ ପର୍ୟ୍ୟନ୍ତ ସାଟେଲାଇଟକୁ ଜିୟୋଟ୍ରାନ୍ସଫର ଅର୍ବିଟ୍ ପହଂଚାଇବାର କ୍ଷମତା ରଖିଛି । ଇଓଏସ୍-୩ ସାଟେଲାଇଟର ଓଜନ ୨୨୬୮ କିଲୋଗ୍ରାମ୍ । ଇଓଏସ୍-୩ ସାଟେଲାଇଟ୍ ବର୍ତ୍ତମାନ ସୁଦ୍ଧା ଭାରତର ସବୁଠୁ ଓଜନିଆ ଅର୍ଥ ଅବଜରବେଶନ ସାଟେଲାଇଟ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ