Masthead

ଆଜି ଖୋଲିଲା ନନ୍ଦନକାନନ

ବାରଙ୍ଗ (ବଡ଼ ଖବର ବ୍ୟୁରୋ): କଟକଣା ଭିତରେ ଆଜି ଖୋଲିବ ପ୍ରାଣୀ ଉଦ୍ୟାନ ନନ୍ଦନକାନନ । କରୋନା କାରଣରୁ ଗତ ମାର୍ଚ୍ଚ ମାସରୁ ପର୍ଯ୍ୟଟକଙ୍କ ପାଇଁ ଏହା ବନ୍ଦ ରହିଥିଲା । ଦୀର୍ଘ ସାତମାସ ପରେ ଆଜି ଖୋଲିଛି ନନ୍ଦନକାନନ । ଏଥିପାଇଁ ସ୍ୱତନ୍ତ୍ର ଗାଇଡଲାନ ପ୍ରସ୍ଥୁତ କରିଛନ୍ତି ରାଜ୍ୟ ବନ୍ୟପ୍ରାଣୀ କର୍ତ୍ତୃପକ୍ଷ । ଦୈନିକ ସର୍ବାଧିକ ୨୫୫୦ ଟିକେଟ ବିକ୍ରି କରାଯିବ । ମୁଖ୍ୟ ଚିଡିଆଖାନାକୁ ୧୫୦୦ଜଣ, କ୍ଷୁଦ୍ର ଚିଡିଆଖାନାକୁ ୭୫୦ ଏବଂ ହରିଣ ପାର୍କକୁ ୩୦୦ ପର୍ଯ୍ୟଟକ ପରିଦର୍ଶନ ପାଇଁ ଅନୁମାତି ମିଳିବ । ରେଲିଂ, ବାଡ଼ ଓ ସର୍ବସାଧାରଣ ଯାଗାକୁ ନିୟମିତ ବ୍ୟବଧାନରେ ସାନିଟାଇଜ କରାଯିବ । ବିନା ମାସ୍କରେ ପଯ୍ୟଟକଙ୍କୁ ଭିତରକୁ ଯିବାକୁ ବାରଣ କରାଯିବା ସହ ଚିଡିଆଖାନା କର୍ମଚାରୀଙ୍କୁ ମାସ୍କ ଓ ସାମଜିକ ଦୂରତା ଉପରେ ଦୃଷ୍ଟି ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଥର୍ମାଲସ୍କ୍ରିନଂ କରି ପର୍ଯ୍ୟଟକମାନେ ଭିତରକୁ ନେଇପାରିବେ । ଥଣ୍ଡା, କାଶ, ଜ୍ୱରର ଲକ୍ଷଣଥିବା ଲୋକଙ୍କୁ ପ୍ରବେଶ ବାରଣ କରାଯାଇଛି । ଛୋଟପିଲା ଓ ବୟସ୍କମାନଙ୍କୁ ଚିଡିଆଖାନାକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ତେବେ ସଫାରୀ ଓ ବୋଟିଂ ସେବାକୁ ବନ୍ଦ ରଖାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼