Masthead

ଡ୍ରୋନ୍‌ ଷ୍ଟ୍ରାଇକରେ ୧୦ ଆଫଗାନଙ୍କ ମୃତ୍ୟୁ

(ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତାନରେ ତାଲିବାନର ବର୍ବରତା ବଢ଼ିଚାଲିଛି । ଭୟରେ ଅନେକ ଦେଶବସୀ ଦେଶଛାଡ଼ି ଚାଲିଯାଉଛନ୍ତି । ସେମାନଙ୍କର ଗୋଟିଏ ମାତ୍ର ଲକ୍ଷ୍ୟ ସେମାନେ ଦେଶରୁ କେଉଁଭଳି ସୁରକ୍ଷିତ ବାହାରକୁ ବାହରିବେ । ତେବେ କାବୁଲ ବିମାନବନ୍ଦରରେ ଦିନକୁ ଦିନ ସ୍ଥିତି ଅତି ଭୟଙ୍କର ହେବାରେ ଲାଗିଛି ।

କାବୁଲ ବିମାନବନ୍ଦରରେ ଆଇଏସ୍‌-ଖୋରାସାନ୍‌ର ବିସ୍ଫୋରଣ ଉଦ୍ୟମ ପଣ୍ଡ କରିବାକୁ ଯାଇ ରବିବାର ଆମେରିକା କରିଥିବା ଡ୍ରୋନ୍‌ ଷ୍ଟ୍ରାଇକରେ ୧୦ ଆଫଗାନଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ ବର୍ଷୀୟା ଶିଶୁଙ୍କଠାରୁ ଆରମ୍ଭ କରି ୪୦ ବର୍ଷ ବୟସର ନାଗରିକ ରହିଛନ୍ତି। ଆକ୍ରମଣରେ ଗୋଟିଏ ପରିବାରର ୧୦ ଜଣ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୬ ଶିଶୁ ରହିଥିବା ଜଣେ ସମ୍ପର୍କିୟ ମହିଳା କହିଛନ୍ତି। ଆମେରିକାର ଏହି ଆକ୍ରମଣକୁ ତାଲିବାନ୍‌ ନିନ୍ଦା କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟ୍ୱିନ୍ ସିଟିକୁ ବିପଦ,ମୁକୁଳା ଡ୍ରେନ୍ 🔴 ପୁଣି ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର 🔴 ଚଳିତ ବର୍ଷ ରଥଯାତ୍ରା ପାଇଁ  ବୈଠକ 🔴 ଭାରତର ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ ! 🔴 ହିନ୍ଦୋଳ ରେଞ୍ଜ ବୋମ୍ପାରେ ଦନ୍ତା ହାତୀର ମୃତ ଦେହ ଉଦ୍ଧାର 🔴 ୩ ଜିଲ୍ଳାକୁ ରେଡ ୱାର୍ଣ୍ଣିଂ 🔴 ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗିବ ଫୁଲୁରୀ ତେଲ 🔴 କେମିତି ସୁସ୍ଥ ହୁୁଅନ୍ତି ମହାପ୍ରଭୁ 🔴 ଭାରତୀୟ କଳା ସଂସ୍କୃତିରେ ବିଭୋର ହୋଇଛନ୍ତି ଜାପାନ ପ୍ରଧାନମନ୍ତ୍ରୀ 🔴 କେତନ୍ ହତ୍ୟାକାଣ୍ଡରେ ନୂଆ ଟୁଇଷ୍ଟ୍ 🔴 ଟ୍ୱିନ୍ ସିଟିକୁ ବିପଦ,ମୁକୁଳା ଡ୍ରେନ୍ 🔴 ପୁଣି ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର 🔴 ଚଳିତ ବର୍ଷ ରଥଯାତ୍ରା ପାଇଁ  ବୈଠକ 🔴 ଭାରତର ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ ! 🔴 ହିନ୍ଦୋଳ ରେଞ୍ଜ ବୋମ୍ପାରେ ଦନ୍ତା ହାତୀର ମୃତ ଦେହ ଉଦ୍ଧାର 🔴 ୩ ଜିଲ୍ଳାକୁ ରେଡ ୱାର୍ଣ୍ଣିଂ 🔴 ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗିବ ଫୁଲୁରୀ ତେଲ 🔴 କେମିତି ସୁସ୍ଥ ହୁୁଅନ୍ତି ମହାପ୍ରଭୁ 🔴 ଭାରତୀୟ କଳା ସଂସ୍କୃତିରେ ବିଭୋର ହୋଇଛନ୍ତି ଜାପାନ ପ୍ରଧାନମନ୍ତ୍ରୀ 🔴 କେତନ୍ ହତ୍ୟାକାଣ୍ଡରେ ନୂଆ ଟୁଇଷ୍ଟ୍