Masthead

୧୬ରୁ ବାହାର ଜିଲ୍ଲାବାସୀଙ୍କ ପାଇଁ ଖୋଲିବ ସ୍ୱର୍ଗଦ୍ୱାର

ପୁରୀ (ବଡ଼ ଖବର ବ୍ୟୁରୋ): ୧୬ରୁ ଖୋଲିବ ସ୍ୱର୍ଗଦ୍ୱାର । କୋଭିଡ କଟକଣା ଯୋଗୁ ବନ୍ଦ ଥିବା ସ୍ୱର୍ଗଦ୍ୱାର ୧୬ତାରିଖରୁ ବାହାର ଜିଲ୍ଲାବାସୀଙ୍କ ପାଇଁ ଖୋଲିବାକୁ ନିଷ୍ପତି ହୋଇଛି । ଏଣିକି ପୁରୀ ବାହାର ଜିଲ୍ଲା ଲୋକ ବି ସ୍ୱର୍ଗ ଦ୍ୱାରରେ ନିଜ ପରିଜନଙ୍କ ଶବ ସତ୍କାର କରିପାରିବେ। ଶବ ସତ୍କାର ସମୟରେ କୋଭିଡ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯିବ।

ସୂଚନା ଅନୁଯାୟୀ, ଦୀର୍ଘ ଦିନ ପରେ କରୋନା ଗ୍ରାଫ୍‌ ତଳମୁହାଁ ଥିବାରୁ ପୁରୀ ବାହାର ଜିଲ୍ଲାବାସୀଙ୍କୁ ସ୍ୱର୍ଗଦ୍ୱାରରେ ଶବ ସତ୍କାର କରିବାକୁ ଅନୁମତି ଦିଆଯାଇଛି। ମୃତକଙ୍କ କୋଭିଡ ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ। ଏହାବାଦ ଶନିବାର, ରବିବାର ସଟଡାଉନ୍‌ରେ ମଧ୍ୟ ସ୍ୱର୍ଗଦ୍ୱାର ଖୋଲା ରହିବ। ଏହି ସମୟରେ ମଧ୍ୟ ବାହାର ଜିଲ୍ଲାବାସୀ ଶବ ସତ୍କାର କରିପାରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ