Masthead

ହାଇକମାଣ୍ଡଙ୍କୁ ସିଦ୍ଧୁଙ୍କ ଅନ୍ତିମ ଚେତାବନୀ

ଚଣ୍ଡିଗଡ଼(ବଡ଼ ଖବର ବ୍ୟୁରୋ): ପଞ୍ଜାବ କଂଗ୍ରେସରେ ତିକ୍ତତା ଦିନକୁ ଦିନ ବଢ଼ିବାରେ ଲାଗିଛି । ଆଜି କଂଗ୍ରେସ ନେତୃତ୍ୱକୁ ଖୋଲାଖୋଲି ଚେତାବନୀ ଦେଇଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ । ତାଙ୍କୁ କୌଣସି ନିଷ୍ପତ୍ତି ନେବାକୁ ଦିଆଯାଉ ନଥିବାରୁ ସେ କହିଛନ୍ତି ତାଙ୍କୁ ଯଦି ନିଷ୍ପତ୍ତି ନେବାକୁ ଦିଆଯିବ ନାହିଁ ତେବେ ସେ କାହାକୁ ଛାଡ଼ିବେ ନାହିଁ । ଏହା ସେ କଂଗ୍ରେସର ହାଇକମାଣ୍ଡଙ୍କୁ ମଧ୍ୟ ଜଣାଇ ଦେଇଛନ୍ତି । ଏହାଛଡ଼ା ସେ ଏହାମଧ୍ୟ କହିଛନ୍ତି ଯେ, ମୁଁ ସଦୃଶ୍ୟ ଘୋଡ଼ା ହୋଇ ରହିପାରିବି ନାହିଁ । ଶିଳ୍ପ ବିନା କୌଣସି ରାଜ୍ୟ ଉନ୍ନତି କରିପାରିବ ନାହିଁ।

ଅନ୍ୟ ଦେଶ ଗୁଡ଼ିକ ସହିତ ବ୍ୟବସାୟ ଆରମ୍ଭ କରାଯିବା ଦରକାର। ପଞ୍ଜାବବାସୀ ଏବେ ଆଶାଶୂନ୍ୟ ହୋଇଯାଇଛନ୍ତି। ମାଲବିନ୍ଦର ସିଂହ ମାଲି ଆଜି ସିଦ୍ଧୁଙ୍କ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି। ଆଉ ତା’ପରେ ସିଦ୍ଧୁ ଏଭଳି ମନ୍ତବ୍ୟ ଦେଇଛନ୍ତି। ମାଲବିନ୍ଦର କଶ୍ମୀରକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏଥିପାଇଁ ତାଙ୍କୁ ଦଳ ଭିତରୁ ବି ତୀବ୍ର ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଏହା ପରେ ତାଙ୍କୁ ପରାମର୍ଶଦାତା ପଦରୁ ବାହାର କରିବାକୁ ସିଦ୍ଧୁଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଥିଲା। ଅନ୍ୟପକ୍ଷରେ ସିଦ୍ଧୁଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସ ପକ୍ଷରୁ ପ୍ରତିକ୍ରିୟା ଦିଆଯାଇଛି।

ପଞ୍ଜାବ ପ୍ରଭାରୀ ହରିଶ ରାଓ୍ୱତ କହିଛନ୍ତି ଯେ ଦଳର ରାଜ୍ୟ ମୁଖ୍ୟମାନେ ସେମାନଙ୍କର ନିଷ୍ପତ୍ତି ଦଳୀୟ ନୀତି ଓ ସମ୍ବିଧାନ ମଧ୍ୟରେ ରହି ନେଇପାରିବେ। ଯଦି ସେମାନେ ନିଷ୍ପତ୍ତି ନ ନେବେ ଆଉ କିଏ ନେବ। ଏହା ସହିତ ପଞ୍ଜାବର ଦଳୀୟ ନେତାମାନଙ୍କୁ ସେ ଚେତାବନୀ ଦେଇଛନ୍ତି ଯେ ସେମାନେ ଏମିତି କିଛି କାମ ନକରନ୍ତୁ, ଯାହା ଦ୍ୱାରା ଦଳର ଛବି ଖରାପ ହେବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ