Masthead

ନିର୍ଦ୍ଦୟ ତାଲିବାନ

ନୂଆ ଦିଲ୍ଲୀ(ବଡ଼ ଖବର ବ୍ୟୁରୋ) :      ଆଫଗାନିସ୍ତାନକୁ ଜବରଦଖଲ କରିବା ପରେ ତାଲିବାନ ନିଜର ମନମୁଖି ଶାସନ ଚଳାଉଛି । କୃରତାର ସୀମା ପାର କରି ଲୋକଙ୍କ ମନେର ଆତଙ୍କ ସୃଷ୍ଟି କରୁଛି । ମହିଳାମାନଙ୍କୁ ଟାର୍ଗେଟ କରି ସେମାନଙ୍କ ଉପରେ ଅତ୍ୟାଚାର କରୁଛି । ୨୦ ବର୍ଷ ପୂର୍ବରୁ ତାଲିବାନ ମହିଳାଙ୍କ ପ୍ରତି ଅମାନବୀୟ ଓ ଅମାନୁଷିକ ଅତ୍ୟାଚାର କରୁଥିଲା ଆଉ ଏବେବି ତାଲିବାନ କିଛି ପରିବର୍ତ୍ତନ ହୋଇନାହିଁ । ଏବେ ମଧ୍ୟ ତାଲିବାନୀ ଯୁବକମାନେ ମହିଳା ମାନଙ୍କୁ ବିନା କାରଣରେ ମାଡ ମାରୁଛନ୍ତି । ଆଉ ଏବେ ତାଲିବାନର ଅସଲ ଚେହେରା ସାମ୍ନାକୁ ଆସିଛି । ଆଫଗାନରେ ତାଲିବାନ କିଭଳି ମହିଳାମାନଙ୍କ ପାଇଁ ଆତଙ୍କ ସାଜିଛନ୍ତି ତାହା ଦୁଇ ଜଣ ଆଫଗାନୀ ମହିଳା ବଖାଣିଛନ୍ତି ।

ଖାତିରା ହାସମି ।   ଆଫଗାନିସ୍ତାନର ପୋଲିସ ଫୋର୍ସରେ ମହିଳା ଇନସପେକ୍ଟର ଭାବେ କାମ କରୁଥିବା ଏହି ମହିଳା ଜଣଙ୍କ ତାଲିବାନ ଆତଙ୍କ ଦ୍ୱରା ଅନେକ ନିର୍ଯାତନା ପାଇଛନ୍ତି । ସେ ପୋଲିସ ଫୋର୍ସରେ କାମ କରୁଥିବାରୁ ତାଙ୍କୁ ତାଲିବାନୀ ଆତଙ୍କ ଅନେକ ଧମକ ଦେଇଥିଲେ । ଅଉ ବାରମ୍ବାର ତାଲିବାନ ଧମକ ଦେବା ପରେ ଖାତିରାଙ୍କୁ ପୋଲିସ ଫୋର୍ସରେ କାମ ନ କରିବାକୁ ରୋକିଥିଲେ ତାଙ୍କ ସ୍ୱାମୀ । କିନ୍ତୁ ଖାତିରା ଏହାକୁ ଖାତିର ନ କରି ନିଜ କର୍ତ୍ତବ୍ୟ କରିଚାଲିଲେ । ଯାହାକି ତାଲିବାନ ସହ୍ୟ କରିପାରିଲା ନାହିଁ । ପରେ ତାଲିବାନୀ ଖାତିରାଙ୍କୁ ଗୁଳି ମାରି ନୃଂଶସ ଭାବେ ତାଙ୍କ ଆଖି ଫୁଟାଇ ଦେଇଥିଲେ । ତେବେ ପରେ ଖାତିରାଙ୍କୁ ପୋଲିସ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି ବି କରିଥିଲା । ଜୀବନ ସିନା ବଞ୍ଚିଗଲା ହେଲେ ସବୁଦିନ ପାଇଁ ଖାତିରାଙ୍କ ଜୀବନ ଅନ୍ଧାରମୟ ହୋଇଗଲା ।

ସେହିପରି ତାଲିବାନ ଶାସନର ଆଉ ଏକ ନୃଂଶସତାର ଶିକାର ହୋଇଛନ୍ତି ଶାହିନ ମୋହମ୍ମଦି । ଶାହିନ ଦୀର୍ଘ ବର୍ଷ ଧରି ଆମେରିକା ପାଇଁ କାମ କରୁଥିଲେ । ପେଶାରେ ସେ ଜଣେ ସାମ୍ବାଦିକା । ଶାହିନଙ୍କର ଆମେରିକା ସେନା ସହ ଉ୍ତ୍ତମ ସମ୍ପର୍କ ଥିଲା । ଯେତବେଳେ ତାଲିବାନ ଏ କଥା ଜାଣିଲା ସେତେବେଳେ ତାଙ୍କୁ ମାଡ ମାରିବା ସହ ଅକଥନୀୟ ନିର୍ଯ୍ୟାତନା ଦେଇଥିଲା । ଏମିତିକି ଶାହିନଙ୍କ ଉପରେ ଏସିଡ ଆଟାକ କରିଥିଲା । ତେବେ ପରବର୍ତ୍ତୀ ସମୟରେ ଶାହୀନ ନିଜ ଚେହେରାକୁ ପ୍ଲାଷ୍ଟିକ ସର୍ଜରୀ କରି ଠିକ କରିଦେଇଥିଲେ । ଶାହୀନ ଏବେ ଭାରତରେ ଶରର୍ଣାଥୀ ଭାବେ ରହୁଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା