ବଡ଼ ଖବରରେ ବାରମ୍ବାର ଖବର ପ୍ରସାରଣ ପରେ ଦୁଷ୍ମନ୍ତ ଗଲେ ଏସସିବି

ତିର୍ତ୍ତୋଲ (ବଡ଼ ଖବ ବ୍ୟୁରୋ): କଟକ ଏସସିବିରେ ଦୁଷ୍ମନ୍ତ ଦାସ । ଅସହାୟ ଜୀବନ ବିତାଉଥଥିବା ବାପାଙ୍କୁ ସାହାଯ୍ୟ କରିବା ପାଇଁ ସରକାର, ପ୍ରଶାସନକୁ ନିବେଦନ କରିଥିଲେ ଅଢେଇ ବର୍ଷର ଝିଅ ଦେବାନ୍ସି । ଏହି ଖବର ବାରମ୍ବାର ବଡ଼ ଖବରରେ ପ୍ରସାରଣ କରାଯାଇଥିଲା । ଶେଷରେ ଅସହାୟ ଜୀବନ ବିତଉଥିବା ଦୁଷ୍ମନ୍ତଙ୍କୁ କଟକ ଏସସିବିକୁ ପଠାଯାଇଛି । ଜଗତସିଂହପୁର କୁଜଙ୍ଗ ବ୍ଲକ ପଙ୍କପାଳ ଗାଁର ଦୁଷ୍ମନ୍ତ ଦାସ ୨୨ ମାର୍ଚ୍ଚ ୨୦୨୦ରେ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ ।

ଗୋଡ ବହୁ ମାତ୍ରାରେ କ୍ଷତାକ୍ତ ହୋଇଥିଲେ । କଟକ ବଡ଼ ଡାକ୍ତରଖାନାର ଭୁଲ ଇଞ୍ଜେକସନ ଯୋଗୁଁ ସେ ପଙ୍ଗୁ ହୋଇଥିବା ଅଭିଯୋଗ କରିଥିଲେ । ଏପରିକି ପରିବାରର ବୋଝ ଓ ମାନସିକ ଚାପ ଯୋଗୁଁ ଆତ୍ମହତ୍ୟା କରିବାକୁ ପଛେଇନଥିଲେ ଦୁଷ୍ମନ୍ତ । ଶେଷରେ ପ୍ରଶାସନ ସହଯୋଗ କରିଛି । ପ୍ରଥମେ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପହଂଚିଥିଲେ ଦୁଷ୍ମନ୍ତ । ପରେ କଟକ ଏସସିବିକୁ ଆମ୍ବୁଲାନ୍ସ ଯୋଗେ ଅଣାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’