ଆଜି ଆଇପିଏଲରେ ଦିଲ୍ଲୀ -କୋଲକାତା ଟକ୍କର

ଦୁବାଇ (ବଡ଼ ଖବର ବ୍ୟୁରୋ) :ଆଇପିଏଲର ତ୍ରୟୋଦଶ ସିଜନର ୧୬ତମ ମ୍ୟାଚରେ ଆଜି ମୁହାଁମୁହିଁ ହେବେ କୋଲକାତା ନାଇଟରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ଉଭୟ ଦଳ ଆଜି ସେମାନଙ୍କର ଚତୁର୍ଥ ମ୍ୟାଚ ଦୁବାଇର ଶାରଜାହ ଷ୍ଟାଡିୟମରେ ଖେଳିବେ । ପୂର୍ବରୁ ଏହି ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚରେ ଛକା ଓ ଚଉକା ବର୍ଷା ହେଉଥିଲା । ତେଣୁ ଏହି ମ୍ୟାଚରେ ଆଣ୍ଡ୍ର୍ୟୁ ରସେଲ ଓ ଋଷଭ ପନ୍ତଙ୍କ ଉପରେ ଦର୍ଶକଙ୍କ ନଜର ରହିବ ।
ଉଭୟ ଦଳ ଏବେସୁଦ୍ଧା ୨୩ଟି ମୁକାବିଲା ଖେଳିଛନ୍ତି । ଏହାମଧ୍ୟରୁ କୋଲକାତା ୧୩ଟି ଓ ଦିଲ୍ଲୀ ୧୦ଟି ମ୍ୟାଚ୍ ଜିତିଛି । ଉଭୟ ଦଳର ଖେଳାଳିମାନେ ବଡ ସଟ୍ ଖେଳିବାରେ ମାହିର । ତେବେ ଶାରଜାହ ଷ୍ଟାଡିୟମରେ ହୋଇଥିବା ମୁକାବିଲାରେ ଏବେସୁଦ୍ଧା ୬୨ଟି ଛକା ଲାଗି ସାରିଛି ।ଆଜିର ମ୍ୟାଚରେ ମଧ୍ୟ ଉଭୟ ଦଳ ବଡ ଇନିଂସ ଖେଳିବେ ବୋଲି ଆଶା କରାଯାଉଛି । ବର୍ତ୍ତମାନ ପଏଣ୍ଟେ ଟେବୁଲରେ ଦିଲ୍ଲୀ କ୍ୟାପିଟାଲ୍ସ ଦ୍ୱିତୀୟରେ ଥିବା ବେଳେ କୋଲକାତା ନାଇଟରାଇଡର୍ସ ତୃତୀୟ ସ୍ଥାନରେ ଅଛି । ଉଭୟ ଦଳ ପଏଣ୍ଟେ ଟେବୁଲରେ ପ୍ରଥମ ସ୍ଥାନକୁ ଯିବା ପାଇଁ ଏହି ମ୍ୟାଚକୁ ଜିତିବାକୁ ଚେଷ୍ଟା କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ