Masthead

ତାଲିବାନ ବନାମ ପଞ୍ଜଶିର

(ବଡ଼ ଖବର ବ୍ୟୁରୋ): ଆଫଗାନ ସାମ୍ରାଜ୍ୟ ଜବରଦଖଲ କରିିନେଇଛି ତାଲିବାନ । ରାଜଧାନୀ କାବୁଲ ଏୟାରପୋର୍ଟରେ ପ୍ରତିଦିନ ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି । ତାଲିବାନ ଆତଙ୍କରୁ ବର୍ତ୍ତିବା ପାଇଁ ଲୋକେ ବ୍ୟାକୁଳ ହେଉଥିବା ବେଳେ ବିମାନ ବନ୍ଦରରେ ତ୍ରାହିତ୍ରାହି ଡାକୁଛନ୍ତି ।ହଜାର ହଜାର ଆଫଗାନ ନାଗରିକ ଦେଶ ଛାଡିବା ପାଇଁ ସଂଘର୍ଷ ଜାରି ରଖିଛନ୍ତି ।ପୁଣି ଫେରିଛି ତିରିଶ ବର୍ଷ ତଳର ସେଇ ଯନ୍ତ୍ରଣା ।

ଦିନ କେଇଟାରେ ଆଫଗନ ଦେଶର ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି । ଆଫଗାନର ସ୍ଥିତି ଦିନକୁ ଦିନ ଜଟିଳ ହେବରେ ଲାଗିଛି । ଏହାରି ଭିତରେ ପଞ୍ଜଶିର ଦୁର୍ଗକୁ ନିଜ ଆୟତକୁ ନେବା ପାଇଁ ତାଲିବାନ ବିଦ୍ରୋହ ଆରମ୍ଭ କରିଛି । ତାଲିିବାନ ୩୩ଟି ପ୍ରଦେଶକୁ ଜବରଦଖଲ କରିବା ପରେ ଅଟକିଯାଇଛିି କେବଳ ପଞ୍ଜଶିରରେ । ନିଜ ଆତଙ୍କ ବଳରେ ପଞ୍ଜଶିରକୁ ଦଖଲ କରିବା ପାଇଁ ଆଗେଇଛି ତାଲିବାନ୍ ।

ଏପଟେ ତାଲିବାନ ବିରୋଧୀ ଆନ୍ଦୋଳନର ନେତୃତ୍ୱ ନେଉଛନ୍ତି ପଞ୍ଜଶିରର ଲାୟନ ଭାବେ ପରିଚିତ ୱାରଲର୍ଡ ଅହମଦ ଶାହା ମାସୁଦଙ୍କ ପୁଅ ଅହମଦ ମାସୁଦ । ତାଙ୍କୁ ପୂର୍ଣ୍ଣ ସହଯୋଗ ଦେଉଛନ୍ତି ଆଫଗାନ ଉପରାଷ୍ଟ୍ରପତି ଆମରୁଲ୍ଲା ସାଲେହ । ହେଲେ ଆତଙ୍କବାଦ ନିରୋଧୀ ଏହି ଭୂଖଣ୍ଡରେ ତାଲିବାନର ପ୍ରତିବାତ କେତେ ଦିନ ଚାଲିପାରିବ । ତାଲିବାନ ଆଗରେ ଆତ୍ମସମର୍ପଣ କରିବେ ନାହିଁ ବୋଲି ମାସୁଦ କହିଛନ୍ତି । ସେ ଆହୁରି କହିଛନ୍ତି,ଏଭଳି ଦିନ ଆସିବ ବୋଲି ସେ ଆଗରୁ ଆଶଙ୍କା କରୁଥିଲେ । ତେଣୁ ଜାଣିବା ପରେ ସେ ଅସ୍ତ୍ର ଶସ୍ତ୍ର ଗଚ୍ଛିତ କରି ରଖିଥିବାର ମଧ୍ୟ କହିଛନ୍ତି ।

ମାସୁଦ ୟୁରୋପ, ଫ୍ରାନ୍ସ, ଆମେରିକା ସମେତ ଦେଶକୁ ତାଲାବାନ ବିରୋଧରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି । ହେଲେ ତାଲିବାନ ଆତଙ୍କ ପଞ୍ଜଶିର ଦ୍ୱାରଦେଶରେ ପହଞ୍ଚି ଆଫଗାନିସ୍ଥାନର ୩ ଜିଲ୍ଲାକୁ ପୁନଃ ଦଖଲ କରିନେଇଛି । ଏହା ପରେ ପୁଣି ଆଫଗାନର ସ୍ଥିତି ବଦଳି ଯାଇଛି । ଏପଟେ ମାସୁଦଙ୍କ ଜଣେ ସହଯୋଗୀ କହିଛନ୍ତି, ପଞ୍ଜଶିର ଆଉ ତାଲିବାନ ବିରୋଧରେ ଲଢିପାରିବ ନାହିଁ ।

ତାଲିବାନ ଆତଙ୍କବାଦୀଙ୍କ ସଂଖ୍ୟା ଏବେ ଢେର ଅଧିକ । ଗତ ସୋମବାର ତାଲିବାନ ଆତଙ୍କୀ ପଞ୍ଜଶିର ନିକଟ ବଡଶଖାନ, ତଖାର, ଆନ୍ଦ୍ରାରବରେ ନିଜ ସ୍ଥିତି ମଜବୁତ କରିଛନ୍ତି । ପଞ୍ଜଶିରକୁ ତାଲିବାନ ତିନିପଟୁ ଘେରିନେଇଥିବା ବେଳେ ସେଠାରେ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ