Masthead

ଉତ୍କଳ ବାଣୀକୁଞ୍ଜର ଅନନ୍ୟ ପ୍ରତିଭା ଗଙ୍ଗାଧର

(ବଡ଼ ଖବର ବ୍ୟୁରୋ): ପୁରାଣ ସାହିତ୍ୟ ସହିତ ଆଧୁନିତାର ଫେଣ୍ଟାଫେଣ୍ଟି କରି ନୂତନ ସୃଷ୍ଟି କରିବାରେ ଗଙ୍ଗାଧର ମେହର ଥିଲେ ମାହିର । ସେ ତାଙ୍କ କାବ୍ୟରେ ନାରୀ ଚରିତ୍ରମାନଙ୍କୁ ଅତି ନିଖୁରଭାବେ ବାସ୍ତବଧର୍ମୀ କରି ଗଢିତୋଳିଛନ୍ତି । ଗଙ୍ଗାଧର ହେଉଛନ୍ତି କାବ୍ୟ ସଂସାରରେ ଜଣେ ଭଲ ସଂସ୍କାରକ ଓ ଦୁଗଦର୍ଶକ ମଧ୍ୟ । ଏହି ସୁନାମଧନ୍ୟ, ପ୍ରତିଥିଯଶା କବିଙ୍କର ଆଜି ୧୮୯ତମ ଜୟନ୍ତୀ । ଉକ୍ରଳ ବାଣୀକୁଞ୍ଜକୁ ତାଙ୍କର ଦାନ ଅତୁଳନୀୟ । ଜୟନ୍ତୀ ଅବସରରେ ଏହି ମହାନ୍ ସ୍ରଷ୍ଟାଙ୍କୁ ବଡ଼ ଖବର ଜଣାଉଛି ଅଜସ୍ର ପ୍ରଣାମ ।

ଗଙ୍ଗାଧର ମେହର । ଜୀବନ ଓ ଜବତ, ମାଟି ଓ ମଣିଷର କବି । ମାଟି ଓ ମଣିଷର କବି । ପ୍ରକୃତି କବି, ସ୍ୱଭାବ କବି ଗଙ୍ଗାଧର ମେହେର । ଶିକ୍ଷାଗତ ଯୋଗ୍ୟତା ସେତେ ନଥିଲେ ମଧ୍ୟ ବାଗଦେବୀଙ୍କ ଆଶୀର୍ବାଦରେ ଭାରତୀୟ ପୁରାଣ ସାହିତ୍ୟ ଓ ଦର୍ଶନରେ ଅନୁପ୍ରାଣୀତ ହୋଇ ରଚନା କରିଛନ୍ତି କଳଜାୟୀ କାବ୍ୟକବିତା । ରସରତ୍ନାକର, ତପସ୍ୱନୀ, କୀଚକବଧ, ଇନ୍ଦୁମତୀ, ପ୍ରଣୟବଲ୍ଲରୀ, ପଦ୍ମିନୀ, ଅର୍ଘଥାଳୀ, ଉକ୍ରଳଲକ୍ଷ୍ମୀ, ଅହଲ୍ୟାସ୍ତବ, ଭକ୍ତି ଉପହାର, କବିତାମାଳା, କୃଷକ ସଙ୍ଗୀତ, କବିତାକହ୍ୱୋଳ ପ୍ରଭୃତି ଓଡ଼ିଆ ସାହିତ୍ୟ ଜଗତର ଗୋଟିଏ ଗୋଟିଏ ଅମଳିନ ସୃଷ୍ଟି । ୧୮୬୨ ମସିହା ଆଜିର ଦିନରେ ବରଗଡ଼ ଜିଲ୍ଲା ବରପାଲ୍ଲିରେ ଜନ୍ମଗ୍ରହଣ କରିଥିବା ଓଡ଼ିଆ ସାହିତ୍ୟ ଜଗତର ଏହି ମୁକୁଟ ବିହୀନ ସମ୍ରାଟ ପ୍ରତିଟି ଓଡ଼ିଆଙ୍କ ପ୍ରାତଃ ସ୍ମରଣୀୟ । ସେ ଥିଲେ ଅମୃତ ସାଗରର ବିନ୍ଦୁ । ତାଙ୍କ ଲେଖାରୁ ଝରୁଛି ଅମୃତ । ଆଜି ଏହି ମନିଷୀଙ୍କ ଜୟନ୍ତୀ ତାଙ୍କ ଜନ୍ମସ୍ଥାନରେ ପାଳନ କରାଯାଇଛି । କୋଭିଡ କଟକଣା ଭିତରେ ସ୍ୱଭାବ କବିଙ୍କ ପ୍ରତିମୁର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ବହୁ ବିଶିଷ୍ଠ ବ୍ୟକ୍ତିମାନେ ସ୍ମୃତିଚାରଣ କରିଥିଲେ । ଖାଲି ତାଙ୍କ ଜନ୍ମସ୍ଥାନ କାହିଁକି, ଓଡ଼ିଶାର ପୁରପଲ୍ଲୀରେ ମଧ୍ୟ ପାଳିତ ହେଉଛି ଗଙ୍ଗାଧର ଜୟନ୍ତୀ ।

ଓଡ଼ିଆ ବାଣୀ ଭଣ୍ଡାରକୁ ରୁଚି ମଧୁର କରିଥିବା ଏହି ମାହନ କବିଙ୍କ ଅନ୍ତୁଡିଶାଳ ଆଜି କିନ୍ତୁ ଅବହେଳିତ । ତାଙ୍କ ଜନ୍ମପୀଠର ରକ୍ଷାଣାବେକ୍ଷଣ ପାଇଁ ପ୍ରଶାସନର ଉଦାସୀନତା ଜଳଜଳ ଦିଶୁଛି । କବିଙ୍କ କଳାକୃତି, ବ୍ୟବହୃତ ସାମଗ୍ରୀ, ପାଠ୍ୟ ପୁସ୍ତକ ତାଳପତ୍ର ପୋଥି ଆଦିର ସଂରକ୍ଷଣ ପାଇଁ ବିଶେଷ କିଛି ଧ୍ୟାନ ଦେଇନାହାଁନ୍ତି ସରକାର କି ପ୍ରଶାସନ । କେବଳ ଜୟନ୍ତୀ ଆସିଲେ ନେତାଙ୍କ ମନେ ପଡ଼େ ଏହି ଜନ୍ମପୀଠ କଥା । ଏହି ପୀଠର ବିକାଶ ପାଇଁ ଜିଲ୍ଲା ସଂସ୍କୃତି ବିଭାଗର ଯେମିତି ଅନ୍ତରିକତା ନାହିଁ । କବିଙ୍କ ଜିନିଷ ପତ୍ର ସଂରକ୍ଷଣ ପାଇଁ ଏଠାରେ ଏକ ମ୍ୟୁଜିୟମ ପ୍ରତିଷ୍ଠା କରିବାକୁ ସାଧରଣରେ ଦାବି ହୋଇଛି । ଗଙ୍ଗାଧର ସ୍ମୃତି ଭବନର ପୁନରୁଦ୍ଧାର କରିପାରିଲେ ଚିରସ୍ମରଣୀୟ ଗଙ୍ଗାଧର ମେହରଙ୍କ ପାଇଁ ହୋଇପାରନ୍ତା ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା