Masthead

ମୁକ୍ତ ହେବେ ଆଇଏସଆଇଏସ ଆତଙ୍କବାଦୀ

(ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର କରିବାପରେ ତାଲିବାନ ଆତଙ୍କୀମାନେ ବେଶ୍ ଖୁସି । ତେଣେ ଆତଙ୍କବାଦୀଙ୍କ ବିରୋଧରେ ଅପରେସନ ଚଳାଇବା ପାଇଁ ରାଷ୍ଟ୍ରପତି ଜୋ ବାଇଡେନ ନୂତନ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି। ଆଗାମୀ ଦିନରେ ଆମେରିକା ଆଇଏସଆଇ ଏବଂ ଅଲ କାଏଦା ଭଳି ଆତଙ୍କବାଦୀ ସଂଗଠନ ବିରୋଧରେ ଏୟାର ଷ୍ଟ୍ରାଇକ୍ କରିପାରେ । ଆମେରିକା କହିଛି ତାଲିବାନଙ୍କ ସାହାଯ୍ୟ ବିନା ଆଫଗାନିସ୍ତାନରୁ ଆତଙ୍କବାଦୀଙ୍କୁ ହଟାଇବା କଷ୍ଟକର।

ଆଫଗାନିସ୍ତାନରେ ଆମେରିକାର ୨୦ ବର୍ଷ ଯୁଦ୍ଧ ସମୟରେ ବହୁ ଆତଙ୍କବାଦୀଙ୍କୁ ବନ୍ଦୀ କରାଯାଇଥିଲା । ଏହି ବନ୍ଦୀମାନଙ୍କୁ ମୁକ୍ତ କରିବା ପାଇଁ ତାଲିବାନ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତି ଅନୁସାରେ ଅତି କମରେ ୨,୦୦୦ ଆଇଏସଆଇଏସ ଆତଙ୍କବାଦୀ ମୁକ୍ତ ହେବେ । ଏହି ଆତଙ୍କବାଦୀମାନେ ମୁକ୍ତ ହେଲେ ଆଫଗାନିସ୍ତାନରେ ହଇଚଇ ସୃଷ୍ଟି କରିପାରନ୍ତି। ଆମେରିକାର ସେନା ଜେନେରାଲ ମାର୍କ ମିଲି କହିଛନ୍ତି, ତାଲିବାନ ଏକ ନିଷ୍ଠୁର ସଂଗଠନ। ତାଲିବାନ ସହ ଆମେରିକାର ସମ୍ପର୍କ ରଖିବା ବିଷୟରେ ହେଉଥିବା ଆଲୋଚନା ନିରାଧାର । କିନ୍ତୁ ଆଇଏସଆଇଏସକୁ ହଟାଇବା ପାଇଁ ଉଭୟଙ୍କୁ ଏକାଠି ହେବାକୁ ପଡ଼ିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ