Masthead

ନିଜକୁ ରାଷ୍ଟ୍ରପତି ଘୋଷଣା କଲେ ଅମରୁହ୍ଲା ସାଲେହ

(ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତାନର ବିଦାୟୀ ଉପରାଷ୍ଟ୍ରପତି ଅମରୁହ୍ଲା ସାଲେହ ନିଜକୁ ରାଷ୍ଟ୍ରପତିଭାବେ ଘୋଷଣା କରିଛନ୍ତି । ତାଲିବାନ ଭୟରେ ରାଷ୍ଟ୍ରପତି ଅଶରଫ ଘନି ଦେଶ ଛାଡ଼ି ପଳାଇଥିବାରୁ ଏବେ ଉପରାଷ୍ଟ୍ରପତି ଅମରୁହ୍ଲା ନିଜକୁ କାମଚଳା ରାଷ୍ଟ୍ରପତି ଘୋଷଣା କରିଛନ୍ତି। ସେ ତାଲିବାନ ଆତଙ୍କବାଦୀଙ୍କ ଆଗରେ କେବେ ହେଲେ ଆତ୍ମସମର୍ପଣ କରିବେ ନାହିଁ ବୋଲି କହିଛନ୍ତି। ଏହାବାଦ ସେ ଏବେ ବି ଆଫଗାନିସ୍ତାନରେ ରହିଥିବା ସୂଚନା ଦେଇଛନ୍ତି।

ସେ ଟ୍ୱିଟ ଯୋଗେ କହିଛନ୍ତି, ଆଫଗାନିସ୍ତାନର ସମ୍ବିଧାନ ଅନୁଯାୟୀ ରାଷ୍ଟ୍ରପତିଙ୍କ ଅନୁପସ୍ଥିତି, ପଳାୟନ, ଇସ୍ତଫା କିମ୍ବା ଦେହାନ୍ତ ପରେ ଉପରାଷ୍ଟ୍ରପତି ହିଁ କାମଚଳା ରାଷ୍ଟ୍ରପତି ଭାବେ ଦାୟିତ୍ୱ ନିଅନ୍ତି। ଏବେ ବି ମୁଁ ମୋ ଦେଶରେ ରହିଛି। ତେଣୁ ନିୟମ ଅନୁସାରେ ମୁଁ ହିଁ ଆଫଗାନର ରାଷ୍ଟ୍ରପତି। ମୁଁ ସବୁ ନେତାଙ୍କ ପାଖରେ ପହଞ୍ଚିବି ଓ ସେମାନଙ୍କ ସମର୍ଥନ ଯୋଗାଡ଼ କରିବି ବୋଲି ସେ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା