Masthead

ସାର ପାଇଁ ଆନ୍ଦୋଳନ

ନବରଙ୍ଗପୁର (ବଡ଼ ଖବର ବ୍ୟୁରୋ): ସାରକୁ ନେଇ ଚାଷୀ ଉତ୍ତେଜନା । ଝରିଗାଁ ସହରର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ । ସମସ୍ତ ଚାଷୀଙ୍କୁ ସାର ଯୋଗାଇବା ଦାବି ନେଇ ଝରିଗାଁ ସହରର ବିଭିନ୍ନ ଛକରେ ରାସ୍ତା ଅବରୋଧ କଲେ ଚାଷୀ । ଗୋଟିଏ ପଟ ଚାଷୀଙ୍କ ରାସ୍ତା ଅବରୋଧ ତ ଅନ୍ୟ ପଟେ ଶୋଭାଯାତ୍ରାରେ ଯାଇ ଦୋକାନ ବଜାର ବନ୍ଦ କରୁଛନ୍ତି ଚାଷୀ । ସାର ଅଭାବକୁ ନେଇ ବିଗତ କିଛି ଦିନ ପୂର୍ବେ ସାର ପାଇଁ ଚାଷୀ ଡିଲରଙ୍କ ଲମ୍ବା ଲାଇନରେ ଥିଲେ ।

ଆବଶ୍ୟକ ଅନୁଯାୟୀ ଚାଷୀଙ୍କୁ ୟୁରିଆ ସାର ଯୋଗାଇ ଦେବା ପାଇଁ ଝରିଗାଁ ତହସିଲଦାର ଏବଂ ସମବାୟ ସମିତିର ପରିଚାଳନା ନିର୍ଦ୍ଦେଶକଙ୍କୁ ଦାବିପତ୍ର ମଧ୍ୟ କରିଥିଲେ । କିନ୍ତୁ ଚାଷୀଙ୍କୁ ଆବଶ୍ୟକ ଅନୁଯାୟୀ ସାର ମିଳିପାରିନାହିଁ । ଆଜି ଶତାଧିକ ଚାଷୀ ଏକତ୍ର ହୋଇ ପ୍ରଥମେ ତହସିଲ କାର୍ଯ୍ୟାଳୟରେ ଧସେଇ ପଶିଥିଲେ ଏବଂ କାର୍ଯ୍ୟାଳୟକୁ ତାଲା ପକାଇଥିଲେ ।

ତହସିଲ କାର୍ଯ୍ୟାଳୟରେ କେହି କର୍ମଚାରୀ ନଥିବାରୁ ଚାଷୀଙ୍କ ମଧ୍ୟରେ ଅତ୍ୟଧିକ ଉତ୍ତେଜନା ଦେଖା ଦେଇଥିଲା । ସାର ସଙ୍କଟକୁ ନେଇ ଚାଷୀଙ୍କ ଏହି ଆନ୍ଦୋଳନ ଉଗ୍ରରୂପ ଧାରଣ କରିଛି । ଯଥାଶୀଘ୍ର ସାର ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲା ପ୍ରଶାସନ । ସାର ମହଜୁଦ ରହିଛି କିନ୍ତୁ ଗୋଟିଏ ଦିନରେ ସମସ୍ତ ଚାଷୀଙ୍କୁ ସାର ଯୋଗାଇ ଦେବା ସମ୍ଭବ ନୁହେଁ ବୋଲି କୃଷି ବିଭାଗ କହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା