Masthead

ଫଟୋଗ୍ରାଫି ଦିବସରେ ଫଟୋଗ୍ରାଫର କଲେ ବୃକ୍ଷ ରୋପଣ

ପୁରୀ(ବଡ଼ ଖବର ବ୍ୟୁରୋ): ଆଜି ହେଉଛି ବିଶ୍ୱ ଫଟୋଗ୍ରାଫି ଦିବସ । ବିଭିନ୍ନ ପ୍ରାନ୍ତରେ ଫଟୋଗ୍ରାଫର ମାନେ ଏହାକୁ ପାଳନ କରୁଛନ୍ତି। ଅନୁରୂପ ଭାବେ ପୁରୀ ଜିଲ୍ଲା ଫଟୋଗ୍ରାଫର ଆସୋସିଏସନ ତରଫରୁ ମଧ୍ୟ ଏହି ଦିବସକୁ ସ୍ମରଣୀୟ କରିବା ପାଇଁ ନିଆଯାଇଛି ଏକ ଅଭିନବ ପଦକ୍ଷେପ । ଗତ ଫନି ବାତ୍ୟାରେ ଉପୁଡି ଯାଇଥିଲା ବାଲୁଖଣ୍ଡ ଅଭୟାରଣ୍ୟର ସବୁଜିମା ।

ପାଖାପାଖି ୮୪ ଲକ୍ଷ ଛୋଟ ବଡ ବୃକ୍ଷ ଉପୁଡିଯାଇଥିଲା ବୋଲି ଆକଳନ କରାଯାଇଥିଲା ।  ପୁରୀର ପରିବେଶ ସନ୍ତୁଳନ ପାଇଁ ମଧ୍ୟ ପ୍ରଶ୍ନ ସୃଷ୍ଟି ହୋଇଥିଲା । ଆଜକୁ ୨ ବର୍ଷ ପୁରିଯାଇଥିଲେ ମଧ୍ୟ ପ୍ରଶାସନ ତରଫରୁ ସେମିତି କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ । ଥୁଣ୍ଟ ବୃକ୍ଷରାଜି ସବୁ ସେମିତି ରହିଛି । ଏଭଳି ସମୟରେ ଆଗେଇ ଆସିଛନ୍ତି ଏହି ଫଟୋଗ୍ରାଫର କର୍ମକର୍ତ୍ତାମାନେ । ଆଜିର ଫଟୋଗ୍ରାଫି ଦିବସକୁ ସ୍ମରଣୀୟ କରିଛନ୍ତି । ଆକାଶିଆ ଓ ଆମ୍ବ ଗଛ ସହ ଅନେକ ବୃକ୍ଷ ଏହି ଅଭୟାରଣ୍ୟରେ ରୋପଣ କରି ପର ପିଢ଼ି ପାଇଁ ଏକ ସୁନ୍ଦର ବାର୍ତ୍ତା ଦେବା ସହ ଉଦାହରଣ ସୃଷ୍ଟି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ