Masthead

ବ୍ରିଜ ପାଇଁ ଜଳ ସତ୍ୟାଗ୍ରହ

ସଇଁତଲା (ବଡ଼ ଖବର ବ୍ୟୁରୋ): ଲାନ୍ଥ ନଦୀରେ ବ୍ରିଜ ନିର୍ମାଣ ଦାବିରେ ଜଳ ସତ୍ୟାଗ୍ରହ। ପାଣିରେ ବସିଲେ ଗ୍ରାମବାସୀ । ସଇଁତଲା ବ୍ଲକ କରମତଲା ପଞ୍ଚାୟତ ଓ ଧରବଗଡ଼ ପଞ୍ଚାୟତ ମଝିରେ ଥିବା ଲାନ୍ଥ ନଦୀରେ ବ୍ରିଜ ନିର୍ମାଣ ଦାବିନେଇ କରମତଲା ଓ ଧରବଗଡ଼ ପଞ୍ଚାୟତର ଲୋକେ ଜଳ ସତ୍ୟାଗ୍ରହ ଆରମ୍ଭ କରିଦେଇଛନ୍ତି। ପ୍ରାୟ ୭ଟି ଗ୍ରାମର ଲୋକେ ନଦୀ ପାଣିରେ ବସି ଧାରଣା ଦେଇଛନ୍ତି। କରମତଲା ଓ ଧରବଗଡ଼କୁ ସଂଯୋଗ କରୁଥିବା ଏହି ମୁଖ୍ୟରାସ୍ତାରେ କରମତଲା ମଧ୍ୟରେ ଏହି ନଦୀ ଉଭୟ ଅଞ୍ଚଳ ବାସୀଙ୍କୁ ଯୋଗାଯୋଗ ବିଛିନ୍ନ କରିଦେଛି।

କରମତଲା ଅଞ୍ଚଳର ଜନସାଧାରଣ ସ୍କୁଲ, କଲେଜ ଓ ଟିଟିଲାଗଡ ଡାକ୍ତରଖାନା ଓ ଅନ୍ୟାନ୍ୟ କାର୍ଯ୍ୟପାଇଁ ନିର୍ଭର କରିଥାନ୍ତି। ସେହିଭଳି କରମତଲା ଅଞ୍ଚଳର ଜନସାଧାରଣ ଅନେକ ସରକାରୀ ବେସରକାରୀ ତଥା ବ୍ୟବସାୟ କାର୍ଯ୍ୟପାଇଁ ଟିଟିଲାଗଡ ଉପରେ ନିର୍ଭର କରିଥାନ୍ତି କିନ୍ତୁ କରମତଲା ଓ ମଧ୍ୟରେ ଲାନ୍ଥ ନଦୀ ପ୍ରଭାବିତ ହେଉଥିବାରୁ ଯାତାୟତ କରିବାରେ ଅନେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି ।

ବିଶେଷ କରି ବର୍ଷାଦିନେ ୧୦ କିଲୋମିଟର ଅଯଥାରେ ସଇଁତଲା ଦେଇ ବୁଲିବାକୁ ପଡେ। ଲାନ୍ଥ ନଦୀରେ ବ୍ରିଜ ନିର୍ମାଣ ପାଇଁ ଅନେକ ଥର ସ୍ଥାନୀୟ ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ଅନେକ ନେତା ମନ୍ତ୍ରୀଙ୍କୁ ଅଞ୍ଚଳ ଲୋକେ ଗୁହାରି କରିଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁନଥିବାରୁ ଆଜି ଜଳ ସତ୍ୟାଗ୍ରହ କରିବାପାଇଁ ନିଷ୍ପତି ନେଛନ୍ତି ଅଞ୍ଚଳ ବାସୀ । ଯେପର୍ଯ୍ୟନ୍ତ ଦାବି ପୂରଣ ହୋଇନାହିଁ, ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରିରହିବ ବୋଲି ଆନ୍ଦୋଳନକାରୀ ମାନେ ଚେତାବନୀ ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା