Masthead

ମୌସୁମୀରେ ତାତି: ମରୁଡ଼ି ଓ ଚାଷୀ ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପ୍ରସଙ୍ଗ ରାଜସ୍ୱ ବିଭାଗର। ଉତ୍ତର ଦେଲେ କୃଷି ମନ୍ତ୍ରୀ। ଯାହାକୁ ନେଇ ସରକାରୀ ଦଳକୁ ଗୃହରେ ହଲାପଟା କଲେ ବିରୋଧୀ। ମରୁଡି ପ୍ରସଙ୍ଗରେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଉତ୍ତରକୁ ନେଇ ଅକଳରେ ଶାସକ ଦଳ। ରାଜ୍ୟରେ ମରୁଡି ସ୍ଥିତି ସାଂଘାତିକ। ମୌସୁମୀ ଅଧିବେଶନରେ ପ୍ରଥମ ଦିନ ମରୁଡି ଥିଲା ପ୍ରମୁଖ ପ୍ରସଙ୍ଗ। ଆରମ୍ଭରୁ ଗୃହରେ ଦେଖିବାକୁ ମିଳିଥିଲା ତାତି। ପ୍ରଶ୍ନ କାଳରେ ହିଁ କଂଗ୍ରେସ ବିଧାୟକ ଆରମ୍ଭ କରିଦେଇଥିଲେ ହୋହଲ୍ଲା। ଯାହାକୁ ନେଇ ବାଚସ୍ପତି ଗୃହକୁ ଦେଢ଼ ଘଣ୍ଟା ପାଇଁ ମୁଲତବୀ କରିଥଲେ। ପରେ ଗୃହରେ ରାଜସ୍ୱ ମନ୍ତ୍ରୀଙ୍କ ବଦଳରେ କୃଷି ମନ୍ତ୍ରୀ ଅରୁଣ ସାହୁ ଯେଉଁ ବିବୃତି ରଖିଲେ । ତାକୁ ନେଇ ଦିନ ତମାମ ଗୃହ ଥିଲା ସରଗରମ। ମରୁଡ଼ି ସମସ୍ୟା ମନୁଷ୍ୟକୃତ ନୁହେଁ। ଏହା ଜଳବାୟୁ ଜନିତ ବୋଲି ଅରୁଣ କହିଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏହାକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ତୁରନ୍ତ ଟାସ୍କ ଫୋର୍ସ ଟିମ ଗଠନ ପାଇଁ ଦାବି କରିଥିଲେ। ଟାସ୍କ ଫୋର୍ସ ଟିମରେ ଶାଶକ ଦଳ, ବଜେପି ଏବଂ କଂଗ୍ରେସ ସଦସ୍ୟ ରହିବେ। ସେପଟେ ମୁଲତବୀ ଆଲୋଚନା ସମୟରେ କଂଗ୍ରେସ ବିଧାୟକଙ୍କ କକ୍ଷ ତ୍ୟାଗ କରିଥିଲେ।

ରାଜ୍ୟରେ ସମ୍ଭାବ୍ୟ ମରୁଡି ସ୍ଥିତି ନେଇ ମୁଲତବୀ ପ୍ରସ୍ତାବ ଆଲୋଚନା ସମୟରେ ଗୃହରେ ବିଭାଗୀୟ ମନ୍ତ୍ରୀ ଏବଂ ଅଧିକାରୀଙ୍କ ଅନୁପସ୍ଥିତି ଥିଲେ। ଗୃହରେ ବିଭାଗୀୟ ମନ୍ତ୍ରୀ ଏବଂ ଅଧିକରୀ ଉପସ୍ଥତି ରହିବାକୁ ବାଚସ୍ପତି ରୁଲିଂ ବାବି କଲେ ନରସିଂହ। ତାସହ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଦାବି ।
୧- ରାଜ୍ୟ ସରକାର ତୁରନ୍ତ ମରୁଡି ଘୋଷଣା କରନ୍ତୁ
୨ – ଋଣ ଛାଡ କରନ୍ତୁ
୩ – କେନ୍ଦ୍ର ସରକାରଙ୍କୁ ଋଣ ଛାଡ ପାଇଁ ଲେଖନ୍ତୁ
୪ – ମାଗଣାରେ ବିହନ ଦିଅନ୍ତୁ
୫ – ମରୁଡି ସମୟରେ ବେରୋଜଗାରୀ ଭତ୍ତା ଦିଅନ୍ତୁ

ଅନ୍ୟପଟେ ଏହି ପ୍ରସଙ୍ଗରେ ବିରୋଧୀ ଦଳ ଉପ ନେତା ବିଷ୍ଣୁ ସେଠୀ ଏବଂ ବରିଷ୍ଠ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ନିଜର ପ୍ରତିକ୍ରିୟା ରଖିଥିଲେ। ସେପଟେ କୃଷି ମନ୍ତ୍ରୀ ମରୁଡିର ମୁକାବିଲା ପାଇଁ ଆହ୍ୱାନ ଦେଇଛନ୍ତି। ସବୁ ଦଳ ମିଳି ମିଶି ପଦକ୍ଷେପ ନେବାକୁ ଗୃହରେ ମନ୍ତ୍ରୀ ନିବେଦନ କରିଛନ୍ତି। ମରୁଡ଼ି ସ୍ଥିତି ନେଇ ବିରୋଧୀଙ୍କ ପକ୍ଷରୁ ଅଣା ଯାଇଥିବା ମୁଲତବୀ ପ୍ରସ୍ତାଵ ଆଲୋଚନା ପ୍ରସଙ୍ଗରେ ମନ୍ତ୍ରୀ ଅରୁଣ ସାହୁଙ୍କ ଉତ୍ତର ରଖିଥିଲେ। ଗତ ୨୦ ବର୍ଷ ଭିତରେ ୮ ଥର ରାଜ୍ୟରେ ମରୁଡ଼ି ହୋଇଛି । ୨୩ ଟି ଜିଲ୍ଲାରେ ନିଆଣ୍ଟିଆ ବର୍ଷା ହୋଇଛି । କମ ବର୍ଷା ହୋଇଥିବାରୁ ୧୪ ଜିଲ୍ଲାର ୪୭ ଟି ବ୍ଲକରେ ଫସଲ ଗୁରୁତର ଭାବେ ପ୍ରଭାବିତ ହୋଇଛି । ମରୁଡ଼ି ସ୍ଥିତିକୁ ଦୃଷ୍ଟିରେ କଣ୍ଟିଯେନସି କ୍ରପ ପ୍ଲାନ ପ୍ରସ୍ତୁତ କରାଯାଉଛି । ଆରମ୍ଭରୁ ଗୃହରେ ତାତି। ମରୁଡ଼ିକୁ ନେଇ ଗୃହରେ ଆଜି ଦେଖିବାକୁ ମିଳିଛି ହୋ ହାଲା। ଦୁଇ ଦୁଇ ଥର ଗୃହ କାର୍ୟ୍ୟ ମୁଲତବୀ ରଖିଥିଲେ ବାଚସ୍ପତି।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼