Masthead

ହାଥରାସ ଯିବାକୁ ରାହୁଲଙ୍କୁ ଅନୁମତି

ଲକ୍ଷ୍ନୌ, (ବଡ଼ ଖବର ବ୍ୟୁରୋ) : ଉତ୍ତରପ୍ରଦେଶର ହାଥରାସ ଜିଲ୍ଲାର ୧୯ ବର୍ଷୀୟ ଦଳିତ ଯୁବତୀଙ୍କୁ ଗଣବଳାତ୍କାର ଘଟଣା ନେଇ ସାରା ଦେଶରେ ଉତ୍ତେଜନା ପ୍ରକାଶ ପାଇଛି। ଏହି ପ୍ରସଙ୍ଗରେ ବିରୋଧୀ ଉତ୍ତରପ୍ରଦେଶ ସରକାରଙ୍କୁ ଘେରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧି ସେମାନଙ୍କ ସମର୍ଥକଙ୍କ ସହ ଗୁରୁବାର ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ପାଇଁ ହାଥରାସ ଯାଇଥିଲେ ମଧ୍ୟ ପୋଲିସ ସେମାନଙ୍କୁ ଅଟକାଇଥିଲା । ଉଭୟଙ୍କୁ ୟୁପି ପୋଲିସ ଗିରଫ ମଧ୍ୟ କରିଥିଲା । ଏହାକୁ ନେଇ ବିରୋଧୀ ତମ୍ଭିତୋଫାନ କରିଥିଲେ । ଏହା ଗଣତନ୍ତ୍ରର ହତ୍ୟା ବୋଲି ଅଭିଯୋଗ ଉଠିଥିଲା । ତେବେ ଶନିବାର ୟୁପି ପ୍ରଶାସନ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ପାଇଁ ରାହୁଲ ଓ ପ୍ରିୟଙ୍କାଙ୍କ ସମେତ ପାଞ୍ଚ ଜଣଙ୍କୁ ଅନୁମତି ଦେଇଛି । ରାହୁଲ ଓ ପ୍ରିୟଙ୍କା ଦିଲ୍ଲୀରୁ ବାହାରି ହାଥରାସ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ତେବେ କଂଗ୍ରେସର ଏହି ଟିମରେ ରାହୁଲ ଓ ପ୍ରିୟଙ୍କାଙ୍କ ସମେତ ମୋଟ ୩୫ ଜଣ ସାଂସଦ ଥିବାରୁ ପୋଲିସ ସେମାନଙ୍କୁ ଉତ୍ତରପ୍ରଦେଶ ସୀମାରେ ଅଟକାଇଥିଲା । ଫଳରେ ସେଠାରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତେଜନା ରୋକିବା ପାଇଁ ପୋଲିସ କଂଗ୍ରେସ କର୍ମକର୍ତ୍ତାଙ୍କ ଉପରେ ମୃଦୁ ଲାଠି ଚାଳନା କରିଥିଲା । ପରେ ପାଞ୍ଚଜଣଙ୍କୁ ଛାଡ଼ି ଅନ୍ୟମାନଙ୍କୁ ସୀମାରେ ଅଟକାଇ ଦିଆଯାଇଛି ।

ଅନ୍ୟପଟେ ହାଥରାସ ଯିବା ପୂର୍ବରୁ ରାହୁଲ ଗାନ୍ଧୀ ଟ୍ୱିଟରରେ ଲେଖିଛନ୍ତି, ‘ୟୁପି ସରକାର ଏବଂ ପୋଲିସ ଦ୍ୱାରା ଝିଅ ଏବଂ ତାଙ୍କ ପରିବାର ପ୍ରତି ହେଉଥିବା ଆଚରଣକୁ ମୁଁ ଗ୍ରହଣ କରେ ନାହିଁ । କୌଣସି ଭାରତୀୟ ମଧ୍ୟ ଏହାକୁ ଗ୍ରହଣ କରିବା ଉଚିତ୍ ନୁହେଁ । ଦୁନିଆର କୌଣସି ଶକ୍ତି ମଧ୍ୟ ତାଙ୍କୁ ହାଥରସର ଦୁଃଖୀ ପରିବାରକୁ ଭେଟିବା ଏବଂ ସେମାନଙ୍କ ଯନ୍ତ୍ରଣା ବାଣ୍ଟିବାକୁ ଅଟକାଇ ପାରିବ ନାହିଁ ବୋଲି ରାହୁଲ ଟୁଇଟ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ପବିତ୍ର ପଣା ସଂକ୍ରାନ୍ତି 🔴 ୪୫ ଡିଗ୍ରୀ ଛୁଇଁପାରେ ତାତି 🔴 ସାଲାରୀ ବଢାଇବାକୁ ଦାବି, ପୁଲିସ୍-ଶ୍ରମିକ ମୁହାଁମୁହିଁ 🔴 ହର୍ମୁଜ ଉପରେ ବଢିଲା ସଙ୍କଟ 🔴 ଆଜି ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର 🔴 ଗରମ, ଗୁଳୁଗୁଳିରୁ ନିସ୍ତାର ନାହିଁ 🔴 ଆଶା ଭୋସ୍‌ଲେଙ୍କ ପରଲୋକ 🔴 ଜାମ୍ମୁକାଶ୍ମୀରରେ ଭୂକମ୍ପ ଝଟକା  🔴 ବିଫଳ ହେଲା ଆଲୋଚନା, ଫେରିଗଲେ ଭାନ୍ସ 🔴 ତାତି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ଆଜି ପବିତ୍ର ପଣା ସଂକ୍ରାନ୍ତି 🔴 ୪୫ ଡିଗ୍ରୀ ଛୁଇଁପାରେ ତାତି 🔴 ସାଲାରୀ ବଢାଇବାକୁ ଦାବି, ପୁଲିସ୍-ଶ୍ରମିକ ମୁହାଁମୁହିଁ 🔴 ହର୍ମୁଜ ଉପରେ ବଢିଲା ସଙ୍କଟ 🔴 ଆଜି ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର 🔴 ଗରମ, ଗୁଳୁଗୁଳିରୁ ନିସ୍ତାର ନାହିଁ 🔴 ଆଶା ଭୋସ୍‌ଲେଙ୍କ ପରଲୋକ 🔴 ଜାମ୍ମୁକାଶ୍ମୀରରେ ଭୂକମ୍ପ ଝଟକା  🔴 ବିଫଳ ହେଲା ଆଲୋଚନା, ଫେରିଗଲେ ଭାନ୍ସ 🔴 ତାତି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ