Masthead

ଏନଆଇଏ ରାଡାରରେ ୨୫ ଭାରତୀୟ, ଆତଙ୍କୀ ସଙ୍ଗଠନ ଆଇଏସଆଇଏସ ସହ ସମ୍ପର୍କ ସନ୍ଦେହ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତାନରେ ରହୁଥିବା ୨୫ ଭାରତୀୟ ନାଗରିକ ଏନଆଇଏ ରାଡାରରେ ଥିବାର ଖବର ସାମ୍ନାକୁ ଆସିଛି । ମିଳିଥିବା ଖବର ଅନୁଯାୟୀ ଏ ସମସ୍ତ ଭାରତୀୟ ଆତଙ୍କସଙ୍ଗଠନ ଆଇଏସଆଇ ସହ ଜଡିତ ଅଛନ୍ତି । କେବଳ ଏତିକି ନୁହେଁ ବରଂ ଏମାନଙ୍କ ମଧ୍ୟରୁ କିଛି ଲୋକମାନଙ୍କର ମୃତ୍ୟୁ ହୋଇଥିବାର ସୂଚନା ମଧ୍ୟ ମିଳିଛି । ତେବେ ଏ ସମସ୍ତ ଆତଙ୍କବାଦୀ ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ଥିବା ସୀମାବର୍ତ୍ତୀ ଅଞ୍ଚଳ ନଂଗରହାର ନିକଟରେ ରହୁଛନ୍ତି । ଅପରିପକ୍ଷେ ଯାଞ୍ଚ ଏଜେନ୍ସି ଏନଆଇଏ ନିକଟରେ ମୁନସିବି ନାମକ ଜଣେ ବ୍ୟକ୍ତିଙ୍କୁ ଚିହ୍ନଟ କରିଥିଲା ।

ତେବେ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହୁଥିବାର କଥା ଏନଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଅନ୍ୟପଟେ ଆଫଗାନିସ୍ତାନ ଉପରେ ତାଲିବାନର କବଜା ପରେ ଜେଲରେ ଥିବା ସମସ୍ତ କଏଦୀଙ୍କୁ ମୁକ୍ତ କରିଦିଆଯାଇଥିଲା । ମୁକ୍ତ ହୋଇଥିବା ଲୋକଙ୍କ ମଧ୍ୟରୁ ଆଇଏସକେପି ଆତଙ୍କବାଦୀ ସଙ୍ଗଠନର ଆତଙ୍କବାଦୀ ଏବଂ ଭାରତୀୟ ମଧ୍ୟ ରହିଥିବାର ସୂଚନା ମିଳିଛି । ଏହା ସହ ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ-ମହମ୍ମଦ ତାଲିବାନ ସହ ନିକଟତର ହେଉଥିବାର କଥା ମଧ୍ୟ ଏନଆଇଏ ପକ୍ଷରୁ କୁହାଯାଇଛି । ଯାହାଫଳରେ ପାକିସ୍ତାନ ଭାରତ ପାଇଁ ଷଡ଼ଯନ୍ତ୍ର ରଚୁଥିବାର ଅନୁମାନ କରାଯାଉଛି । ତେବେ ୨୫ ମାର୍ଚ୍ଚ ୨୦୨୦ରେ ଆଫଗାନିସ୍ତାନର କାବୁଲର ଗୁରୁଦ୍ୱାର ଉପରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏଥିରେ ଭାରତୀୟ ନାଗରିକଙ୍କ ସମେତ ୨୭ ଜଣଙ୍କର ମୃତ୍ୟୁ ଘଟିଥିଲା ।

ସେତେବେଳେ ପ୍ରଥମେ ଆତଙ୍କବାଦୀ ସଙ୍ଗଠନ ଉପରେ ଓଝକଚ ତଦନ୍ତ ଦାୟିତ୍ୱ ନେଇଥିଲା । ଏହାପରେ ଏହି ମାମଲା ଏନଆଇଏକୁ ହସ୍ତାନ୍ତର କରାଯାଇଥିଲା । ଆଉ ଅନୁସନ୍ଧାନରୁ ଜଣାପଡିଥିଲା ଯେ ଆତଙ୍କବାଦୀମାନେ ଗୁରୁଦ୍ୱାରରେ ପ୍ରବେଶ କରି ଲୋକଙ୍କ ଉପରେ ଗୁଳି ଚଳାଇଥିଲେ । ଏହି ଆକ୍ରମଣରେ କେରଳର ବାସିନ୍ଦା ମୁହସିନ ସମ୍ପୃକ୍ତ ଥିବାର ଏନଆଇଏ ଅନୁମାନ କରୁଛି । ଏହା ସହ ଏହି ଅନୁସନ୍ଧାନ ପରେ ଆଫଗାନିସ୍ତାନରେ ରହୁଥିବା ଆଉ କିଛି ଭାରତୀୟ ଆତଙ୍କବାଦୀଙ୍କ ସହ ଜଡ଼ିତ ଥିବାର ସନ୍ଦେହ କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ