Masthead

ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର

ସାରସକଣା (ବଡ଼ ଖବର ବ୍ୟୁରୋ): ସରକାର ସ୍ୱାସ୍ଥ୍ୟ ସେବା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବାର ଡେଙ୍ଗୁରା ପିଟୁଥିବା ବେଳେ ବାସ୍ତବତା କିନ୍ତୁ ସମ୍ପୂର୍ଣ ଅଲଗା। ପ୍ରକୃତ ରୂପ ଲୋକଲୋଚନକୁ ଆସୁଥିଲେ ମଧ୍ୟ ସରକାର ଏହାର ପ୍ରତିକାର ବ୍ୟବସ୍ଥା କାହିଁକି କରୁ ନାହାଁନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆଦିବାସୀ ଅଧୁଷିତ ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ । ଡାକ୍ତରଖାନା ଅଛି ହେଲେ ଡାକ୍ତର ନାହାନ୍ତି । ଡାକ୍ତରଙ୍କୁ ନିଯୁକ୍ତି ମିଳିଛି ହେଲେ ଡାକ୍ତରଙ୍କ ଦେଖାନାହିଁ। ସାରସକଣା ବ୍ଲକର ୧୭ଟି ପଞ୍ଚାୟତର ଶୀର୍ଷା ଠାରେ ଗୋଟିଏ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି ।

ଦୀର୍ଘ ବର୍ଷ ଧରି ସାରସକଣା ଓ ପାକଟିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଡାକ୍ତର ନ ଥିବା ଯୋଗୁଁ ଲୋକେ ରୋଗୀସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ସବୁ ମେଡ଼ିକାଲରେ ଫାର୍ମାସିଷ୍ଟଙ୍କ ଦ୍ଵାରା ଚିକିତ୍ସା କରାଯାଏ। ସାରସକଣା ବ୍ଲକ ଅଞ୍ଚଳର ଗୁରୁତ୍ଵର ରୋଗୀ ୫୦/୬୦ କିଲୋମିଟର ବାରିପଦା ମେଡିକାଲକୁ ଯିବାକୁ ପଡିଥାଏ। ଗରିବ ଆଦିବାସୀ ଖର୍ଚ୍ଚ ନ କରି ପାରି ଭାଗ୍ୟକୁ ଆଦରି ଏଠାରେ ପଡି ରହିଥାନ୍ତି। ଶୀର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘଦିନ ହେବ ବିଭିନ୍ନ ବିଶେସଂଜ୍ଞା ପଦ ଖାଲି ଥିଲେ ମଧ୍ୟ ତାହା ପୂରଣ କରାଯାଉ ନାହିଁ। ଅପରପକ୍ଷେ ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଅନୁସାରେ ରାଜ୍ୟରେ ମୋଟ ୭୫୦ ଜଣ ଡାକ୍ତରଙ୍କୁ ନିଯୁକ୍ତି ମିଳିଛି ।

ସେଥିମଧ୍ୟରୁ ସାରସକଣା ବ୍ଲକର ଶୀର୍ଷା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨ ଜଣ, ପାକଟିଆ ପ୍ରାଥମିକ ଚିକିତ୍ସାଳୟରେ ଜଣେ ଓ ସାରସକଣା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ଲେଖାଏଁ ମୋଟ ଚାରିଜଣ ଡାକ୍ତରଙ୍କୁ ନିଯୁକ୍ତ କରାଯାଇଛି । ମାତ୍ର ଆଜକୁ ଦେଢ ମାସ ବିତିଯାଇଥିଲେ ମଧ୍ୟ କେହି ଜଣେ ହେଲେ ଡାକ୍ତର କାର୍ୟ୍ୟରେ ନିୟୋଜିତ କରିନାହାନ୍ତି। ଏସବୁକୁ ନେଇ ଅଞ୍ଚଳବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ତେବେ ପ୍ରଶାସନ ନିକଟରେ ଦାବି ହେବା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଜଣାଯାଇଛି । ହେଲେ ସମସ୍ତେ ନିରବଦ୍ରାଷ୍ଟା ସାଜିଥିବା ଅଭିଯୋଗ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ