Masthead

ଚାଷୀଙ୍କ ମହାପଞ୍ଚାୟତ ପୂର୍ବରୁ ରାକେଶଙ୍କ ଚେତାବନୀ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କେନ୍ଦ୍ରର ତିନୋଟି କୃଷି ନିୟମ ବିରୋଧରେ କୃଷକମାନେ ବିରୋଧ ଜାରି ରଖିଛନ୍ତି । ଏନେଇ ଉତ୍ତରପ୍ରଦେଶର ମୁଜାଫରନଗରରେ ଆସନ୍ତା କାଲି କୃଷକ ମହାପଞ୍ଚାୟତ ଆୟୋଜନ ହେବାର ସୂଚନା ମିଳିଛି । ଏହି ମହାପଞ୍ଚାୟତରେ ହଜାର ହଜାର ଚାଷୀ ଯୋଗ ଦେଇ ଦୀର୍ଘ ୧୦ ମାସ ଧରି ଚାଲୁଥିବା କୃଷକ ଆନ୍ଦୋଳନରେ ସାମିଲ ହେବେ ।

ଏହା ସହ ଆଗାମୀ ରଣନୀତି ବିଷୟରେ ମଧ୍ୟ ଏହି ମହାପଞ୍ଚାୟତରେ ସ୍ଥିର କରାଯିବ ବୋଲି ସୂଚନା ମିଳିଛି । ହେଲେ ମହାପଞ୍ଚାୟତ ଆରମ୍ଭ ହେବା ପୂର୍ବରୁ କେନ୍ଦ୍ର ସରକାରଙ୍କୁ କଡା ଚେତାବନୀ ଦେଇଛନ୍ତି ରାକେଶ ଟିକାୟତ । ତେବେ ମହାପଞ୍ଚାୟତରେ କେତେ ଲୋକ ଯୋଗଦେବେ ତା’ର ନିର୍ଦ୍ଦିଷ୍ଟ ସଂଖ୍ୟା କହିବା ଅସମ୍ଭବ । କିନ୍ତୁ ମୁଁ ନିଶ୍ଚିତ ଯେ ବିପୁଳ ସଂଖ୍ୟାରେ ଲୋକ ଏକାଠି ହେବେ । ମହାପଞ୍ଚାୟତରେ ଚାଷୀଙ୍କ ଯୋଗଦାନକୁ କେହି ବି ଅଟକାଇ ପାରିବେ ନାହିଁ ।

ଯଦି ସେମାନେ ଆମକୁ ଅଟକାଇବେ ତା’ହାଲେ ଆମେ ଏହି ଗତିରୋଧକୁ ଭାଙ୍ଗିବୁ ଓ ମହାପଞ୍ଚାୟତରେ ପହଁଞ୍ଚିବୁ । ୫ ସେପ୍ଟେମ୍ବରରେ ମୁଜାଫରନଗର ଚାଷୀଙ୍କ ମହାପଞ୍ଚାୟତ ଐତିହାସିକ ହେବ । ଏବଂ ୫ ସେପ୍ଟେମ୍ବରରେ ସମସ୍ତେ ମୁଜାଫରନଗର ଚାଲନ୍ତୁ ବୋଲି କୃଷକ ନେତା ରାକେଶ ଟିକାୟତ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭିଜିଲାନ୍ସ ଜାଲରେ ଯୁଗ୍ମ ନିର୍ଦ୍ଦେଶକ 🔴 ଆଡପ ମଣ୍ଡପରେ ମହାପ୍ରଭୁ 🔴 ମୟୂରଭଞ୍ଜରେ ପ୍ରବଳ ବର୍ଷା ପାଇଁ ରେଡ ଆଲର୍ଟ 🔴 ଜନ୍ମ ବେଦୀକୁ ବିଜେ କରିବେ ମଣିମା 🔴 ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପୁରୀରେ ଅଘଟଣ, ଶରଧାବାଲିରେ ଚାଲିଗଲା ୩ ଭକ୍ତଙ୍କ ଜୀବନ 🔴 ଏକାଠି ଜଳିଲା ତିନି ଭାଇଙ୍କ ଜୁଇ 🔴 ଆଉ ନାହାନ୍ତି କାଣ୍ଟା ଲଗା ଫେମ୍ ସେଫାଳୀ 🔴 ନବୀନଙ୍କୁ ପାଣ୍ଡିଆନଙ୍କ ହାଇଜାକ୍!…ହସ୍ପିଟାଲ ସାକ୍ଷୀ 🔴 ଶରଧାବାଲିରେ ୩ ରଥ 🔴 ଭିଜିଲାନ୍ସ ଜାଲରେ ଯୁଗ୍ମ ନିର୍ଦ୍ଦେଶକ 🔴 ଆଡପ ମଣ୍ଡପରେ ମହାପ୍ରଭୁ 🔴 ମୟୂରଭଞ୍ଜରେ ପ୍ରବଳ ବର୍ଷା ପାଇଁ ରେଡ ଆଲର୍ଟ 🔴 ଜନ୍ମ ବେଦୀକୁ ବିଜେ କରିବେ ମଣିମା 🔴 ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପୁରୀରେ ଅଘଟଣ, ଶରଧାବାଲିରେ ଚାଲିଗଲା ୩ ଭକ୍ତଙ୍କ ଜୀବନ 🔴 ଏକାଠି ଜଳିଲା ତିନି ଭାଇଙ୍କ ଜୁଇ 🔴 ଆଉ ନାହାନ୍ତି କାଣ୍ଟା ଲଗା ଫେମ୍ ସେଫାଳୀ 🔴 ନବୀନଙ୍କୁ ପାଣ୍ଡିଆନଙ୍କ ହାଇଜାକ୍!…ହସ୍ପିଟାଲ ସାକ୍ଷୀ 🔴 ଶରଧାବାଲିରେ ୩ ରଥ