Masthead

ଭାରତ ସହ ଭଲ ସମ୍ପର୍କ ରଖିବ ତାଲିବାନ

ଭୁବନେଶ୍ୱର(ବଡ଼ଖବର ବ୍ୟୁରୋ): ଆମେରିକାର ସୈନ୍ୟମାନଙ୍କୁ ଆଫଗାନିସ୍ତାନରୁ ପ୍ରତ୍ୟାହାର କଲା ପରେ ତାଲିବାନ ଆଫଗାନିସ୍ତାନକୁ କବଜା କରିନେଇଛି । ଏହି ପରିପ୍ରେକ୍ଷୀରେ ତାଲିବାନୀମାନେ ଉତ୍ସବ ମନାଉଥିବା ବେଳେ ସାରା ବିଶ୍ୱ ତାଙ୍କର କୃରତାକୁ ଦେଖୁଛି । ଏପରିସ୍ଥିତିରେ ତାଲିବାନୀ ନେତାମାନେ ବଡ ବୟାନ ଦେଇଛନ୍ତି । ତେବେ ଏହି ବିଜୟ ଇସଲାମ ଗୋଷ୍ଠୀକୁ ୨୦୦୧ ମସିହା ତୁଳନାରେ ଅଧିକ ଶକ୍ତିଶାଳୀ କରିଛି ।

ଖୁବଶୀଘ୍ର ଏକ ନୂତନ ଅନ୍ତର୍ଭୂକ୍ତ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଉଛି ବୋଲି ତାଲିବାନ ନେତାମାନେ କହିଛନ୍ତି । କେବଳ ଏତିକି ନୁହେଁ ବରଂ ତାଲିବାନୀ ନେତାମାନେ ଭାରତକୁ ନେଇ ମଧ୍ୟ ବୟାନ ଦେଇଛନ୍ତି । ତାଲିବାନର ବରିଷ୍ଠ ନେତା ଅନାସ ହକ୍କାନୀ ଭାରତ, କାଶ୍ମୀର ଓ ପାକିସ୍ତାନ ପ୍ରସଙ୍ଗରେ ଦୀର୍ଘ ସମୟଧରି କହିଥିଲେ । ତେବେ କାଶ୍ମୀର ଆମର ଅଧିକାରର ଅଂଶ ନୁହେଁ ଏବଂ ଏହାର ହସ୍ତକ୍ଷେପ କରିବା ନୀତି ବିରୁଦ୍ଧ ଅଟେ ।

ଆମର ନୀତି ଅନୁଯାୟୀ, ଆମେ ଅନ୍ୟ ଦେଶର କାର୍ଯ୍ୟରେ ହସ୍ତକ୍ଷେପ କରୁନାହିଁ । ଏହା ସହ ଆମେ ଆଶା କରୁଛୁ ଯେ ଅନ୍ୟମାନେ ମଧ୍ୟ ଆମ କାର୍ଯ୍ୟରେ ହସ୍ତକ୍ଷେପ କରିବେ ନାହିଁ । ତାଲିବାନ ସବୁବେଳେ ସମସ୍ୟାର ସମାଧାନ ଚାହେଁ ବୋଲି ହକ୍କାନୀ କହିଛନ୍ତି । ଅପରପକ୍ଷେ ଭାରତ ସହ ଭଲ ସମ୍ପର୍କ ରଖିବା ପାଇଁ ତାଲିବାନ ସବୁବେଳେ ଚେଷ୍ଟା କରୁଛି । ଏବଂ ଆମେ ସବୁବେଳେ ଚାହୁଁଛୁ ଯେ କେହି ଆମ ବିଷୟରେ ଭୁଲ ନଭାବନ୍ତୁ । ଏହା ସହ ଦୀର୍ଘ ୨୦ ବର୍ଷ ଧରି ଭାରତ ଆମର ଶତ୍ରୁ ଆଫଗାନିସ୍ତାନକୁ ସାହାଯ୍ୟ କରିଆସୁଥିଲା । କିନ୍ତୁ ଆମେ ସବୁକିଛି ଭୁଲିଯାଇ ଭାରତ ସହ ଭଲ ସମ୍ପର୍କ ସ୍ଥାପନ କରିବା ପାଇଁ ପ୍ରସ୍ତୁତ ଅଛୁ ବୋଲି ହକ୍କାନୀ କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼