Masthead

ନିଜକୁ ରାଷ୍ଟ୍ରପତି ଘୋଷଣା କଲେ ଅମରୁହ୍ଲା ସାଲେହ

(ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତାନର ବିଦାୟୀ ଉପରାଷ୍ଟ୍ରପତି ଅମରୁହ୍ଲା ସାଲେହ ନିଜକୁ ରାଷ୍ଟ୍ରପତିଭାବେ ଘୋଷଣା କରିଛନ୍ତି । ତାଲିବାନ ଭୟରେ ରାଷ୍ଟ୍ରପତି ଅଶରଫ ଘନି ଦେଶ ଛାଡ଼ି ପଳାଇଥିବାରୁ ଏବେ ଉପରାଷ୍ଟ୍ରପତି ଅମରୁହ୍ଲା ନିଜକୁ କାମଚଳା ରାଷ୍ଟ୍ରପତି ଘୋଷଣା କରିଛନ୍ତି। ସେ ତାଲିବାନ ଆତଙ୍କବାଦୀଙ୍କ ଆଗରେ କେବେ ହେଲେ ଆତ୍ମସମର୍ପଣ କରିବେ ନାହିଁ ବୋଲି କହିଛନ୍ତି। ଏହାବାଦ ସେ ଏବେ ବି ଆଫଗାନିସ୍ତାନରେ ରହିଥିବା ସୂଚନା ଦେଇଛନ୍ତି।

ସେ ଟ୍ୱିଟ ଯୋଗେ କହିଛନ୍ତି, ଆଫଗାନିସ୍ତାନର ସମ୍ବିଧାନ ଅନୁଯାୟୀ ରାଷ୍ଟ୍ରପତିଙ୍କ ଅନୁପସ୍ଥିତି, ପଳାୟନ, ଇସ୍ତଫା କିମ୍ବା ଦେହାନ୍ତ ପରେ ଉପରାଷ୍ଟ୍ରପତି ହିଁ କାମଚଳା ରାଷ୍ଟ୍ରପତି ଭାବେ ଦାୟିତ୍ୱ ନିଅନ୍ତି। ଏବେ ବି ମୁଁ ମୋ ଦେଶରେ ରହିଛି। ତେଣୁ ନିୟମ ଅନୁସାରେ ମୁଁ ହିଁ ଆଫଗାନର ରାଷ୍ଟ୍ରପତି। ମୁଁ ସବୁ ନେତାଙ୍କ ପାଖରେ ପହଞ୍ଚିବି ଓ ସେମାନଙ୍କ ସମର୍ଥନ ଯୋଗାଡ଼ କରିବି ବୋଲି ସେ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ