Masthead

ଏନଆଇଏ ରାଡାରରେ ୨୫ ଭାରତୀୟ, ଆତଙ୍କୀ ସଙ୍ଗଠନ ଆଇଏସଆଇଏସ ସହ ସମ୍ପର୍କ ସନ୍ଦେହ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତାନରେ ରହୁଥିବା ୨୫ ଭାରତୀୟ ନାଗରିକ ଏନଆଇଏ ରାଡାରରେ ଥିବାର ଖବର ସାମ୍ନାକୁ ଆସିଛି । ମିଳିଥିବା ଖବର ଅନୁଯାୟୀ ଏ ସମସ୍ତ ଭାରତୀୟ ଆତଙ୍କସଙ୍ଗଠନ ଆଇଏସଆଇ ସହ ଜଡିତ ଅଛନ୍ତି । କେବଳ ଏତିକି ନୁହେଁ ବରଂ ଏମାନଙ୍କ ମଧ୍ୟରୁ କିଛି ଲୋକମାନଙ୍କର ମୃତ୍ୟୁ ହୋଇଥିବାର ସୂଚନା ମଧ୍ୟ ମିଳିଛି । ତେବେ ଏ ସମସ୍ତ ଆତଙ୍କବାଦୀ ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ଥିବା ସୀମାବର୍ତ୍ତୀ ଅଞ୍ଚଳ ନଂଗରହାର ନିକଟରେ ରହୁଛନ୍ତି । ଅପରିପକ୍ଷେ ଯାଞ୍ଚ ଏଜେନ୍ସି ଏନଆଇଏ ନିକଟରେ ମୁନସିବି ନାମକ ଜଣେ ବ୍ୟକ୍ତିଙ୍କୁ ଚିହ୍ନଟ କରିଥିଲା ।

ତେବେ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହୁଥିବାର କଥା ଏନଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଅନ୍ୟପଟେ ଆଫଗାନିସ୍ତାନ ଉପରେ ତାଲିବାନର କବଜା ପରେ ଜେଲରେ ଥିବା ସମସ୍ତ କଏଦୀଙ୍କୁ ମୁକ୍ତ କରିଦିଆଯାଇଥିଲା । ମୁକ୍ତ ହୋଇଥିବା ଲୋକଙ୍କ ମଧ୍ୟରୁ ଆଇଏସକେପି ଆତଙ୍କବାଦୀ ସଙ୍ଗଠନର ଆତଙ୍କବାଦୀ ଏବଂ ଭାରତୀୟ ମଧ୍ୟ ରହିଥିବାର ସୂଚନା ମିଳିଛି । ଏହା ସହ ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ-ମହମ୍ମଦ ତାଲିବାନ ସହ ନିକଟତର ହେଉଥିବାର କଥା ମଧ୍ୟ ଏନଆଇଏ ପକ୍ଷରୁ କୁହାଯାଇଛି । ଯାହାଫଳରେ ପାକିସ୍ତାନ ଭାରତ ପାଇଁ ଷଡ଼ଯନ୍ତ୍ର ରଚୁଥିବାର ଅନୁମାନ କରାଯାଉଛି । ତେବେ ୨୫ ମାର୍ଚ୍ଚ ୨୦୨୦ରେ ଆଫଗାନିସ୍ତାନର କାବୁଲର ଗୁରୁଦ୍ୱାର ଉପରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏଥିରେ ଭାରତୀୟ ନାଗରିକଙ୍କ ସମେତ ୨୭ ଜଣଙ୍କର ମୃତ୍ୟୁ ଘଟିଥିଲା ।

ସେତେବେଳେ ପ୍ରଥମେ ଆତଙ୍କବାଦୀ ସଙ୍ଗଠନ ଉପରେ ଓଝକଚ ତଦନ୍ତ ଦାୟିତ୍ୱ ନେଇଥିଲା । ଏହାପରେ ଏହି ମାମଲା ଏନଆଇଏକୁ ହସ୍ତାନ୍ତର କରାଯାଇଥିଲା । ଆଉ ଅନୁସନ୍ଧାନରୁ ଜଣାପଡିଥିଲା ଯେ ଆତଙ୍କବାଦୀମାନେ ଗୁରୁଦ୍ୱାରରେ ପ୍ରବେଶ କରି ଲୋକଙ୍କ ଉପରେ ଗୁଳି ଚଳାଇଥିଲେ । ଏହି ଆକ୍ରମଣରେ କେରଳର ବାସିନ୍ଦା ମୁହସିନ ସମ୍ପୃକ୍ତ ଥିବାର ଏନଆଇଏ ଅନୁମାନ କରୁଛି । ଏହା ସହ ଏହି ଅନୁସନ୍ଧାନ ପରେ ଆଫଗାନିସ୍ତାନରେ ରହୁଥିବା ଆଉ କିଛି ଭାରତୀୟ ଆତଙ୍କବାଦୀଙ୍କ ସହ ଜଡ଼ିତ ଥିବାର ସନ୍ଦେହ କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ