Masthead

ଗାଡ଼ି ଚାଳକ ସାବଧାନ: ନିୟମ ନ ମାନିଲେ ରଦ୍ଦ ହେବ ଲାଇସେନ୍ସ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଗାଡ଼ି ଚାଳକ ହୋଇଯାଆନ୍ତୁ ସାବଧାନ । ଏଣିକି ଆଉ ମାଫ୍ ନାହିଁ । ଟ୍ରାଫିକ ନିୟମ ନମାନିଲେ ଏଣିକି ଭାରି ପଡ଼ିବ କାର୍ଯ୍ୟାନୁଷ୍ଠାନ । କଠୋର ହେଲା ଟ୍ରାଫିକ୍ ନିୟମ । ସଡ଼କ ସୁରକ୍ଷା ନିୟମ ଭାଙ୍ଗିଲେ ଏଣିକି ରଦ୍ଦ ହେବ ଲାଇସେନ୍ସ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସବୁ ଆରଟିଓଙ୍କୁ ଏନେଇ ଚିଠି ଲେଖିଛନ୍ତି ରାଜ୍ୟ ପରିବହନ କମିଶନର । ଦ୍ରୁତ ଗତିରେ ଗାଡ଼ି ଚାଳନା, ମଦ ପିଇ ଗାଡି ଚଳାଇବା, ବିନା ହେଲମେଟ୍ରେ ଗାଡ଼ି ଚାଳନା କରିବା ଏବଂ ଗାଡ଼ି ଚଳାଇବା ବେଳେ ମୋବାଇଲ୍ ଫୋନ୍ ବ୍ୟବହାର କରିବା ଭଳି ଭୁଲ କଲେ ସିଧାସଳଖ ଲାଇସେନ୍ସ ରଦ୍ଦ ହେବ । ଗାଡ଼ି ଚାଳନା ବେଳେ ଯୋଉଁ ବ୍ୟକ୍ତି ଏହି ସମସ୍ତ ମଧ୍ୟରୁ ଯେକୌଣସି କାର୍ଯ୍ୟ କରୁଥିବେ ଉକ୍ତ ବ୍ୟକ୍ତିଙ୍କର ଲାଇଲେନ୍ସ ବାତିଲ୍ ହେବ।

ଏହାସହ କ୍ଷମତାଠାରୁ ଅଧିକ ଯାତ୍ରୀ ପରିବହନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏବେ ସୁଦ୍ଧା ଆଇନ ଉଲ୍ଲଙ୍ଘନ କରି ୨୭ହଜାର ୨୬୪ଜଣଙ୍କ ଲାଇସେନ୍ସ ରଦ୍ଦ ହୋଇଛି । ସେହିପରି ରେଡ୍ ଲାଇଟ୍ ଉଲ୍ଲଂଘନ କରି ୫୨ଜଣ, ଓଭଲରଲୋଡିଂରେ ହଜାରେ ୬୭ଜଣ, ଗାଡି ଚଳାଇବା ବେଳେ ଫୋନରେ କଥା ହୋଇ ୮୨୦ ଜଣଙ୍କ ଲାଇସେନ୍ସ ରଦ୍ଦ କରାଯାଇଥିବା ନେଇ ସୂଚନା ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ