Masthead

ତାଲିବାନର ଆତଙ୍କ, ଖାଦ୍ୟ ଅଭାବରୁ ଆଫଗାନିସ୍ତାନରେ ହାହାକାର

(ବଡ଼ ଖବର ବ୍ୟୁରୋ): ଆତଙ୍କବାଦୀ ସଂଗଠନ ତାଲିବାନ ଆଫଗାନିସ୍ତାନ ଅଧିକାର କରିବା ପରେ ସାଧାରଣ ଲୋକଙ୍କ ଜୀବନଯାତ୍ରା ଦୁର୍ବିସହ ହୋଇପଡିଛି । ବିଶେଷ କରି ଖାଦ୍ୟ ବିନା ଲୋକେ ହନ୍ତସନ୍ତ ହେଉଛନ୍ତି । ଏ ଭଳି ସଙ୍କଟ ସମୟରେ ସାଧାରଣ ଲୋକଙ୍କୁ ରକ୍ଷା କରିବା ପାଇଁ ମାନବିକତା ଦୃଷ୍ଟିରୁ ନାଟୋ ଦେଶମାନେ ଆଗେଇ ଆସିଛନ୍ତି । ଆଫଗାନିସ୍ତାନ ସୀମାକୁ ଲାଗିରହିଥିବା ଦେଶଗୁଡିକ ସେମାନଙ୍କର ସୀମାନ୍ତ ଖୋଲା ରଖିବାକୁ ପରାମର୍ଶ ଦେଇଛନ୍ତି ।

ତାଲିବାନ ଶାସନରେ ଲୋକଙ୍କ ସମସ୍ୟା ଦ୍ୱିଗୁଣିତ ହେଉଥିବାରୁ ଆଫଗାନବାସୀଙ୍କୁ ପଡୋଶୀମାନେ ଶରଣ ଦେବାର ଆବଶ୍ୟକତା ରହିଛି ବୋଲି ନାଟୋ ଦେଶ ସମୂହ କହିଛନ୍ତି । ଇରାନ୍, ପାକିସ୍ତାନ, ତାଜକିସ୍ତାନ ନାଗରିକମାନଙ୍କୁ ସେମାନଙ୍କର ସରକାର ସ୍ୱଦେଶ ଫେରାଇ ନେଇ ସାରିଲେଣି । ଏବେ ଆଫଗାନିସ୍ତାନର ମିଲିୟନରୁ ଅଧିକ ଲୋକ ଖାଦ୍ୟାଭାବରୁ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଲେଣି ।

ଅଗଷ୍ଟ ୩୧ ସୁଦ୍ଧା ଆମେରିକା ତା’ର ସୈନ୍ୟ ଓ ନାଗରିକମାନଙ୍କୁ ଫେରାଇ ନେବ ବୋଲି ରାଷ୍ଟ୍ରପତି ଜୋ ବାଇଡେନ୍ ଦୋହରାଇଛନ୍ତି । ଏଥିରେ ତାଲିବାନ ପ୍ରତିବନ୍ଧକ ସୃଷ୍ଟି କଲେ ପରିଣତି ଭୟଙ୍କର ହେବ ବୋଲି ହ୍ୱାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ