Masthead

ପୁରୀରେ ନକଲି ଭୋଟର ପରିଚୟପତ୍ର

ପୁରୀ (ବଡ଼ ଖବର ବ୍ୟୁରୋ): ପୁରୀରେ ନକଲି ଭୋଟର ପରିଚୟପତ୍ର । ନକଲି ପରିଚୟପତ୍ର ହେଉଥିବାର ଏକ ବିରାଟ ସାଇବର ସାମ୍ନାକୁ ଆସିଛି । ନିର୍ବାଚନ କମିଶନ ୱେବସାଇଟକୁ ହ୍ୟାକ୍ କରି ହ୍ୟାକର ଗୁଗୁଲ ସାଇଟରେ ଜାରି କରିଥିବା ଏକ ୱେବସାଇଟର ଲିଙ୍କକୁ ଯାଇ ନକଲି ଫଟୋ ପରିଚୟପତ୍ର କରାଯାଇପାରୁଛି । ସୋମବାର ପୁରୀ ବାଳିଆପଣ୍ଡାର ଛୋଟ ଦୋକାନ ଉପରେ ପୁରୀ ଜିଲ୍ଲା ପ୍ରଶାସନ ପୋଲିସ ପକ୍ଷରୁ ମିଳିତ ଚଢାଉ ପରେ ଏଭଳି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ପୁରୀ ସଦର ତହସିଲଦାରଙ୍କ ରିପୋର୍ଟ ଆଧାରରେ ବାଳିଆପଣ୍ଡାର ପୋଲିସ ମାମଲା ରୁଜୁ କରିଛି ।

ଏହି ମାମଲାରେ ସମ୍ପୃକ୍ତ ଦୋକାନୀଙ୍କୁ ଅଟକ ରଖି ପଚରାଉଚରା ପରେ ତାଙ୍କୁ ଛାଡି ଦିଆଯାଇଛି । ତେବେ ମିଳିଥିବା ସୂଚନା ମୁତାବକ, ଜନୈକ ବ୍ୟକ୍ତି କୌଣସି ବ୍ୟାଙ୍କକୁ କାମରେ ଯାଇ ସାଙ୍ଗରେ ନେଇଥିବା ଭୋଟ ପରିଚୟପତ୍ର ଉପସ୍ଥାପିତ କରିଥିଲେ । ହେଲେ ବ୍ୟାଙ୍କ କର୍ତ୍ତୃପକ୍ଷ ଏହି ପରିଚୟପତ୍ର ଉପରେ ସନ୍ଦେହ ପ୍ରକାଶ କରି ଗ୍ରହଣ କରିନଥିଲେ । ଭୋଟର ପରିଚୟପତ୍ରକୁ ଉପଜିଲ୍ଲାପାଲଙ୍କ ଭୋଟର ପରିଚୟପତ୍ର ଯାଞ୍ଚ କେନ୍ଦ୍ରରେ ଦେଖାଇବାକୁ କହିଥିଲେ ।

ଭୋଟର ପରିଚୟପତ୍ରକୁ ଯାଞ୍ଚ କେନ୍ଦ୍ରରେ ଦେଖାଇବା ପରେ ସେଠିକାର ଅଧିକାରୀମାନେ ଜାଣିପାରିଥିଲେ ଏହା ନକଲି ବୋଲି । ପରିଚୟପତ୍ରରେ ଉପଜିଲ୍ଲାପାଳଙ୍କ ସ୍ୱାକ୍ଷର ସ୍ଥାନରେ ଅନ୍ୟକେହି ସ୍ୱାକ୍ଷର କରିଥିବା ନଜର ଆସିଥିଲା ତେବେ ଏହି ଭୋଟର ପରିଚୟ ପତ୍ର କିଏ ଦେଲା ବୋଲି ପଚାରିବାରୁ ବ୍ୟକ୍ତି ଜଣଙ୍କ ବାଳିଆପଣ୍ଡାର ଥିବା ଦୋକାନର ନାମ କହିଥିଲେ । ଏହାକୁ ନେଇ ପ୍ରଶାସନିକ ଅଧିକାରୀମାନେ ଉପଜିଲ୍ଲାପାଳଙ୍କୁ ଜଣାଇବାପରେ ପୋଲିସ ଓ ତହସିଲଦାରଙ୍କ ଉପସ୍ଥିତିରେ ତଦନ୍ତ ଆରମ୍ଭ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼