Masthead

ରିମାଣ୍ଡରେ ଗଲେ ଅଭିନେତା ଅରମାନ୍

ମୁମ୍ବାଇ(ବଡ଼ ଖବର ବ୍ୟୁରୋ):  ଅଭିନେତା ଅରମାନ କୋହଲିଙ୍କୁ ଶନିବାର ଡ୍ରଗସ କାରବାର ମାମଲାରେ ଏନସିବି ଗିରଫ କରିଥିଲା । ଏହା ପରେ ଆଜି ତାଙ୍କୁ ରିମାଣ୍ଡରେ ନେଇଛ ଏନସିବି । ଏନସିବି ଗତ ଶନିବାର କୋହଲିଙ୍କ ଘରେ ରେଡ୍ କରିଥିଲା । ତେବେ ତାଙ୍କ ଘରୁ କିଛି କୋକିନ ମିଳିବା ପରେ ଅରମାନଙ୍କୁ ରିରଫ କରିଥିଲା ଏନ୍ସିବି । ଆଜି ତାଙ୍କୁ ସିଟି କୋର୍ଟରେ ହାଜର ହେବା ପାଇଁ କୁହାଯାଇଥିଲା । ଏନସିବିର କହିବା ଅନୁଯାଇ ତାଙ୍କ ଘରୁ ଡ୍ରଗସ ମିଳିଥିଲା । ଯାହାକି ଡ୍ରଗସ କାରବାର ସହ ଲିଙ୍କ ଥିବା ସୁଚାଉଛି । ସୂଚନା ଅନୁଯାଇ ଶନିବାର ଏନସିବି ମୁମ୍ବାଇର ହାଜି ଅଲ୍ଲି ନିକଟରେ ଚଢାଉ କରିଥିଲା । ପରେ ସେଠାରେ ଡ୍ରଗସ ଡିଲର ଅଜୟ ସିଂଙ୍କୁ ଧରିଥିଲା । ତେବେ ଅଜୟଙ୍କୁ ପଚରାଉଚରା ପରେ ସେ ଅରମାନଙ୍କ ନାଁ କହିଥିଲେ। ଅରମାନଙ୍କୁ ଗିରଫ ପରେ ତାଙ୍କୁ ଦିନକ ପାଇଁ ରିମାଣ୍ଡରେ ନେଇଛି ନାର୍କୋଟେକ୍ସ କଣ୍ଟ୍ରୋଲ ବ୍ୟୁରୋ । ତେବେ ଏହି ଡ୍ରଗସ କେସରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ଏ ନେଇ ଅଧିକ ଖୋଳତାଡ କରୁଛି ଏନସିବି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍ 🔴 ପାଣି ପାଇଁ ଚିନ୍ତାରେ ପାକିସ୍ତାନ, ଭାରତକୁ ୪ଥର ଲେଖିଲାଣି ଚିଠି 🔴 ପ୍ରଭାତିଙ୍କୁ ସମୀରଙ୍କ ଖୋଲା ଚ୍ୟାଲେଞ୍ଜ 🔴 ପୁଣି ୧୦୦ କେଜି ଲୁଟ୍ ବିସ୍ଫୋରକ ଜବତ 🔴 ୧୨ନୁହେଁ ୨୦ରେ ଆସିବେ ପିଏମ୍! 🔴 ୩ ଦିନ ଯାଏଁ ଭୀଷଣ ଗୁଳୁଗୁଳି 🔴 ଭାରତକୁ ପାକିସ୍ତାନର ୪ଟି ଚିଠି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍ 🔴 ପାଣି ପାଇଁ ଚିନ୍ତାରେ ପାକିସ୍ତାନ, ଭାରତକୁ ୪ଥର ଲେଖିଲାଣି ଚିଠି 🔴 ପ୍ରଭାତିଙ୍କୁ ସମୀରଙ୍କ ଖୋଲା ଚ୍ୟାଲେଞ୍ଜ 🔴 ପୁଣି ୧୦୦ କେଜି ଲୁଟ୍ ବିସ୍ଫୋରକ ଜବତ 🔴 ୧୨ନୁହେଁ ୨୦ରେ ଆସିବେ ପିଏମ୍! 🔴 ୩ ଦିନ ଯାଏଁ ଭୀଷଣ ଗୁଳୁଗୁଳି 🔴 ଭାରତକୁ ପାକିସ୍ତାନର ୪ଟି ଚିଠି